ମାଣିକ ପଥର ଧାରଣ କଲେ ଶାନ୍ତ ହୁଅନ୍ତି ସୂର୍ଯ୍ୟ, ଜାଣନ୍ତୁ କେଉଁ ପଥର ଧାରଣ କଲେ ଶାନ୍ତ ହେବେ ଅନ୍ୟ ଗ୍ରହ

କାହିଁ କେଉଁ କାଳରୁ ଗ୍ରହ ମାନଙ୍କୁ ଶାନ୍ତି କରିବା ପାଇଁ ବିଭିନ୍ନ ଉପାୟ ମାନର ଆବିଷ୍କାର କରାଯାଇଛି । କେତେ ଜଣ ଯଜ୍ଞର ଆୟୋଜନ କଲେ ଗ୍ରହ ମାନଙ୍କୁ ଶାନ୍ତି କରିହେବ ବୋଲି ମତ ଦେଉଥିବା ବେଳେ ତ କିଏ ବିଭିନ୍ନ ପ୍ରକାର ପଥର ଧାରଣ କଲେ ଅଶାନ୍ତ ଗ୍ରହ ମାନେ ଶାନ୍ତି ହୋଇଯିବେ ବୋଲି କୁହନ୍ତି । କିନ୍ତୁ ସର୍ବ ପ୍ରଥମେ ମନେ ରଖିବା ଉଚିତ କି ଏହି ପଥର ଗୁଡିକୁ ଏକ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ହିଁ ଧାରଣ କରିବା ଉଚିତ । ନଚେତ ଏଗୁଡିକ ସୁ ପ୍ରଭାବ ପକାଇବା ବଦଳରେ କୁ ପ୍ରଭାବ ପକାଇ ବସିବେ ।
ଆସନ୍ତୁ ଆଜି ସେ ସମ୍ପର୍କରେ କିଛି ତଥ୍ୟ ବିଷୟରେ ଜାଣିବା ।

ବିଶିଷ୍ଟ ଜ୍ୟୋତିଷବିଦ ମାନେ ୯ ଟି ଗ୍ରହ ପାଇଁ ୯ ପ୍ରକାରର ପଥର ପଥର ବିଶେଷ ଭାବେ ଉପଯୁକ୍ତ ବୋଲି ବ୍ୟାଖ୍ୟା କରିଛନ୍ତି । ସେମାନଙ୍କ ଅନୁଯାୟୀ ସୂର୍ଯ୍ୟ ଗ୍ରହ ପାଇଁ ମାଣିକ ପଥର, ଚନ୍ଦ୍ର ଗ୍ରହ ପାଇଁ ମୋତି, ମଙ୍ଗଳ ପାଇଁ ମୁଙ୍ଗା , ବୁଦ୍ଧ ଗ୍ରହ ପାଇଁ ପନ୍ନା, ଗୁରୁ ପାଇଁ ପୋକରାଜ, ଶୁକ୍ର ପାଇଁ ହୀରା, ଶନି ଗ୍ରହ ପାଇଁ ନିଲମ, ରାହୁ ପାଇଁ ଗୋମେଦ ଓ କେତୁ ପାଇଁ ଳେହସୁନିଆ ପଥର ସର୍ବାଧିକ ପ୍ରୟୋଜନ ହୋଇଥାଏ ।
ଗ୍ରହ ମାନଙ୍କ ପାଇଁ ଉପଯୁକ୍ତ ପଥର ବିଷୟରେ ତ ଜାଣିଲେ ଏବେ ଆସନ୍ତୁ ଜାଣିବା ଏଗୁଡିକ ଧାରଣର ନିୟମାବଳୀ ।

MANIKYA

ମାଣିକ୍ୟ ପଥର ଧାରଣ କରିବାର ନିୟମ:

