ଦାନ୍ତ ଏବଂ ହାଡକୁ ମଜବୁତ କରାଏ କିସ୍‌ମିସ୍‌ ପାଣି ସହିତ ଲେମ୍ବୁ ରସ, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା

କିସମିସକୁ ଡ୍ରାଏ ଫ୍ରୁଟସ୍‌ ଭଳି ବ୍ୟବହାର କରାଯାଏ। ସ୍ୱାସ୍ଥ୍ୟ ପାଇଁ କିସମିସ୍‌ ବହୁତ ଫାଇଦାଯୁକ୍ତ ହୋଇଥାଏ। କିସମିସ୍‌ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। କେବଳ କିସ୍‌ମିସ୍‌ ଖାଇବା ନୁହେଁ, ଏହାର ପାଣି ମଧ୍ୟ ଶରୀର ପାଇଁ ଫାଇଦା ଦେଇଥାଏ। କିସ୍‌ମିସ ପାଣି ସହିତ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଶରୀରରକୁ ଅନେକ ପ୍ରକାର ଫାଇଦା ମିଳିଥାଏ। କିସ୍‌ମିସ୍‌ ପାଣି ସହିତ ଲେମ୍ବୁ ମିଶାଇ ପିଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ, ଆସନ୍ତୁ ଜାଣିବା…

ଦାନ୍ତ ଏବଂ ହାଡ ପାଇଁ ଫାଇଦା : କିସମିସ୍‌ ପାଣିରେ ଲେମ୍ବୁ ରସ ମିଶାଇ ପିଇବରା ଦ୍ୱାରା ଦାନ୍ତ ଏବଂ ହାଡ ମଜବୁତ ହୋଇଥାଏ। ଏହାଦ୍ୱାରା ଦାନ୍ତର ହଳଦିଆ ପଣ କମ୍‌ ହୋଇଥାଏ।

ପେଟ ସମସ୍ୟା ଦୂର କରିଥାଏ : କିସମିସ୍‌ ପାଣି ସହିତ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଡାଇଜେଷ୍ଟିଭ ସିଷ୍ଟମକୁ ବହୁତ ଫାଇଦା ମିଳିଥାଏ। ଏଥିରେ ଉଚିତ ମାତ୍ରାରେ ଫାଇବର ରହିଥାଏ। ଏହାକୁ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ଯ, ଏସିଡିଟି ଏବଂ ପେଟ ଫୁଲିବା ଭଳିସମସ୍ୟା ଦୂର ହୋଇଥାଏ।

ରକ୍ତଚାପ ନିୟନ୍ତ୍ରଣ କରିଥାଏ :କିସମିସ୍‌ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏହା ଶରୀରରେ ଥିବା କାଲେଷ୍ଟ୍ରୋଲର ମାତ୍ରାକୁ କମ୍‌ କରିଥାଏ। କିସମିସରେ ପୋଟାସିୟମର ଭଲ ସ୍ରୋତ ରହିଥାଏ। ଏହାକୁ ନିୟମିତ ଖାଇଲେ ରକ୍ତଚାପ କଣ୍ଟ୍ରୋଲ ହୋଇଥାଏ।

ତ୍ୱଚା ଏବଂ କେଶ ପାଇଁ: କିସମିସ୍‌ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଚେହେରାରେ ଚମକ ଆସିଥାଏ। ଏହାସହିତ କେଶ ପାଇଁ ଫାଇଦାଯୁକ୍ତ ହୋଇଥାଏ।

ଓଜନ ନିୟନ୍ତ୍ରଣ କରେ: କିସମିସ୍‌ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ। କିସମିସ୍‌ରେ ଡାଇଟରୀ ଫାଇବର ଏବଂ ପ୍ରୋବାୟୋଟିକ ତତ୍ତ୍ୱ ରହିଥାଏ। ଯାହା ଓଜନ କଣ୍ଟ୍ରୋଲ କରିଥାଏ।

କେମିତି ବନାଇବେ କିସ୍‌ମିସ୍‌ ଲେମ୍ବୁ ପାଣି :

ଗୋଟେ ଗ୍ଲାସ ପାଣିରେ କିସମିସକୁ ରାତିସାରା ଭିଜାଇ ରଖନ୍ତୁ। ପରଦିନ ଏହି ପାଣିକୁ ଛାଣି ଦିଅନ୍ତୁ। ଏହି ପାଣିରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ ଏବଂ ପିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.