Below header

ରବିବାର ସଂଧ୍ୟାର ଭରପୁର ମଜା ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଫିସ ପକୋଡା’

ଆମିଷ ଖାଦ୍ୟର ବିଭିନ୍ନ ଆଇଟମ ଭିତରେ ‘ଫିସ ପକୋଡା’ ଅନ୍ୟତମ । ମାତ୍ର କିଛି ସାଗ୍ରୀ ବ୍ୟବହାର କରି ଆପଣ ଅତି ସହଜରେ ଏହାକୁ ଘରେ ପ୍ରସ୍ତୁତ କରିପାରିବେ । ଆପଣଙ୍କୁ ସହଜରେ ଘରେ ମୁସ ମୁସ ଟେଷ୍ଟି ପକୋଡା ଘରେ ପ୍ରସ୍ତୁତ କରି ଖାଇ ପାରିବେ । ତେବେ ଆସନ୍ତୁ ଆଜି ଜାଣି ରଖିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:

୧. ୫୦୦ ଗ୍ରାମ ମାଛ

୨. ଲେମ୍ବୁ ରସ- ଅଧା ଚାମଚ

୩. ରସୁଣ- ଛୋଟ ଛୋଟ କଟାଯାଇଥିବା

fish

୪. ଅଦା – କଟାଯାଇଥିବା

୫. ଧନିଆ- ଗୋଟେ ଚାମଚ

୬. ଲାଲ ଲଙ୍କା ଗୁଣ୍ଡ – ୨ ଚାମଚ

୭. କିଛି ହଳଦୀ

୮. ଲୁଣ – ସ୍ୱାଦ ଅନୁଯାୟୀ

୯. ୨୦୦ ଗ୍ରାମ ବେସନ

୧୦. ଜୁଆଣି – ଏକ ଚାମଚ

୧୧. ଗରମ ମସଲା

୧୨. ସୋଢା – ଗୋଟେ ଚୁଟକୀ

fish

୧୩. ବନସ୍ପତି ତେଲ

୧୪. ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ । ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ ସେଥିରେ ଲେମ୍ବୁ ରସ ଭଲ ଭାବେ ଗୋଳାଇ ଦିଅନ୍ତୁ ।

– ଏବେ ସେଥିରେ ରସୁଣ, ଅଦା, ଧନିଆ ଗୁଣ୍ଡ, ଜୁଆଣି, ଲଙ୍କା ଗୁଣ୍ଡ, ହଳଦୀ ଓ ଲୁଣ ଆଦି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।

– ଏବେ ୨ଘଣ୍ଟା ପାଇଁ ଛାଡି ଦିଅନ୍ତୁ

– ଏବେ ଅନ୍ୟ ପାତ୍ରରେ ବେସନ, ଓ ବାକି ଥିବା ସାମଗ୍ରୀ ରଖନ୍ତୁ । ଧୀରେ ଧୀରେ ପାଣି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ପେଷ୍ଟ ଟି ଚିକ୍କଣ ଭାବେ ପ୍ରସ୍ତୁତ ହେବା ଦରକାର ।

– ଏବେ କଡ଼ାଇରେ ତେଲ ଗରମ କରନ୍ତୁ

– ପୂର୍ବରୁ ରଖାଯାଇଥିବା ମାଛକୁ ଘୋଳରେ ବୁଡାଇ ଗରମ ତେଲରେ ଛାଣି ଦିଅନ୍ତୁ ।

– ୩ ରୁ ୫ ମିନିଟ ପାଇଁ ଭଲ ଭାବେ କଡ଼ାଇରେ ରଖି କୁର କୁରା ହେବା ପର୍ଯ୍ୟନ୍ତ କଡ଼ାଇରେ ରଖନ୍ତୁ ।

– ସୁନେଲି ରଙ୍ଗ ହେଇ ଆସିଲେ କଡ଼ାଇରୁ ବାହାର କରି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ ।

– ସସ କିମ୍ବା ଘରେ ପ୍ରସ୍ତୁତ ଚଟଣି ସହ ଗରମ ଗରମ ଫିସ ପକୋଡାର ମଜା ନିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.