ସୂର୍ଯ୍ୟ ଗ୍ରହର ସ୍ଥିତି ସୁଦୃଢ କରିବା ପାଇଁ ମାଣିକ ପଥରକୁ ୩ ରତିରୁ ଅଧିକ ଓଜନ ବିଶିଷ୍ଟର ଧାରଣ କରିବା ଉଚିତ । ଏହି ପଥର ଟିକୁ ଅତି କମରେ ୫ ରତି ବିଶିଷ୍ଟ ସୁନା ମୁଦି ସହ ହିଁ ପିନ୍ଧନ୍ତୁ । କିନ୍ତୁ ମନେ ଏହି ମାଣିକର ପ୍ରଭାବ ୪ ବର୍ଷ ପର୍ଯ୍ୟନ୍ତ ହିଁ ରହିବ ।

PEARL

ମୋତି ଧାରଣର ନିୟମ:

ଚନ୍ଦ୍ରମାଙ୍କୁ ଶାନ୍ତି କରିବା ପାଇଁ ଉତ୍ତମ ମାନର ୪ ରତି ବିଶିଷ୍ଟ ମୋତି ଧାରଣ କରନ୍ତୁ । ଏହାକୁ ସୁନା କିମ୍ବା ରୁପା ଧାତୁ ବିଶିଷ୍ଟ ମୁଦିରେ ଜଡେଇକି ପିନ୍ଧନ୍ତୁ | ଅନ୍ୟ କୌଣସି ଧାତୁ ସହ ଭୁଲରେ ବି ପିନ୍ଧିବେ ନାହିଁ ।

ଏହା ସହ ପଢନ୍ତୁ: ଗରୁଡ଼ ପୁରାଣ ଅନୁଯାୟୀ ଏହି ଛଅଟି କାରଣ ଯୋଗୁଁ ଶରୀର ହୋଇଥାଏ ରୋଗାଗ୍ରସ୍ତ

ମୁଙ୍ଗା ରତ୍ନ ପିନ୍ଧିବା ବିଧି:

ଆପଣଙ୍କ ରାଶିରେ ମଙ୍ଗଳ ଗ୍ରହ ଅଶାନ୍ତ ରହୁଥିଲେ ଅତି କମରେ ୮ ରତି ବିଶିଷ୍ଟର ଏକ ମୁଙ୍ଗା ପଥର ଧାରଣ କରନ୍ତୁ | ଏହାକୁ ସର୍ବନିମ୍ନ ୬ ରତି ଓଜନର ସୁନା ମୁଦି ସହ ହିଁ ପିନ୍ଧନ୍ତୁ । ମନେ ରଖିବେ ଏହାର ପ୍ରଭାବ ୪ ବର୍ଷ ପର୍ଯ୍ୟନ୍ତ ହିଁ ରହିଥାଏ । ସମୟ ସରିଗଲେ ଏହାକୁ ତୁରନ୍ତ ବଦଳାଇ ନେବେ ।

ପନ୍ନା ରତ୍ନ ଧାରଣର ପ୍ରଣାଳୀ:

ବୁଦ୍ଧ ଗ୍ରହକୁ ଶାନ୍ତି କରିବା ନିମନ୍ତେ ପନ୍ନା ପଥର ସବୁଠାରୁ ଅଧିକ ପ୍ରୟୋଜନ ଅଟେ ବୋଲି ବିଶିଷ୍ଟ ଜ୍ୟୋତିର୍ବିଦ ମାନେ ମତ ରଖିଛନ୍ତି ।
ଏହାକୁ କେବଳ ସୁନା ମୁଦି ସହ ହିଁ ପିନ୍ଧିବା ଉଚିତ । ଏହାର ପ୍ରଭାବ ୩ ବର୍ଷ ପର୍ଯ୍ୟନ୍ତ ହିଁ ରହିଥାଏ ।

PUKHARAJ

ପୋଖରାଜ ପିନ୍ଧିବା ନିୟମ:

