Below header

କେବେ ଓ କେଉଁଠାରେ ପ୍ରଥମେ ସାଥୀଙ୍କୁ ଆଇ ଲଭ୍ ୟୁ କହିବା ଉଚିତ୍ ! ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ସଂପର୍କ ଯେତେବି ପୁରୁଣା ହେଉ ନା କାହିଁକି, ନିଜ ସାଥୀଙ୍କ ସହିତ ପାଦରେ ପାଦ ମିଶାଇ ଚାଳିବା ଏବଂ ନିଜ ସଂପର୍କକୁ ଏକ ନୂଆ ପରିଚୟ ଦେବା ସମସ୍ତଙ୍କ ପାଇଁ ଖୁବ୍ କଷ୍ଟକର କାମ ହୋଇଥାଏ କିନ୍ତୁ ଏହା ଠାରୁବି ଆହୁରି କଷ୍ଟ କାମ ହେଉଛି କେମିତି ଏବଂ କିପରି ଆପଣ ଆପଣଙ୍କ ସାଥୀଙ୍କୁ ଆଇ ଲଭ୍ ୟୁ କହିବେ ।

 

ପ୍ରକୃତ କଥା ହେଲା ଆମେ ପରିବାର ସହିତ ସମସ୍ତ ବନ୍ଧୁଙ୍କୁ ମଧ୍ୟ ଭଲପାଇଥାଉ କିନ୍ତୁ ଜଣେ ଖାସ୍ ବ୍ୟକ୍ତିଙ୍କୁ ଭଲପାଇବାର ଅନୁଭବ କିଛି ଖାସ୍ ହୋଇଥାଏ ଏବଂ ଭଲ ଲାଗିଥାଏ । ଏହିସବୁ ଅନୁଭବ ଠାରୁ ଅଧିକ ଖୁସି ଲାଗେ ଯେତେବେଳେ ନିଜ ପୁଅସାଥୀ କିମ୍ବା ଝିଅସାଥୀଙ୍କ ପାଖରୁ ଆଇ ଲଭ୍ ୟୁ ଶୁଣିଲେ ।

କିନ୍ତୁ ଯଦି ସେ ଅପଣଙ୍କର ଆଇ ଲଭ୍ ୟୁର ଜବାବ୍ ଆପଣଙ୍କୁ ଥାଙ୍କ୍ ୟୁ କିମ୍ବା ନଟ୍ ଇନଟ୍ରେଷ୍ଟେଡ୍ ଦେଇଦେବେ ତେବେ ଆପଣଙ୍କର ହୃଦୟ ଭାଙ୍ଗି ହିଁ ଯିବ ।

ରିସର୍ଚ୍ଚରୁ ଜଣାପଡିଛି, ଏମିତି କୌଣସି ଖାସ୍ ଦିନ କିମ୍ବା ସମୟ ନଥାଏ ଖାସ୍ ସାଥୀଙ୍କୁ ଆଇ ଲଭ୍ ୟୁ କହିବା ପାଇଁ । ଯେତେବେଳେ ଆପଣଙ୍କୁ ଲାଗିବ କି ଆପଣ କୌଣସି ଖାସ୍ ଲୋକଙ୍କ ପ୍ରେମରେ ପଡିସାରିଛନ୍ତି ଏବଂ ସେହି ଖାସ୍ ବ୍ୟକ୍ତିଙ୍କ ମନରେ ମଧ୍ୟ ଆପଣଙ୍କ ପାଇଁ କିଛି ସେହିପରି ଅନୁଭବକୁ ