Below header

‘ଯଦି ସକାଳେ ଉଠିବା ବେଳେ ଆପଣ ଜାଣିବାକୁ ପାଇବେ ଯେ ଆପଣ ଗର୍ଭବତୀ ଅଛନ୍ତି, ତେବେ କ’ଣ କରିବେ?’ IASର ସାକ୍ଷାତକାରରେ ପଚରାଯାଏ ଏଭଳି କଠିନ ପ୍ରଶ୍ନ

ଅଧିକାଂଶ ପିଲାଙ୍କ ସ୍ୱପ୍ନ ଥାଏ ବଡ଼ ହେଲେ ଆଇଏଏସ୍‌ ଅଫିସର ହେବା। ଏଥିପାଇଁ ସେମାନେ ପିଲାବେଳୁ ହିଁ ଲାଗିପଡ଼ିଥାନ୍ତି। ଆଇଏଏସ୍‌ରେ କୃତକାର୍ଯ୍ୟ ହେବାକୁ ହେଲେ ତିନିଟି ପରୀକ୍ଷା ଯଥା ପ୍ରିଲିମିନାରୀ, ମେନ୍‌ ଓ ସାକ୍ଷାତକାର ଦେବାକୁ ପଡ଼ିଥାଏ। ଏହି ତିନୋଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ହିଁ ଜଣେ ଆଇଏଏସ୍‌ ଅଫିସର ହୋଇପାରିବ। ତେବେ ଲିଖିତ ପରୀକ୍ଷା ତୁଳନାରେ ଏହାର ସାକ୍ଷାତକାର ଅଧିକ କଠିନ ହୋଇଥାଏ। ଆଇଏଏସ୍‌ର ସାକ୍ଷାତକାରରେ ବହୁତ ଟ୍ରିକି ପ୍ରଶ୍ନ ପଚରାଯାଇଥାଏ। ଏହି ପ୍ରଶ୍ନର ଉତ୍ତର ଦେବା ବେଳେ ପରୀକ୍ଷାର୍ଥୀଙ୍କ ଚିନ୍ତାଧାରା ଓ ମୁହଁର ହାବଭାବକୁ ଅଧିକ ଗୁରୁତ୍ୱ ଦିଆଯାଏ। ତେବେ ଆସନ୍ତୁ ଜାଣିବା ଆଇଏଏସ୍‌ ପରୀକ୍ଷାରେ ସବୁଠାରୁ ଅଧିକ ଥର ପଚରାଯାଇଥିବା ପ୍ରଶ୍ନ କ’ଣ ଥିଲା…

୧. ଯଦି ସକାଳେ ଉଠିବା ବେଳେ ଆପଣ ଜାଣିବାକୁ ପାଇବେ ଯେ ଆପଣ ଗର୍ଭବତୀ ଅଛନ୍ତି, ତେବେ କ’ଣ କରିବେ?

ପରୀକ୍ଷାର୍ଥୀ: ମୁଁ ବହୁତ ଖୁସି ହେବି ଓ ଛୁଟି ନେଇ ସ୍ୱାମୀଙ୍କ ସହ ଏହି ଖୁସିକୁ ସେଲିବ୍ରେଟ୍‌ କରିବି।

୨. ଯାଆଁଳା ସନ୍ତାନ ଆଦର୍ଶ ଓ ଅନୁପମ ମେ’ରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ସେମାନଙ୍କ ଜନ୍ମଦିନ ଜୁନ୍‌ରେ ପଡ଼େ। ଏହା କିପରି ସମ୍ଭବ?

ପରୀକ୍ଷାର୍ଥୀ: ମେ’ ଏକ ସହରର ନାମ। ଯେଉଁଠାରେ ସେମାନେ ଜନ୍ମ ନେଇଥିଲେ।

୩. ଯଦି ଆପଣଙ୍କ ଗୋଟିଏ ହାତରେ ତିନିଟି ସେଓ ଓ ଚାରିଟି କମଳା ଓ ଅନ୍ୟ ହାତରେ ଚାରିଟି ସେଓ ଓ ତିନିଟି କମଳା ରହିଛି, ତେବେ ତୁମ ପାଖରେ କ’ଣ ଅଛି?

