ସ୍ୱାଧିନତା ଦିବସରେ ବନାନ୍ତୁ କିଛି ସ୍ପେଶାଲ, ସୁଜିରେ ପ୍ରସ୍ତୁତ କରନ୍ତୁ ତ୍ରିରଙ୍ଗା ହାଲଓ୍ଵା

୧୫ ଅଗଷ୍ଟରେ ସାରାଦେଶରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯିବ। ଏହି ଦିନ ଭାରତରେ ସମସ୍ତ ବ୍ୟକ୍ତି ଦେଶଭକ୍ତିର ନାରା ଦେଇ ସ୍ୱାଧିନତାର ରଙ୍ଗରେ ବୁଡିକି ଥାଆନ୍ତି। ଆଉ ଏହି ଦିନକୁ ଖାସ୍‌ କରିବାକୁ ସମସ୍ତେ ଚାହାଁନ୍ତି। ଯଦି ଆପଣ ବି ସ୍ୱାଧିନତାର ଏହି ଦିନରେ କିଛି ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି ତାହେଲେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟୀ ତ୍ରିରଙ୍ଗା ହାଲଓ୍ଵା। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ତ୍ରିରଙ୍ଗା ହାଲଓ୍ଵା ବନାଇବା ପାଇଁ ସାମଗ୍ରୀ

  • କ୍ଷୀର – ୩ କପ୍‌
  • ଦେଶୀ ଘିଅ – ୩ ବଡ ଚାମଚ
  • ସୁଜି – ୨୫୦ ଗ୍ରାମ୍‌
  • ଖସ୍‌ ସିରପ – ୧ ଚାମଚ୍‌
  • ଅରେଞ୍ଜ୍‌ ସ୍କ୍ଵାସ୍‌ – ୧ ଚାମଚ
  • ଭାନିଲା ଆସେନ୍ସ – ୧ ଚାମଚ
  • ଡ୍ରାଏ ଫ୍ରୁଟ୍ସ – ୧ ଛୋଟ ଗିନା
  • ଟୁଟି ଫ୍ରୁଟି (ଗାର୍ନିସ୍‌ କରିବା ପାଇଁ) – ୨ ଚାମଚ
  • ଅଳେଇଚ – ୧୫ଟି

ସୁଜି ତ୍ରିରଙ୍ଗା ହାଲଓ୍ଵା ପାଇଁ ପ୍ରସ୍ତୁତି ପ୍ରଣାଳୀ

ସୁଜିର ତ୍ରିରଙ୍ଗା ହାଲଓ୍ଵା ବନାଇବା ପାଇଁ ସର୍ବପ୍ରଥମେ ଆପଣ କ୍ଷୀରକୁ ଫୁଟାଇ ଅଲଗା କରି ରଖନ୍ତୁ। ଏହାପରେ ଏକ ପ୍ୟାନରେ ଘିଅ ଗରମ କରି ସୁଜିକୁ ପକାନ୍ତୁ ଏବଂ ଧିରେଧିରେ ଚଲାଇ କିଛି ସମୟ ଭାଜନ୍ତୁ। ଯେତେବେଳେ ସୁଜି ହାଲକା ବ୍ରାଉନ କଲର ହୋଇଯିବ ସେତେବେଳେ ସୁଜିରେ କ୍ଷୀର ଏବଂ ଚିନିକୁ ପକାଇ କିଛି ସମୟ ଫୁଟିବାକୁ ଛାଡନ୍ତୁ।
କିଛି ସମୟ ଫୁଟିବା ପରେ ଏଥିରେ ଅଳେଇଚ ପାଉଡର ପକାଇ ୪-୫ ମିନିଟ୍‌ ପାଇଁ ଫୁଟାନ୍ତୁ। ଏବେ ତ୍ରିରଙଗ୍‌ା ହାଲଓ୍ଵା ବନାଇବା ପାଇଁ ଅଲଗା ଅଲଗା ପ୍ୟାନରେ କମଳା ବା ନାରଙ୍ଗୀ ସ୍କ୍ଵାସ, ଭାନିଲା ଆସେନ୍ସ ଏବଂ ଖସ ସିରପ ପକାଇ ଭଲଭାବେ ପ୍ରସ୍ତୁତ ହେବାକୁ ଛାଡନ୍ତୁ। ଏବେ ଗୋଟେ ପ୍ଲେଟରେ ବାହାର କରି ତ୍ରିରଙ୍ଗା ହାଲଓ୍ଵା ଉପରେ ଟୁଟି ଫ୍ରୁଟିରେ ଗାର୍ନିସ୍‌ କରି ଖାଇବା ପାଇଁ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.