Below header

ତୀରନ୍ଦାଜୀ ଉପରେ ନିର୍ମିତ ପ୍ରଥମ ଫିଲ୍ମ ‘ଲକ୍ଷ୍ୟ’ରେ ନଜର ଆସିବେ ନାଗା ଶୌର୍ଯ୍ୟ, ସାମ୍ନାକୁ ଆସିଲା ରିଲିଜ୍‌ ତାରିଖ

ତୀରନ୍ଦାଜୀ ଉପରେ ନିର୍ମିତ ହେବାକୁ ଯାଉଛି ଭାରତବର୍ଷର ପ୍ରଥମ ଫିଲ୍ମ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସାଉଥ୍‌ ସିନେ ଷ୍ଟାର ନାଗା ଶୌର୍ଯ୍ୟ। ତେଲୁଗୁ ହିରୋ ନାଗା ଶୌର୍ଯ୍ୟଙ୍କର ଏହି ଆଗାମୀ ସ୍ପୋର୍ଟସ ଡ୍ରାମା ଫିଲ୍ମ ‘ଲକ୍ଷ୍ୟ’ ଡିସେମ୍ବର ୧୦ ତାରିଖରେ ପରଦାକୁ ଆସିବ। ଏହା ହେବ ନାଗା ଶୌର୍ଯ୍ୟଙ୍କ ଅଭିନୀତ ୨୦ତମ ସିନେମା। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ସନ୍ତୋଷ ଜଗରଲାପୁଡ଼ି।

ଫିଲ୍ମ ନିର୍ମାତା ଏକ ଆକର୍ଷଣୀୟ ପୋଷ୍ଟର ସହ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍‌ଙ୍କୁ ଏହି ସୂଚନା ଦେଇଛନ୍ତି ନିର୍ମାତା। ପୋଷ୍ଟରରେ ନାଗା ଶୌର୍ଯ୍ୟଙ୍କ ମୁହଁ ଉଦାସ ଥିବା ନଜର ଆସୁଛି। ଏଥିସହ ଶୌର୍ଯ୍ୟଙ୍କ ସୁଡୋଲ ଶରୀର ମଧ୍ୟ ପୋଷ୍ଟରକୁ ଅଧିକ ଆକର୍ଷକ କରୁଛି। ପୋଷ୍ଟରରେ ନାଗା ଶୌର୍ଯ୍ୟ ହାତରେ ଧନୁ ଓ ଶର ଧରିଛନ୍ତି। ଏଥିସହ ତାଙ୍କ ଶରୀରରେ କେତେକ କ୍ଷତ ମଧ୍ୟ ରହିଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ପୋଷ୍ଟର:


ତୀରନ୍ଦାଜୀର ପ୍ରାଚୀନ ଖେଳ ଉପରେ ଆଧାରିତ ପ୍ରଥମ ଭାରତୀୟ ଫିଲ୍ମ ହେଉଛି ‘ଲକ୍ଷ୍ୟ’। ଫିଲ୍ମରେ ଦର୍ଶକେ ନାଗାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ। ଲକ୍ଷ୍ୟର ପୋଷ୍ଟ ପ୍ରଡକ୍ସନ୍‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାଯାଇଛି।

ଏହି ଫିଲ୍ମରେ ଅଭିନେତ୍ରୀ କେତିକା ଶର୍ମା ନାଗା ଶୌର୍ଯ୍ୟଙ୍କ ପ୍ରେମିକା ଭୂମିକାରେ ନଜର ଆସିବେ। ଶ୍ରୀ ଭେଙ୍କଟେଶ୍ୱର ସିନେମାଜ୍‌ ଏଲ୍‌ଏଲ୍‌ପି ଓ ନର୍ଥ ଷ୍ଟାର ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ବ୍ୟାନର ତଳେ ଏହି ଫିଲ୍ମ ନିର୍ମିତ ହେଉଛି। ନାରାୟଣ ଦାସ ନାରଙ୍ଗ, ପୁଷ୍କୁର ରାମ ମୋହନ ରାଓ ଓ ସରଥ ମରାର ମିଳିତ ଭାବେ ଏହି ଫିଲ୍ମ ତିଆରି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.