ପରୀକ୍ଷାର୍ଥୀ: ବହୁତ ବଡ଼ ହାତ

୪. ପ୍ରଶ୍ନକର୍ତ୍ତା ପରୀକ୍ଷାର୍ଥୀଙ୍କ ପାଇଁ କପେ କଫି ଅର୍ଡର କରି ତାଙ୍କ ସାମ୍ନାରେ ରଖିଲେ। ପରେ ଇଂରାଜୀରେ ପ୍ରଶ୍ନ କଲେ ‘ହ୍ଵାଟ୍‌ ଇଜ୍‌ ବିଫୋର ୟୁ’?

ପରୀକ୍ଷାର୍ଥୀ ତୁରନ୍ତ ଉତ୍ତର ଦେଲେ ଟି’।

ପ୍ରଶ୍ନକର୍ତ୍ତା ତାଙ୍କୁ ସାଙ୍ଗେସାଙ୍ଗେ ସିଲେକ୍ଟ କରିଥିଲେ। ଏହି ପ୍ରଶ୍ନ ଇଂରାଜୀ ବର୍ଣ୍ଣମାଳାର ୟୁ ପୂର୍ବରୁ କ’ଣ ଅଛି ଅର୍ଥରେ ପଚରାଯାଇଥିଲା। ଏଣୁ ପରୀକ୍ଷାର୍ଥୀ ‘ହ୍ଵାଟ ଇଜ୍‌ ବିଫୋର ୟୁ’ର ଉତ୍ତର ‘ଟି’ ଦେଇଥିଲେ।

୫. ଜଣେ ବ୍ୟକ୍ତି ୮ ଦିନ ନ ଶୋଇ କିପରି ରହିପାରିବ?

ପରୀକ୍ଷାର୍ଥୀ: ସେ ରାତିରେ ଶୋଇଥିବେ।

୬. ତୁମେ ଏକ ହାତୀକୁ କିପରି ଗୋଟିଏ ହାତରେ ଉଠାଇପାରିବ?

ପରୀକ୍ଷାର୍ଥୀ: ଏହା ସେତେବେଳ ଯାଏଁ ଏକ ସମସ୍ୟା ନୁହେଁ ଯେତେବେଳ ପର୍ଯ୍ୟନ୍ତ ଆପଣ ହାତରେ ରହିପାରୁଥିବା ହାତୀ ଖୋଜିିନାହାନ୍ତି।

୭. ଯଦି ଏକ କାନ୍ଥ ତିଆରି କରିବାକୁ ୮ ଜଣଙ୍କୁ ୪ ଘଣ୍ଟା ସମୟ ଲାଗେ, ତେବେ ୪ ଜଣଙ୍କୁ କେତେ ସମୟ ଲାଗିବ?

ପରୀକ୍ଷାର୍ଥୀ: ଆଦୌ ଲାଗିବନି କାରଣ ଏହା ପୂର୍ବରୁ ତିଆରି ହୋଇସାରିଛି।

୮. ନାଗପଞ୍ଚମୀର ବିପରୀତ ଶବ୍ଦ କ’ଣ?

ପରୀକ୍ଷାର୍ଥୀ: ନାଗ ଡିଡ୍‌ ନଟ୍‌ ପଞ୍ଚ୍‌ ମି।

୯. ଜେମସ୍‌ ବଣ୍ଡଙ୍କୁ ବିନା ପାରାଚ୍ୟୁଟ୍‌ରେ ବିମାନରୁ ଠେଲି ଦିଆଗଲା, ତଥାପି ସେ ବଞ୍ଚିଗଲେ, କେମିତି?

ପରୀକ୍ଷାର୍ଥୀ: ଉଡ଼ାଜାହାଜ ରନ୍‌ୱେରେ ଠିଆ ହୋଇଥିଲା।

୧୦. କେଉଁ ଜିନିଷଟି ଫାଳେ ସେଓ ଭଳି ଦିଶେ?

ପରୀକ୍ଷାର୍ଥୀ: ଆର ଫାଳ ସେଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.