ସନ୍ଧ୍ୟାର ଚା ସହ ନିଅନ୍ତୁ କୁରକୁରା ମେଥି ପକୋଡିର ମଜା, ବଦଳିଯିବ ମୁହଁର ସ୍ୱାଦ

ତରକାରୀ ହେଉ ଅବା ପରଟା, ଥଣ୍ଡା ଆରମ୍ଭ ହେବା କ୍ଷଣି ହିଁ ମେଥିରେ ଅନେକ ପ୍ରକାର ରେସିପି ପ୍ରସ୍ତୁତ କରି ଖିଆଯାଇଥାଏ। ଯଦି ଆମେ ଚା ସହ ପକୋଡି ଖାଇବା ତ ମେଥି ପକୋଡି ସହ ଚାର ଚୁସକି ବହୁତ ଲାଜବାବ୍‌ ଲାଗିଥାଏ। ମେଥି ପକୋଡି ବଡ ଠାରୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ଲାଗିଥାଏ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ବେସନ
  • ମେଥି ପତ୍ର
  • ୧ ଚାମଚ୍‌ ଗୋଲମରୀଚ
  • ସ୍ୱାଦାନୁସାରେ ଲୁଣ
  • ୧ ଚାମଚ ଧନିଆ ପାଉଡର
  • ଏକ ଚିମୁଟାଏ ବେକିଙ୍ଗ୍‌ ସୋଡା
  • ପାଣି ଆବଶ୍ୟକ ଅନୁସାରେ
  • ତେଲ ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ମେଥି ପକୋଡା ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ବେସନ ନେଇ ସେଥିରେ ଲୁଣ, ଗୋଲମରୀଚ ଏବଂ ଧନିଆ ପାଉଡର ପକାଇ ମିକ୍ସ କରିିନିଅନ୍ତୁ। ଏବେ ଏଥିରେ ମେଥି ପତ୍ର ପକାଇ ପାଣି ମିଶାଇ ହାଲକା ଘୋଳ ପ୍ରସ୍ତୁତ କରନ୍ତୁ। ଏଥିରେ ବେକିଙ୍ଗ ସୋଡା ମିଶାନ୍ତୁ। ଏବେ ଏକ କଡାରେ ତେଲ ଗରମ କରି ଅଳ୍ପ ଅଳ୍ପ ଘୋଳକୁ ନେଇ ପକୋଡି ବନାନ୍ତୁ। ଆପଣଙ୍କ ଟେଷ୍ଟୀ ମେଥି ପକୋଡି ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଚଟଣୀ ସହିତ ଗରମା ଗରମ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.