ଅତି ସହଜରେ ତିଆରି କରନ୍ତୁ ନଡ଼ିଆ ବରା ତରକାରୀ: ପାଟିକୁ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ପ୍ରତି ହିତକର

ଘରେ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ କିନ୍ତୁ ଅନେକ ଲୋକ ସବୁଦିନେ ଗୋଟେ ପ୍ରକାରର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ନୂଆ ନୂଆ ଆଇଟମ ସବୁ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣ ନଡ଼ିଆ ବରା ତରକାରୀ ତିଆରି କରି କରିପାରିବେ। କାରଣ ଏହା ପାଟିକୁ ମଧ୍ୟ ସ୍ୱାଦିଷ୍ଟ ଓ ଏଥିରେ ଥିବା ଭିଟାମିନ ଆପଣଙ୍କ ଶରୀର ପାଇଁ ପୁଷ୍ଟିକର ହୋଇଥାଏ। ତେବେ ଆଜି ଜାଣିବା ଏହି ନଡ଼ିଆ ବରା କିପରି ତିଆରି କରିବେ ଓ ଏହାକୁ କିପରି ତରକାରୀ କରିବେ।

ନଡ଼ିଆ ବରା ପାଇଁ ଆବଶ୍ୟକ ସାମଗ୍ରୀ:
ନଡ଼ିଆ କୋରା, ବେସନ, ଆବଶ୍ୟକ ଅନୁଯାୟୀ ଲୁଣ, ଅଳ୍ପ ସୁଜି, ମସଲା।

ନଡ଼ିଆ ବରା ତରକାରୀ ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଗୋଟେ ନଡ଼ିଆକୁ ଭାଙ୍ଗି ତାକୁ ଭଲ ଭାବେ କୋରି ଦିଅନ୍ତୁ। ଏହା ପରେ ୩ କପ୍ ବେସନ ଜନ୍ତି ସେହି ବେସନ ସହିତ ଏହି କୋରାକୁ ଓ ଗୋଟେ କପ୍ ସୁଜି ମିଶାନ୍ତୁ। ଏହା ସହିତ ଆପଣ ଆବଶ୍ୟକ ଅନୁଯାୟି ଲୁଣ, ଅଳ୍ପ ରିଫାଇନ ତେଲ, କିଛି ଛେଚା ଯାଇଥିବା ଅଦା ଓ ଧନିଆ ପତ୍ର ଗୁଣ୍ଡ, ମିଶାନ୍ତୁ। ଏହା ପରେ ଏହି ମିଶ୍ରଣକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଓ ପରେ ଏଥିରେ ବରା ତିଆରି କରି। ତାକୁ ଗରମ ତେଲରେ ଛାଣନ୍ତୁ।

ଏହି ବରା ତିଆରି ହୋଇସାରିବା ପରେ ବେସନ ତରକାରୀ କରିବା ପରି ଏହାକୁ ଠିକ୍ ସେହିପରି କରନ୍ତୁ। ଏହାକୁ ଗରମ ଗରମ ଖାଲି ଖାଇ ପାରିବେ କିମ୍ୱା ଭାତ ଓ ରୁଟି ସହିତ ମଧ୍ୟ ଖାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.