ପ୍ରିୟଙ୍କା ଚୋପ୍ରା କରୋନା ପୀଡ଼ିତଙ୍କ ପାଇଁ ଜମା କଲେ ୨୨ କୋଟି ଟଙ୍କା, କିଣାଯିବ ୫୦୦ ଅକ୍ସିଜେନ କନସେନଟ୍ରେଟର ଓ ୪୨୨ ଅକ୍ସିଜେନ ସିଲିଣ୍ଡର

କରୋନା ମହାମାରୀର ଦ୍ଵିତୀୟ ଲହରୀରେ ଅନେକ ବଲିଉଡ ସେଲିବ୍ରିଟି ଆଗକୁ ଆସି ସହାୟତାର ହାତ ବଢ଼ାଉଛନ୍ତି। ଏହାରି ଭିତରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ କରୋନା ପୀଡ଼ିତଙ୍କୁ ସହାୟତା ଯୋଗାଇଛନ୍ତି। ସେ ଇନଷ୍ଟାଗ୍ରାମ ଜରିଆରେ ଜଣାଇଛନ୍ତି କି, ସେ ଗିଭ ଇଣ୍ଡିଆ ସଂସ୍ଥା ସହିତ ମିଶି ପାଖାପାଖି ୨୨ କୋଟି ଟଙ୍କା ଜମା କରିଛନ୍ତି। ଏହି ଫଣ୍ଡ ଜରିଆରେ ସେମାନେ ୫୦୦ ଅକ୍ସିଜେନ କନସେନଟ୍ରେଟର ଏବଂ ୪୨୨ ଅକ୍ସିଜେନ ସିଲିଣ୍ଡର କିଣିବାରେ ସକ୍ଷମ ହୋଇଛନ୍ତି।

ପ୍ରିୟଙ୍କା କହିଛନ୍ତି ଯେ ଏ ସବୁ ବ୍ୟତୀତ ୧୦ ଭ୍ୟାକ୍ସିନେଶନ ସେଣ୍ଟରର ମ୍ୟାନପାୱାର ପାଇଁ ଫଣ୍ଡ ଯୋଗାଡ଼ ହୋଇଯାଇଛି। ଏହାଦ୍ୱାରା ୬୦୦୦ ଲୋକଙ୍କର ଭ୍ୟାକ୍ସିନେଶନ ହୋଇଯିବ। ଏଥି ସହିତ ୨୫୦୦ ଲୋକଙ୍କୁ ଅକ୍ସିଜେନର ସୁବିଧା ମଧ୍ୟ ମିଳି ପାରିବ।

covid2
photo credit: India TV

କହି ରଖୁଛୁ, ପ୍ରିୟଙ୍କାଙ୍କ ଫଣ୍ଡ ରେଜର ମିଶନରେ ଅନେକ ହଲିଉଡ ସେଲିବ୍ରିଟି ମଧ୍ୟ ସହଯୋଗ କରିଛନ୍ତି। ସେମାନଙ୍କ ମଧ୍ୟରେ ହ୍ୟୁ ଜ୍ୟାକମ୍ୟାନ, ରିଚାର୍ଡ ମ୍ୟାଡେନ, ରେସ ବିଦରସ୍ପୁନଙ୍କ ଭଳି ସେଲିବ୍ରିଟି ସାମିଲ ଅଛନ୍ତି। ହଲିଉଡ ଷ୍ଟାର ହ୍ୟୁ ଜ୍ୟାକମ୍ୟାନ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଷ୍ଟୋରୀ ପୋଷ୍ଟ କରି ଲେଖିଥିଲେ କି, ‘ସପୋର୍ଟ ଇଣ୍ଡିଆ। ଭାରତକୁ ଆମ ସହାୟତା ଆବଶ୍ୟକ ଅଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.