Below header

କେବେ ଖାଇଛନ୍ତି ଆମ୍ବ ଖିରି, ଯଦି ନା ତେବେ ଗରମରେ ନିଅନ୍ତୁ ମ୍ୟାଙ୍ଗୋ ଖିରିର ମଜା

ଗରମ ଦିନ ଆରମ୍ଭ ହେବା ସହିତ ବଜାରରେ ଆରମ୍ଭ ହୋଇଯାଏ ଆମ୍ବର ବାସ୍ନା। ଅଧିକାଂଶଙ୍କ ଘରେ ଆମ୍ବର ଫ୍ରୁଟ ସାଲାଡ କିମ୍ବା ସେକ ପ୍ରସ୍ତୁତ କରାଯାଏ। କିନ୍ତୁ ଏହି ଗରମରେ ଆପଣ ମ୍ୟାଙ୍ଗୋ ଖିରୀ ନିହାତି ଟ୍ରାଏ କରିପାରିବେ। ଆମ୍ବରେ ପ୍ରସ୍ତୁତ ସ୍ପେଶାଲ ଡେଜାର୍ଟ ନା କେବଳ ଖାଇବା ପାଇଁ ଟେଷ୍ଟୀ ହୋଇଥାଏ ବରଂ ବନାଇବାରେ ବି ବହୁତ ସହଜ। ତେବେ ଆସନ୍ତୁ ଜାଣିବା କେମିତି ବନାଇବେ ଟେଷ୍ଟି ମ୍ୟାଙ୍ଗୋ ଖିରି।

ଆବଶ୍ୟକ ସାମଗ୍ରୀ

  • ୧ ଲିଟର ଫୁଲ୍‌ କ୍ରୀମ କ୍ଷୀର
  • ପାଚିଲା ଆମ୍ବ ପଲ୍ପ
  • ଅଧା କପ୍‌ କ୍ଷୀରି ଚାଉଳ
  • ଅଧା କପ୍‌ ଚିନି
  • ଛୋଟ କଟା ହୋଇଥିବା କାଜୁ
  • ଛୋଟ କଟା ହୋଇଥିବା ବାଦାମ୍‌
  • ଅଳ୍ପ ଅଳେଇଚ ପାଉଡର

ପ୍ରସ୍ତୁତି ପ୍ରଣାଳୀ

ଆମ୍ବ ଖିରୀ ବନାଇବା ପାଇଁ ପ୍ରଥମେ ଏକ ବଡ ପାତ୍ରରେ କ୍ଷୀର ଫୁଟାନ୍ତୁ। ଏହା ଫୁଟିବା ଭିତରେ କାଜୁ ଏବଂ ବାଦାମକୁ ଛୋଟ ଛୋଟ କାଟି ଦିଅନ୍ତୁ। କ୍ଷୀର ଫୁଟିଆସିଲେ ଗ୍ୟାସ୍‌ କମ୍‌ କରି ଚାଉଳ ପକାନ୍ତୁ। ଏବଂ ଚାମଚରେ ଚଲାନ୍ତୁ ଯେପରି ତଳ ନ ଲାଗିବ। କ୍ଷୀରରେ ଚାଉଳ ସିଝି ଆସିଲେ ଏଥିରେ କଟା ହୋଇଥିବା କାଜୁ ଏବଂ ବାଦାମ ପକାଇ ମିକ୍ସ କରି ଖିରିକୁ ଚଲାନ୍ତୁ ଏବଂ ଆଉ ୧୦ ମିନିଟ୍‌ ଆଞ୍ଚରେ ବସାନ୍ତୁ। ଯେତେବେଳେ କ୍ଷୀର ଭଲଭାବେ ଗାଢ଼ ହୋଇଯିବ ଏବଂ ଚାଉଳ କ୍ଷୀରରେ ଭଲଭାବେ ସିଝିଯିବ ସେତେବେଳେ ଏଥିରେ ଚିନି ଏବଂ ଅଳେଇଚ ପାଉଡର ପକାଇ ମିକ୍ସ କରିଦିଅନ୍ତୁ। କ୍ଷୀରକୁ ଏକଦମ୍‌ ଧୀମା ଆଞ୍ଚରେ ୫ ମିନିଟ୍‌ ପର୍ଯ୍ୟନ୍ତ ସିଝିବାକୁ ଛାଡନ୍ତୁ। ଖିରିକୁ ଗ୍ୟାସରୁ ଓହ୍ଲାଇ ଥଣ୍ଡା ହେବାକୁ ରଖିଦିଅନ୍ତୁ। କ୍ଷୀର ଯେତେବେଳେ ଥଣ୍ଡା ହୋଇଯିବ ଏଥିରେ ଆମ୍ବର ପଲ୍ପ ପକାଇ ଭଲଭାବେ ମିଶଇ ଦିଅନ୍ତୁ। ଏଥିରେ କଟା ଆମ୍ବକୁ ବି କାଟିକି ପକାଇ ମିକ୍ସ କରିପାରିବେ। ଏବେ ଆପଣଙ୍କ ଆମ୍ବ ଖିରି ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ସର୍ଭ କରି ଏହା ଉପରେ କାଜୁ-ବାଦାମ ଏବଂ ଆମ୍ବ ଖଣ୍ଡକୁ ପକାଇ ଗାର୍ନିସ କରି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.