Below header

କଣ ରୋଷେଇ କରିବେ ସେ ନେଇ ଚିନ୍ତାରେ କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ସ୍ଵାଦିଷ୍ଟ ‘ଦହି ପୋଟଳ’

ଆବଶ୍ୟକୀୟ ସାମଗ୍ରୀ

  • ପୋଟଳ 5/6 ଟି
  • ଦହି ୨ ଚାମଚ
  • ପିଆଜ ଗୋଟେ
  • ଅଦା ରସୁଣ ଓ ପିଆଜ ପେଷ୍ଟ ୨ ଚାମଚ
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଧନିଆ ଗୁଣ୍ଡ
  • ଗରମ୍ ମସଲା
  • ଗୁଜୁରାତି ଓ ଡାଲଚିନି ଅଳ୍ପ
  • ସୋରିଷ ତେଲ
  • ଧନିଆପତ୍ର
  • ସ୍ଵାଦ ଅନୁସାରେ ଲୁଣ

Bengali Doi Potol Recipe (Pointed Gourd In Thick Yogurt Based ...

ପ୍ରସ୍ତୁତି ପ୍ରଣାଳୀ

ଦହି ପୋଟଳ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ପୋଟଳକୁ ଚୋପା ଛଡ଼ାଇ ତାକୁ ରସା କଲା ଭଳି ଚାରି ଖଣ୍ଡ ପ୍ରକାରେ କାଟି ଦିଅନ୍ତୁ । ତାପରେ ଏକ ପ୍ୟାନରେ ତେଲ ଗରମ୍ କରି ସେଥିରେ ପୋଟଳକୁ ଲୁଣ ଓ ହଳଦୀ ପକାଇ କମ୍ ଆଞ୍ଚରେ ଭଲଭାବେ ଫ୍ରାଏ କରନ୍ତୁ । ପୋଟଳ ଭଲଭାବେ ହୋଇଗଲା ପରେ ତାକୁ କାଢ଼ି ସେହି ପାତ୍ରରେ ପ୍ରଥମେ ସୋରିଷ ତେଲ ଗରମ୍ କରନ୍ତୁ । ତାପରେ ସେଥିରେ ଅଳ୍ପ ଗୁଜୁରାତି ଓ ଡାଲଚିନି ପକାଇ ଟିକେ ସମୟ ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲା ପରେ ସେଥିରେ ଅଦା ରସୁଣ ଓ ପିଆଜ ପେଷ୍ଟ ପକାଇ ଭଲଭାବେ କଷନ୍ତୁ । ବର୍ତ୍ତମାନ୍ ସେଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଦିଅନ୍ତୁ । ତାପରେ ସେଥିରେ ଦହିକୁ ଭଲଭାବେ ଫେଣ୍ଟି ପକାଇ ଦିଅନ୍ତୁ ଯେପରି ଏହା ଛିଣ୍ଡି ନଯାଏ । ଦହିକୁ ମସଲା ସହିତ ଭଲଭାବେ କଷିଲା ପରେ ସେଥିରେ ଫ୍ରାଏଡ ପୋଟଳକୁ ପକାଇ ଅଳ୍ପ ଭାଜି ପାଣି ଦେଇ ଦିଅନ୍ତୁ । ଧିମା ଆଞ୍ଚରେ ଏହାକୁ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ଶେଷରେ ଏଥିରେ ଗରମ୍ ମସଲା ଓ ଧନିଆପତ୍ର ପକାଇ ଗୋଳାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ଦହି ପୋଟଳ । ଏହାକୁ ଆପଣ ଗରମ୍ ଗରମ୍ ଭାତ କିମ୍ବା ରୁଟି ସହ ଖାଇ ପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.