ହିନ୍ଦୁ ଧର୍ମରେ ଅଶ୍ୱତ୍ଥ ବୃକ୍ଷର ଅଛି ଏକ ବିଶେଷ ମହତ୍ତ୍ୱ: ଯାହାର ମୂଳରେ ବ୍ରହ୍ମା, ମଧ୍ୟରେ ବିଷ୍ଣୁ ଓ ଅଗ୍ରଭାଗରେ ବାସ କରନ୍ତି ଶିବ

ଭାରତୀୟ ସଂସ୍କୃତିରେ କେତେକ ବୃକ୍ଷକୁ ସ୍ୱତନ୍ତ୍ର ମହତ୍ୱ ଦିଆଯାଇଛି । ସେ ମଧ୍ୟରୁ ଅଶ୍ୱତ୍ଥ ବୃକ୍ଷ ଅନ୍ୟତମ । ଧାର୍ମିକ ବ୍ୟତୀତ ଆୟୁର୍ବେଦରେ ବି ଏହି ଗଛର ଏକ ବିଶେଷ ମହତ୍ୱ ଅଛି । ଏମିତିକି ଶ୍ରୀମଦ ଭଗବତ ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତିକି, “ବୃକ୍ଷ ଭିତରେ ମୁଁ ହେଉଛି ଅଶ୍ୱତ୍ଥ” । ରୃକ ବେଦରେ ବି ଏହାକୁ ଦେବବୃକ୍ଷର ମାନ୍ୟତା ଦିଆଯାଇଛି । ଦିନର ପ୍ରତ୍ଵକ ସମୟରେ ପ୍ରାଣବାୟୁ ଦେଉଥିବା ଅଶ୍ୱତ୍ଥ ଗଛର ସକାରାତ୍ମକ ଉର୍ଜା ପ୍ରଭାବରୁ ମହାତ୍ମା ବୁଦ୍ଧଙ୍କ ଠାରୁ ଆରମ୍ଭ କରି ଅନେକ ମୁନିଋଷି ମାନେ ଏହାରି ମୂଳରେ ବସି ଜ୍ଞାନାର୍ଯ୍ୟନ କରିଥିଲେ ।

peeple

ଔଷଧିୟ ଗୁଣ ହେତୁ ଅଶ୍ୱତ୍ଥ ଗଛକୁ “କଳ୍ପବୃକ୍ଷ” ବି କୁହାଯାଏ । ଯଜୁର ବେଦରେ ବି ପ୍ରତି ଯଜ୍ଞରେ ଏହାର ବିଶେଷ ମହତ୍ୱ ଥିବା ନେଇ ବର୍ଣିତ ଅଛି । ଅଥର୍ବ ବେଦରେ ଏହାକୁ ଦେବତାଙ୍କ ନିବାସ ସ୍ଥାନ ଭାବେ ଦର୍ଶାଯାଇଛି । ସ୍କନ୍ଧ ପୁରାଣ ଅନୁଯାୟୀ, ଅଶ୍ୱତ୍ଥର ମୂଳରେ ବିଷ୍ଣୁ, କାଣ୍ଡରେ କେଶବ, ଶାଖାରେ ନାରାୟଣ, ପତ୍ରରେ ହରି, ଫଳରେ ସମସ୍ତ ଦେବତା ବାସ କରନ୍ତି । ବିଶ୍ୱାସ ରହିଛିକି ଏହି ବୃକ୍ଷ ଭଗବାନ ବିଷ୍ଣୁଙ୍କର ବିଶ୍ୱ ରୂପର ଆଧ୍ୟାତ୍ମିକ ଦର୍ଶନ କରାଇଥାଏ । କାରଣ ଶାସ୍ତ୍ରରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଏକ ବିରାଟ କାୟ ବୃକ୍ଷ ସହିତ ତୁଳନା କରାଯାଇଛି । ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହାରି ତଳେ ବସି ପରମାତ୍ମାଙ୍କ ଧ୍ୟାନ କରିଥିଲେ । ଶାସ୍ତ୍ର ଅନୁଯାୟୀ, ସୃଷ୍ଟି ଜଲମୟ ହୋଇଥିବା ସମୟରେ ଅଶ୍ୱତ୍ଥ ପତ୍ରରୁ ଆଙ୍ଗୁଠି ଚୁଷୁଥିବା ଅବସ୍ଥାରେ ନବଜାତ ନାରାୟଣଙ୍କର ଆବିର୍ଭାବ ହୋଇଥିଲା । ଆହୁରି ମଧ୍ୟ ଏହି ପତ୍ରର ଆକାର ଏକ ଗର୍ଭାଶୟ ସଦୃଶ । ସେଥିରେ ଶୋଇଥିବା ବାଳକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ସୃଷ୍ଟି ଶୁଭାରମ୍ଭର ସୂଚକ ଭାବେ ଧରାଯାଏ ।

ଏହାର ମୂଳରେ ବ୍ରହ୍ମା, ମଧ୍ୟ ଭାଗରେ ବିଷ୍ଣୁ ଆଉ ଅଗ୍ରରେ ସ୍ୱୟଂ ମହାଦେବ ବାସ କରୁଥିବାର ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯଦି କେହି ଅଶ୍ୱତ୍ଥ ଗଛ ମୂଳରେ ଶିବ ଲିଙ୍ଗ ରଖି ପୂଜା କରନ୍ତି ତେବେ ତାଙ୍କର ସମସ୍ତ ମନୋସ୍କାମନା ପୁରଣ ହେଉଥିବା ନେଇ ଶାସ୍ତ୍ରରେ ବର୍ଣ୍ଣିତ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.