ଗୁରୁ ତଥା ବୃହସ୍ପତି ଗ୍ରହର ଆଶୀର୍ବାଦ ପାଇବା ପାଇଁ ୪ ରତି ଓଜନର ଏକ ପୋଖରାଜ ପଥରର ମୁଦିକୁ ହିଁ ପିନ୍ଧିବା ଉଚିତ । ଏହାକୁ ସୁନା କିମ୍ବା ରୁପା ମୁଦି ସହ ପିନ୍ଧନ୍ତୁ । ଏହାର ପ୍ରଭାବ ୪ ବର୍ଷ ପର୍ଯ୍ୟନ୍ତ ହିଁ ରହିଥାଏ ।

ହୀରା ରତ୍ନକୁ କେମିତି ପିନ୍ଧିବେ:

ଶୁକ୍ର ଗ୍ରହକୁ ଶାନ୍ତ କରିବା ପାଇଁ ହିଁ ଏହାର ଦରକାର ହୋଇଥାଏ । ଏହି ଗ୍ରହକୁ ମଜବୁତ କରିବା ପାଇଁ ଅତି କମରେ ଏକ ରତି ଓଜନର ହୀରା ମୁଦି ଧାରଣ କରିବା ଉଚିତ । ଏହାକୁ ଅତି କମରେ ୭ ରତି ଓଜନର ସୁନା ମୁଦି ସହ ପିନ୍ଧିବା ଉଚିତ ଓ ଏହାର ପ୍ରଭାବ ୭ ବର୍ଷ ପର୍ଯ୍ୟନ୍ତ ହିଁ ରହିଥାଏ ।

diamond

ନିଲମ ପିନ୍ଧିବା ନିୟମ:

ଯାହାର ଶନି ଗ୍ରହ ଅଶାନ୍ତ ରହିଥାଏ ସେହି ମାନେ ୪ ରତି ବା ଅଧିକ ଓଜନର ନିଲମ ପଥର ପିନ୍ଧିବା ଉଚିତ । ଏହାକୁ ଲୁହା ନିର୍ମିତ ମୁଦିରେ ହିଁ କେବଳ ପିନ୍ଧିବା ଉଚିତ । ଏହାର ପ୍ରଭାବ ୫ ବର୍ଷ ଯାଏଁ ହିଁ ରହିଥାଏ । ଏହା ପରେ ଏହାକୁ ତୁରନ୍ତ ବଦଳାଇ ନିଅନ୍ତୁ ।

 

ଏହା ସହ ପଢନ୍ତୁ: କେବଳ ଖାଦ୍ୟ ନୁହେଁ ଶରୀର ପାଇଁ ବେଶ୍‌ ଉପକାରୀ ଆମଚୁର ପାଉଡର, ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ଗୋମେଦ ପଥର ଧାରଣର ନିୟମ:

ରାହୁ ଗ୍ରହର ଶାନ୍ତି ପାଇଁ ଅତି କମରେ ୪ ରତି ଓଜନର ଗୋମେଦ ପଥର ଧାରଣ କରନ୍ତୁ । ଏହାକୁ ଅଷ୍ଟଧାତୁ ବା ରୁପା ମୁଦି ସହ ନିଜ ଆଙ୍ଗୁଠିରେ ପିନ୍ଧି ପାରିବେ । ମନେ କରି ୩ ବର୍ଷ ପରେ ଏହାକୁ ବଦଳାଇ ନେବେ ।

ଲହଶୂନିଆ ରତ୍ନ ଧାରଣର ନିୟମ:

କେତୁ ଗ୍ରହକୁ ଶାନ୍ତ କରିବା ପାଇଁ ୪ ରତି ଓଜନର ଏହି ପଥର ଧାରଣ କରିବା ଉଚିତ । ଏହାକୁ ୭ ରତି ଓଜନର କୌଣସି ପଞ୍ଚଧାତୁ ବା ଲୁହା ନିର୍ମିତ ମୁଦି ସହ ଧାରଣ କରିବା ଉଚିତ । ୩ ବର୍ଷ ପରେ ଏହାର ପ୍ରଭାବ ସରି ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.