କେଶକୁ ସୁସ୍ଥ ରଖିବା ସହ ଲମ୍ବା ଓ ଘନ କରିବା ପାଇଁ ଲଗାନ୍ତୁ ଆଳୁ-ଦହିର ପ୍ୟାକ, ମିଳିବ ଶୀଘ୍ର ଫାଇଦା

ଆଜିର ଦୁନିଆରେ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଛି କେଶ ଝଡିବା। ଏହାର କାରଣ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ, ଭୁଲ ଖାଦ୍ୟପେୟର ଅଭ୍ୟାସ ଏବଂ ଠିକ ଭାବରେ କେଶର ଯତ୍ନ ନନେବା। ସବୁ ମହିଳା ମାନେ ସୁସ୍ଥ ଏବଂ ସୁନ୍ଦର କେଶ ଚାହିଁଥାନ୍ତି, ଯେଉଁ କାରଣରୁ ସେ କେଶରେ ଅନେକ ପ୍ରକାରର ପ୍ରଡକ୍ଟସ ବ୍ୟବହାର କରିଥାନ୍ତି । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀର ପ୍ରତି ଧ୍ୟାନ ଦେବାକୁ କାହାରି ପାଖେ ସମୟ ନାହିଁ।
ଏହାରି ମଧ୍ୟରେ ସୁନ୍ଦର ତ୍ୱଚା ପାଇଁ ଆଜିକାଲି ସମସ୍ତେ ଚିନ୍ତିତ । ଏଥିପାଇଁ ଅଫିସ କାମରୁ ଟିକେ ଫୁରସତ୍ ମିଳିଲେ ସମସ୍ତେ ପାର୍ଲର ଆଡକୁ ଯାଆନ୍ତି। ଏଥିପାଇଁ ତାଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ। ସମୟ ଅଭାବ କାରଣରୁ ପାର୍ଲର ଯିବାକୁ ହିଁ ଠିକ ବୋଲି ଭାବିନେଉ। ତେବେ ଏହାରି ମଧ୍ୟରେ ସ୍କିନ କେୟାର ଉପରୁ ଧ୍ୟାନ ହଟେନାହିଁ। ଯାହା କାରଣରୁ କେଶ ସମସ୍ୟା ପ୍ରତି ଆଦୈା ନଜର ଯାଏ ନାହିଁ। ଏମିତିରେ ବି କେଶ ସମସ୍ୟା ଆଜିକାଲି ସମୟରେ ସାଧାରଣ ଓ ବଡ଼ ସମସ୍ୟା ହେଲାଣି। ପରିବର୍ତ୍ତିତ ଲାଇଫଷ୍ଟାଇଲ ଏବଂ ଖାଦ୍ୟ ପାନୀୟ ମଧ୍ୟ ଏହାର ଏକ ମୁଖ୍ୟ କାରଣ। ଏଥିରେ କେଶ ବଢ଼େ ନାହିଁ। କିନ୍ତୁ କେଶ ଝଡ଼ିବା ସମସ୍ୟା ବଢ଼ିଯାଏ। ଆଜି ଆମେ ଆପଣଙ୍କ କେଶ ପାଇଁ ଏମିତି ଉପାୟ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ କେଶ ଲମ୍ବା,ଘନ ଏବଂ ସୁସ୍ଥ ହୋଇଯିବ।
ଆଳୁ ରସ କେଶ ବୃଦ୍ଧି ପାଇଁ ବେଶ ଲାଭଦାୟକ । ଆଳୁରେ ଅନେକ ପୋଷକ ତତ୍ତ୍ବ ରହିଥାଏ ଯାହା କେଶ ସମସ୍ୟାର ମୁକାବିଲା କରିବାରେ ସହାୟକ ହୋଇଥାଏ । ଆପଣଙ୍କୁ କହି ରଖୁଛୁ କି ଆଳୁର ରସ ମୁଣ୍ଡକୁ ସଫା ରଖିବା ଓ ରୂପି ସମସ୍ୟାରୁ ମୁକ୍ତି ଦେଇଥାଏ । ଆଳୁ ରସରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ରହିଛି । ଏହା ମୁଣ୍ଡକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଯଦି ଆପଣ ଆଳୁ ଏବଂ ଦହିରେ ନିର୍ମିତ ହେୟାର ମାସ୍କକୁ ଲଗାଇବେ ତେବେ ଆପଣଙ୍କ କେଶ ମଜବୁତ ହେବା ସହ ଆପଣଙ୍କ ଧଳା କେଶରୁ ମୁକ୍ତି ଦେଇଥାଏ । ତେବେ ଆସନ୍ତୁ ଜାଣିବା କିପରି ।
ଦହି ଓ ଆଳୁରେ ହେୟାର ମାସ୍କ କିପରି ତିଆରି କରିବେ:
-ଆଳୁ ଏବଂ ଦହିର ହେୟାର ମାସ୍କ ତିଆରି କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଆଳୁର ରସ ବାହାର କରନ୍ତୁ । ଏହା ପରେ ଆଳୁ ରସରେ ୨ରୁ ୩ ଚାମଚ ଦହି ପକାଇ ତାକୁ ଭଲ ଭାବେ ମିଶାନ୍ତୁ । ଏହା ପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ହ୍ୟାୟାର ମାସ୍କ ।
– ଏବେ ଆଳୁ ରସ ଏବଂ ଦହିର ଏହି ପେଷ୍ଟକୁ ଭଲ ଭାବରେ ମୁଣ୍ଡର ସ୍କେଲ୍ପରେ ଲଗାଇ ମସାଜ କରନ୍ତୁ । ଏହାକୁ ଲଗାଇବା ପରେ ଏକ ଘଣ୍ଟା ପାଇଁ ଲଗାଇ ଛାଡି ଦିଅନ୍ତୁ । ଏହା ପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । କହି ରଖୁଛୁ କି ଏହି ହେୟାର ମାସ୍କକୁ ସପ୍ତାହରେ ୨ ଥର ତିଆରି କରି ଲଗାନ୍ତୁ । ଏମିତି କରିବା ଦ୍ବାରା ଆପଣଙ୍କ କେଶ ମଜବୁତ ହେବା ସହ ଧଳା କେଶରୁ ମୁକ୍ତି ମିଳିଥାଏ ।
ଆଳୁରେ ଭିଟାମିନ୍ ବି,ସି, ଜିଙ୍କ ଏବଂ ଆଇରନ୍ ରହିଥାଏ । ଯାହା ଦ୍ବାରା କେଶକୁ ପୋଷକ ତତ୍ତ୍ବ ମିଳିଥାଏ । ଦହି ହେଉଛି ଏକ ଭଲ ପ୍ରୋବାୟୋଟିକ୍ ଯାହା କେଶର ମୂଳକୁ ମଜବୁତ କରିଥାଏ ଏବଂ କେଶର ଶୁଷ୍କତାକୁ ଦୂର କରିଥାଏ । ଏଥି ସହ ଏହି ଦୁଇଟି ଜିନିଷ କେଶରେ ଲଗାଇଲେ ଏହା କେଶ ପାଇଁ ବହୁତ ଲାଭଦାୟକ ।