Below header

କିଛି ଚଟପଟା ଖାଇବାକୁ ଇଛା ହେଉଛି କି? ତାହେଲେ ଆଜି ହିଁ ଘରେ ବନାନ୍ତୁ ଚାଉଳ ଏବଂ ଆଳୁରେ ତିଆରି ଏହି ଟେଷ୍ଟି ବରା

ଆବଶ୍ୟକୀୟ ସାମଗ୍ରୀ

  • ଚାଉଳ ଏକ କପ୍
  • ସିଝା ଆଳୁ ୨ ଟି
  • ରସୁଣ କଞ୍ଚାଲଙ୍କା ପେଷ୍ଟ ୧ ଚାମଚ
  • ଗ୍ରୀନ୍ ପିଆଜ
  • ଜୀରା
  • ଧନିଆପତ୍ର
  • ବେକିଂ ପାଉଡର
  • ତେଲ
  • ସ୍ଵାଦ ଅନୁସାରେ ଲୁଣ

Balangir Style Chaula Bara/ଚାଉଳ ବରା/nanima recipe/odisha ...

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚାଉଳକୁ କିଛି ସମୟ ପାଇଁ ଭିଜାଇ ଦିଅନ୍ତୁ । ତାପରେ ଏହାକୁ ପେଷ୍ଟ କରିଦିଅନ୍ତୁ । ମନେ ରଖନ୍ତୁ ଏହା ଏକଦମ୍ ମୋଟା ହେବା ଆବଶ୍ୟକ । ତାପରେ ସିଝା ଆଳୁକୁ ମଧ୍ଯ ପେଷ୍ଟ କରିଦିଅନ୍ତୁ । ତାପରେ ଗୋଟିଏ ପାତ୍ର ନେଇ ସେଥିରେ ଚାଉଳ ପେଷ୍ଟ, ଆଳୁ ପେଷ୍ଟ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ କଞ୍ଚାଲଙ୍କା ରସୁଣ ପେଷ୍ଟ, ଜିରା, ସ୍ଵାଦ ଅନୁସାରେ ଲୁଣ, ଗ୍ରୀନ୍ ପିଆଜ କଟା, ଧନିଆପତ୍ର, ବେକିଂ ପାଉଡର ପକାଇ ଭଲଭାବେ ଗୋଳାଇ କିଛି ସମୟ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ତାପରେ ଏକ ପ୍ୟାନରେ ତେଲ ଗରମ୍ କରନ୍ତୁ । ବର୍ତ୍ତମାନ୍ ହାତରେ ତେଲ ଲଗାଇ ଏହାକୁ ଛୋଟ ଛୋଟ ଗୁଳା କରି ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ବରା । ଏହାକୁ ଆପଣ ଧନିଆ ଚଟଣି ନଚେତ୍ ଅନ୍ୟ କୌଣସି ଚଟଣି ସହିତ ଗରମ୍ ଗରମ୍ ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.