Below header

ଜାଣନ୍ତୁ ମକର ରାଶି ବିଷୟରେ କିଛି ରୋଚକ ତଥ୍ୟ

ମକର ରାଶିର ସ୍ୱାମୀ ହେଉଛନ୍ତି ଶନି ଏବଂ ଏହା ସମ୍ବନ୍ଧିତ ତତ୍ତ୍ୱ ହେଉଛି ପୃଥିବୀ। ଏହି ରାଶି ଦ୍ୱାରା ଆମେ ରାଗ, ସେବା ଭାବ, ବିଶ୍ୱସନୀୟତା, ଭାବନା, ପ୍ରେମର ଅନୁଭବ ଆଦି ବିଷୟରେ ଅଧ୍ୟୟନ କରିଥାଉ। ମକର ରାଶିର ଶୁଭ ରତ୍ନ ହେଉଛି-ନୀଲମ। ଏହାର ସମ୍ବନ୍ଧ ଶନିବାର ସହ ରହିଛି। ଏହାର ମିତ୍ର ରାଶି ହେଉଛି- ବୃଷ, କର୍କଟ, କନ୍ୟା, ତୁଳା ଏବଂ ମୀନ ଏବଂ ମେଳ ଖାଉନଥିବା ରାଶି ହେଉଛି- ମେଷ, ମିଥୁନ, ସିଂହ, ଧନୁ ଏବଂ କୁମ୍ଭ।

ମକର ରାଶି ବିଷୟରେ ଜାଣନ୍ତୁ କିଛି ମହତ୍ୱପୂର୍ଣ୍ଣ ତଥ୍ୟ:

makara-ରାଶି ଚକ୍ରରେ ମକର ରାଶି ୧୦ମ ସ୍ଥାନରେ ରହିଥାଏ। ଏଭଳି ଜାତକର ଲୋକମାନେ ବହୁତ ସତର୍କ ଏବଂ ସେବା ମନବୃତି ରଖିଥାନ୍ତି। ଏହି ରାଶିର ଲୋକମାନେ ଚାକିରୀ କ୍ଷେତ୍ରରେ ସଫଳ ହୋଇଥାନ୍ତି। ମକର ରାଶିର ଲୋକମାନେ ଶାନ୍ତରେ ସମସ୍ତ କାର୍ଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି। ଏହି ରାଶିର ଲୋକମାନେ ନିଜକୁ ଦୁନିଆରୁ ଅଲଗା କରି ସାଧନା ମାର୍ଗକୁ ଆପଣେଇଥାନ୍ତି। କୌଣସି କ୍ଷେତ୍ରରେ ବାରମ୍ବାର ପରିବର୍ତ୍ତନ କରିବା ଏହି ରାଶିର ବ୍ୟକ୍ତିମାନେ ପସନ୍ଦ କରିନଥାନ୍ତି ଏହିକାରଣରୁ ଚଞ୍ଚଳ ବ୍ୟକ୍ତିମାନଙ୍କ ସହ ଏହି ରାଶିର ଲୋକମାନଙ୍କ ମେଳ ଖାଇନଥାଏ। ଏହି ରାଶିର କୁଣ୍ଡଳୀରେ ଶନି ଶୁଭ ହୋଇଥିବାରୁ ଏହି ବ୍ୟକ୍ତିମାନଙ୍କୁ ଭୂମି ଲାଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.