ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ମାଣ୍ଡିଆ ଖାଇବା କେତେ ଫାଇଦାଯୁକ୍ତ, ଜାଣନ୍ତୁ

ଫିଟନେସକୁ ଭଲପାଉଥିବା ଲୋକେ ମାଣ୍ଡିଆ ଖାଇବାକୁ ଭଲପାଇଥାନ୍ତି। ଏହା ସେମାନଙ୍କ ପାଇଁ ସୁପରଫୁଡ। ଅନେକ ଲୋକଙ୍କ କହିବାନୁଯାୟୀ, ରାତିରେ ଶୋଇବା ପୂର୍ବରୁ ମାଣ୍ଡିଆ ସହିତ କ୍ଷୀର ମିଶାଇ ଖାଇବା ସ୍ବାସ୍ଥ୍ଯ ପ୍ରତି ଫାଇଦାଯୁକ୍ତ। ଏହି ଦୁଇଟି ଜିନିଷ ମିଶାଇ ପିଇବା ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।

ମାଣ୍ଡିଆକୁ ଅଧିକାଂଶ ଦକ୍ଷିଣ ଭାରତୀୟ ଲୋକେ ଖାଇଥାନ୍ତି। ମାଣ୍ଡିଆ ମେଟାବଲିଜିମକୁ ବୁଷ୍ଟ କରିଥାଏ ଏବଂ ହ୍ଦୟକୁ ସଠିକ୍ ରଖିଥାଏ। ଏହାଛଡା ଓଜନ କମ୍ କରିବାରେ ସହାୟକ ହୋଇଥାଏ। ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ।

ମାଣ୍ଡିଆରେ କାର୍ବୋ ହାଇଡ୍ରେଟ, ଫାଇବର, ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ। ଏଥିରେ ଭିଟାମିନି ସି, ବି, ଈ ଏବଂ ମିନେରାଲ ନଥାଏ। କିନ୍ତୁ ଏଥିରେ ଥାଇମିନ, ରାଇବୋଫ୍ଲାବିନ, ଫୋଲିକ ଏସିଡ, କ୍ଯାଲସିଅମ, ଆଇରନ ରହିଥାଏ। ଯାହା ଆପଣଙ୍କ ଦିନକୁ ଭଲଭାବେ ଆରମ୍ଭ କରିଥାଏ। କିନ୍ତୁ କ’ଣ କ୍ଷୀରରେ କେବେ ବି ମାଣ୍ଡିଆ ପକାଇ ଖାଇବା ଉଚିତ ?

ଏକ୍ସପର୍ଟଙ୍କ ମତରେ ରାତିରେ କେବେ ବି ମାଣ୍ଡିଆ ଖାଇବା ଉଚିତ ନୁହେଁ। ମାଣ୍ଡିଆରେ ଥିବା ପ୍ରୋଟିନ ଏବଂ କମ୍ପପ୍ଲେକ୍ସ କାର୍ବୋହାଇଡ୍ରେଟ ରହିଥାଏ, ଯାହା ପାଚନ କ୍ରିୟାକୁ ଧୀର କରିଦିଏ। ଏହି କାରଣରୁ ଆପଣଙ୍କ ଭୋକକୁ ଅଧିକ ସମୟ ପର୍ଯ୍ଯନ୍ତ ଶାନ୍ତ ରଖିଥାଏ। ଦିନ ସମୟରେ ଗ୍ଯାଷ୍ଟ୍ରୋଇଣ୍ଟେଷ୍ଟନାଇଲରୁ ଏସିଡକୁ ସକ୍ରିୟ କରିଥାଏ।