ଆସାମ : ଆଇପିଏସ୍‌ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ମାମଲା, ଦାଖଲ ହେଲା ଚାର୍ଜସିଟ୍‌

ଗତ ୩୧ ମାର୍ଚ୍ଚରେ ଆସାମର ଚିରାଙ୍ଗ ଜିଲ୍ଲାରୁ ମନକୁ ବିଚଳିତ କରିବା ଭଳି ଘଟଣା ସାମନାକୁ ଆସିଛି । ଜଣେ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ନାବାଳିକାକୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଛି । ସେ ନିଜର ଜଣେ ସହକର୍ମୀଙ୍କ ୧୪ ବର୍ଷ ବୟସ୍କା ଝିଅ ସହ ଦୁଷ୍କର୍ମ କରିଥିବାର ନେଇ ଅଭିଯୋଗ ଆସିଥିଲା । ଏ ନେଇ ଆସାମ ପୋଲିସ୍‌ ମାମଲା ରୁଜୁ କରିଛି । ଗୌରବ ଉପାଧ୍ୟାୟ ନାମକ ଏହି ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ପୋକସୋ ଆଇନ୍‌ରେ ମାମଲା ରୁଜୁ ହୋଇଥିଲା । ଏବେ ଚାର୍ଜସିଟ୍‌ ଦାଖଲ ହୋଇଛି ।

ଗୌରବ ଉପାଧୟ ଗତ ମାର୍ଚ୍ଚ ୧୪ ତାରିଖରେ ଆସାମ ଚିରାଙ୍ଗ ଜିଲ୍ଲାର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଗତ ବର୍ଷ ଜାନୁଆରୀ ୩ ତାରିଖରେ ତାଙ୍କ ନାଁରେ ଏହି ଘୃଣ୍ୟ ଅଭିଯୋଗ ଆସିଥିଲା । ଯାଞ୍ଚରୁ ଜଣାପଡ଼ିଛି ଯେ ୨୦୧୯ ଡିସେମ୍ବର ୩୧ ତାରିଖ ଦିନ ନୂଆ ବର୍ଷ ପାଳନ ବେଳେ ଗୌରବ ନିଜ କ୍ୱାର୍ଟରେ ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏହି ମାମଲାର ଯାଞ୍ଚ ପ୍ରଥମେ ପୋଲିସ୍‌ କରୁଥିଲା । ପରେ ସିଆଇଡିକୁ ଦାୟିତ୍ୱ ଦିଆଯାଇଥିଲା ।
ନୂଆବର୍ଷ ଦିନ ରକ୍ଷକ ବଦଳରେ ଏସ୍‌ପି ସାଜିଥିଲେ ଭକ୍ଷକ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.