Below header

ସଡ଼କରେ ଭୋକିଲା ପିଲାଙ୍କୁ ଖାଦ୍ୟ ଦେଇ ଭାଇରାଲ ହେଲେ ଟ୍ରାଫିକ ପୋଲିସ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ସବୁସମୟରେ କିଛି ନା କିଛି ପୋଷ୍ଟ ଭାଇରାଲ ହୋଇଥାଏ । ସେଥିମଧ୍ୟରୁ ସମାଜକୁ କିଛି ଭଲ ସନ୍ଦେଶ ମିଳିଥାଏ ଏବଂ ଅନ୍ୟ କେତେକ ପୋଷ୍ଟ ଦ୍ୱାରା ସମାଜକୁ ଖରାପ ପ୍ରଭାବ ମଧ୍ୟ ପଡିଥାଏ । କରୋନା କାଳରେ ଏମିତି ଅନେକ ପୋଷ୍ଟ ଦେଖିବାକୁ ମିଳିଛି । ତେବେ ଆଜି ଯେଉଁ ପୋଷ୍ଟ ଭାଇରାଲ ହୋଇଛି ତାହା ନିଶ୍ଚିତ ରୂପେ ସମାଜକୁ ଭଲ ବାର୍ତ୍ତା ଦେବ । ଆସନ୍ତୁ ଜାଣିବା ସେହି ପୋଷ୍ଟ ସମ୍ପର୍କରେ ।

ସୋସିଆଲ ମିଡିଆରେ ଏକ ଟ୍ରାଫିକ ପୋଲିସ କନେଷ୍ଟବଳଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠି ସେ ରାତିଅଧରେ ଭୋକିଲା ପିଲାଙ୍କୁ ଖାଦ୍ୟ ପୁଡିଆ ବାଣ୍ଟୁଛନ୍ତିି । ନିଜ ଡ୍ୟୁଟି ସମୟରେ ଖାଦ୍ୟ ଆଣି ସଡ଼କରେ ଥିବା ଛୋଟପିଲାଙ୍କୁ ଦେଉଛନ୍ତିି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇାରାଲ ହେବାରେ ଲାଗିଛି । ଏହାକୁ ତେଲେଙ୍ଗାନାର ଜଣେ ପୋଲିସ ଅଧିକାରୀନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଦେଖନ୍ତୁ ସେହି ଭିଡିଓ..

ଏହି ଭିଡିଓକୁ ଆଇଏଏସ୍ ଅଫିସର ସୁପ୍ରିୟା ସାହୁ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ନେଇ ସେ ଟ୍ରାଫିକ ପୋଲିସ କନେଷ୍ଟବଳଙ୍କୁ ପ୍ରଂଶସା କରିଛନ୍ତି । ଏହାକୁ ଅନେକ ପସନ୍ଦ ମଧ୍ୟ କରିଛନ୍ତି । ଏଥିପାଇଁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.