ଘରେ ଆଇସୋଲେଟରେ ଥିବା ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ନିୟମ

କରୋନାରେ ସଂକ୍ରମିତ ହେବାପରେ ଡାକ୍ତର ସର୍ବପ୍ରଥମେ ହୋମ ଆଇସୋଲେସନ ହେବା ପାଇଁ ନିର୍ଦ୍ଦେଶ ଦିଅନ୍ତି । କୋଭିଡର ସବୁ ସର୍ତ୍ତାବଳୀକୁ ମାନିବାକୁ ମଧ୍ୟ କହିଥାନ୍ତି । କିନ୍ତୁ ଲୋକମାନେ ଘରେ ଆଇସୋଲେଟ ହୋଇ ନିଜକୁ ରଖିବା ପରେ ଅବହେଳା ହୋଇଯାଆନ୍ତି । ନିୟମ ମାନୁନଥିବ।ରୁ ଶେଷରେ ହସ୍ପିଟାଲରେ ଆଡମିଟ ହୁଅନ୍ତି । କିନ୍ତୁ ଆମେ ସମସ୍ତେ ମନେ ରଖିବା ଉଚିତ ଯେ କରୋନା ଭୂତାଣୁଠୁ ଘରେ ରହି ମଧ୍ୟ ଆମେ ସତର୍କ ରହିବା ଜରୁରୀ । ଯାହାକୁ ନେଇ ଆମେ ଆଜି ଆପଣଙ୍କୁ କିିଛି ଟିପ୍ସ କହିବାକୁ ଯାଉଛୁ । ଯାହାକୁ ମାନିବା ଦ୍ୱାରା ଆପଣ ଘରେ ରହି ସୁସ୍ଥ ହୋଇପାରିବେ ।

ସାବଧାନତା:

– ଏହି ଭୂତାଣୁ ପବନ ଦ୍ୱାରା ଅଧିକ ସଂକ୍ରମିତ ହୋଇଥାଏ । ରିସର୍ଚ୍ଚରୁ ଏହା ଜଣା ପଡିଛି ଯେ, ଭାଇରସ ପବନ ଦ୍ୱାରା ଅଧିକ ବ୍ୟାପୁଛି । ଲାସେଣ୍ଟ ପତ୍ରିକାରେ ଏହା ଉଲ୍ଲେଖ ହୋଇଛି । ଯାହାକୁ ଏରୋସେଲ ଟ୍ରାନ୍ସମିଶନ କୁହାଯାଏ । ଏହା ପୂର୍ବରୁ ଡ୍ରପଲେଟ ଟ୍ରାନ୍ସମିଶନ ଥିଲା ଯାହା ମୁହଁରୁ ନିର୍ଗତ ହେଉଥିବା ପାର୍ଟିଫିଲ୍ସ ମାଧ୍ୟମରେ ଜଣକ ଶରୀରରୁ ଅନ୍ୟ ଜଣକ ଶରୀରକୁ ପ୍ରବେଶ କରୁଥିଲା ।

– ଘରେ ଆଇସୋଲେଟ ହୋଇ ରହୁଥିବା ସମୟରେ ସତର୍କ ରୁହନ୍ତୁ । ରଣଦୀପ ଗୁଲେରିଆଙ୍କ ମତ ଅନୁଯାୟୀ ଯଦି ଘରେ କେହି ସଦସ୍ୟ ସଂକ୍ରମିତ ଅଛନ୍ତି ତେବେ ତାଙ୍କୁ ଏକ ରୁମରେ ରହିବା ଆବଶ୍ୟକ । ବିନା ସ୍ପର୍ଶରେ ୧୦ ରୁ ୧୫ ମିଟର ଦୂରରେ ରହିବା ଉଚିତ । ନେଗେଟିଭ ରିପୋର୍ଟ ଅସିବା ପର୍ଯ୍ୟନ୍ତ ସତର୍କ ରହିବା ଜରୁରୀ ।

corona news

 

– ଗରମ ଦିନେ ପ୍ରାୟ ସମସ୍ତେ ଏସି କିମ୍ବା କୁଲରର ବ୍ୟବହାର କରିଥାନ୍ତି । ବନ୍ଦ ଘରେ ଏମିତି ଥଣ୍ଡା ମେସିନରୁ ପବନ ବାଜିବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ଏରୋସେଲ ପାର୍ଟିକାଲରେ ଜମାଟ ବାନ୍ଧିଯାଏ । ତେଣୁ ଏଥିପ୍ରତି ଧ୍ୟାନ ରହିବା ଆବଶ୍ୟକ ।

– ଘରେ ଆଇସୋଲେଟ ହୋଇ ରହୁଥିଲେ ନିଜେ ସବୁ ନିୟମ ମାନିବା ଜରୁରୀ । ଯାହାଦ୍ୱାରା ପରିବାର ଉପରେ କୌଣସି ବିପଦ ରହିବ ନାହିଁ । ଏହି ସମୟରେ ଆପଣ ରହୁଥିବା ଘରେ ପବନ ଯାତାୟତ କରୁଥିବା ଆବଶ୍ୟକ । ବାଥରୁମରେ ମଧ୍ୟ ପବନ ଯିବା ଆସିବା କରୁଛି କି ନାହିଁ ସେଥିପ୍ରତି ଧ୍ୟାନ ରଖନ୍ତୁ । ଏହାକୁ ସବୁବେଳେ ସଫା ରଖନ୍ତୁ । ଘରେ ମଧ୍ୟ ମାସ୍କ ଲଗାନ୍ତୁ । ନିଜକୁ ସଫାସତୁରା ରଖିବା ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.