LOCରେ ନିଆରା ଢଙ୍ଗରେ କ୍ରିସମାସ ପାଳନ କଲେ ଯବାନ, ଭିଡିଓ ଦେଖିଲେ ଖୁସି ହୋଇଯିବ ମନ

ଗତକାଲି ବିଶ୍ୱର ବିଭିନ୍ନ ସ୍ଥାନରେ କ୍ରିସମାସ ପାଳନ କରିବା ପାଇଁ ବିଭିନ୍ନ ଆୟୋଜନ କରାଯାଇଥିଲା। ଦେଶର ବିଭିନ୍ନ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ଲୋକମାନେ ପରସ୍ପରଙ୍କୁ ଉପହାର ଦେଇ ଉତ୍ସବ ପାଳନ କରିଥିଲେ। ସେହିଭଳି ଦେଶର କିଛି ସ୍ଥାନରେ କ୍ରିସମାସରେ ଖାସ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ମଧ୍ୟରେ କ୍ରିସମାସ ପାଳନ କରିବା ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଲାଇନ ଅଫ୍‌ କଣ୍ଟ୍ରୋଲରେ (LOC)ରେ ମୃତୟନ ହୋଇଥିବା ଯବାନମାନେ ଉତ୍ସବ ପାଳନ କରିଛନ୍ତି। ଏହି ଭିଡିଓରେ ଅନେକ ଯବାନ ଡ୍ୟାନ୍ସ କରିବା ସହ ପାଟିରେ ଆସାମ ରେଜିମେଣ୍ଟର ବଦଲୁ ରାମ ଗୀତ ଗୁଣୁଗୁଣୁ କରୁଥିଲେ।

୨୦,୦୦୦ ଫୁଟ୍‌ ଉଚ୍ଚରେ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ସେନାର ଯବାନମାନେ ଦେଶବାସୀଙ୍କୁ ଏବଂ ପୁରା ବିଶ୍ୱକୁ ଖୁବ୍‌ ଖାସ୍‌ ଉପାୟରେ କ୍ରିସମାସର ଶୁଭେଚ୍ଛା ଜଣାଇଛନ୍ତି। ଯବାନମାନେ ବରଫ ପାହାଡ ମଧ୍ୟରେ ହେଲୀପେଡ ରେ ଛିଡା ହୋଇ ଜିଙ୍ଗଲ ବେଲ୍‌ ଗୀତ ଗାଇ କ୍ରିସମାସର ହି ଉତ୍ସବକୁ ଅତ୍ୟନ୍ତ ଆନନ୍ଦର ସହ ପାଳନ କରିଛନ୍ତି। କ୍ରିସମାସ ସେଲିବ୍ରେସନ କରିବାର ଏହି ଭିଡିଓ ଭାରତୀୟ ସେନା ଜାରି କରିଛନ୍ତି।

MUMBAIକ୍ରିସମାସ ପାଳନ କରିବାରେ ମୁମ୍ବାଇ ସହର ମଧ୍ୟ ପଛରେ ନଥିଲା। ସହରର ସବୁଠାରୁ ପୁରୁଣା ଚର୍ଚ୍ଚରେ ହଜାର ହଜାର ସଂଖ୍ୟାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସମସ୍ତେ ପ୍ରାର୍ଥନା କରିବା ପାଇଁ ପହଞ୍ଚିଥିଲେ। ଏହି ଖାସ୍‌ ଦିନରେ ପୁରା ଚର୍ଚ୍ଚକୁ ରଙ୍ଗ-ବେରଙ୍ଗ ଆଲୋକ ଏବଂ ଫୁଲରେ ସଜା ଯାଇଥିଲା। ପ୍ରାର୍ଥନା ମାଧ୍ୟମରେ ଲୋକମାନେ ଦେଶରେ ଶାନ୍ତି, ପ୍ରେମ ଏବଂ ଭାଇଚାରା ପାଇଁ ପ୍ରାର୍ଥନା କରିବା ସହ ଦେଶକୁ ଏକଜୁଟ୍‌ କରି ରଖିବା ପାଇଁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.