ଶୀତଦିନେ ବାରମ୍ବାର ଡ୍ରାଏ ହୋଇଯାଉଛି କି ସ୍କିନ୍‌ ? ଏମିତି କରନ୍ତୁ ଲହୁଣୀର ବ୍ୟବହାର

ଶୀତଦିନ ଆସିବା ମାତ୍ରେ ସ୍କିନ ବହୁତ ଡ୍ରାଏ ହୋଇଯାଏ। ଏହିଦିନ ଆସିବା ମାତ୍ରେ ଲୋକେ ଅନେକ ପ୍ରକାର ମଶ୍ଚରାଇଜର ବ୍ୟବହାର କରନ୍ତି କିନ୍ତୁ ବେଶ୍‌ କିଛି ପ୍ରଭାବ ପକାଇନଥାଏ। ଯାହାଦ୍ୱାରା ସ୍କିନ କୁଣ୍ଡାଇ ହୋଇଥାଏ। ଯଦି ଆପଣଙ୍କର ଏମିତି ମଧ୍ୟ ସ୍କିନ ବହୁତ ଡ୍ରାଏ ହୋଇଯାଉଥାଏ, ତେବେ ଆପଣ ଲହୁଣୀକୁ ବ୍ୟବହାର କରିପାରିବେ। ଫ୍ରେସ ଲହୁଣୀ ବ୍ୟବହାର କରି ଆପଣ ସ୍କିନରେ ହେଉଥିବା ସମସ୍ୟାକୁ ଦୂର କରିପାରିବେ।

ଏମିତିରେ ଲହୁଣୀର ସେବନ ଏବଂ ବ୍ୟବହାର ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ତେବେ ଆପଣ ଲହୁଣୀର ବ୍ୟବହାର ତ୍ୱଚା ପାଇଁ ବିଭିନ୍ନ ପ୍ରକାରରେ କରିପାରିବେ। ଏଥିରେ ଥିବା ତତ୍ତ୍ୱ ତ୍ୱଚାକୁ ସୁସ୍ଥ ରଖିବା ସହ ତୀବ୍ର ଖରାକିରଣରୁ ଏହାକୁ ରକ୍ଷା କରିଥାଏ। ତେବେ ଜାଣନ୍ତୁ କେମିତି ଲହୁଣୀକୁ ବ୍ୟବହାର କରିବେ..

ଲହୁଣୀ ଏବଂ କଦଳୀ :

ପ୍ରଥମେ କଦଳୀକୁ ଭଲଭାବେ ଚକଟି ଦିଅନ୍ତି। ଏବେ ଏଥିରେ ୧ ଚାମଚ ଲହୁଣୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଲଗାନ୍ତୁ। ୧୫ରୁ ୨୦ ମିନିଟ୍‌ ରଖିବା ପରେ ଅଳ୍ପ ଉଷୁମ ପାଣିରେ ମୁହଁକୁ ଧୋଇଦିଅନ୍ତୁ।

rose-water

ଗୋଲାପ ଜଳ ଏବଂ ଲହୁଣୀ:

ଏକ ପାତ୍ରରେ ଲହୁଣୀ ନେଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ସେଥିରେ ଗୋଲାପଜଳ ପକାଇ ମିଶାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ପାଖାପାଖି ୨୦ରୁ ୩୦ ମିନିଟ ଲଗାଇବା ପରେ ମୁହଁକୁ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।

ସ୍କିନରେ ଲହୁଣୀ ଲଗାଇବାର ଫାଇଦା:

ଲହୁଣୀରେ ପ୍ରଚୁର ମାତ୍ରାରେ ଭିଟାମିନ ଇ ରହିଥାଏ। ଏହା ସ୍କିନର ଡ୍ରାଏନେସ ଦୂର କରିବା ସହିତ ପିଗମେଣ୍ଟେସନକୁ ମଧ୍ୟ କମ୍‌ କରିଥାଏ। ଲହୁଣୀରେ ନ୍ୟାଚୁରାଲ ମଶ୍ଚରାଇଜର ଏବଂ ଆଣ୍ଟି ମାକର୍ସ ଗୁଣ ରହିଥାଏ, ଯାହା ତ୍ୱଚାର ଦାଗକୁ ଦୂର କରିବାରେ ସହାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.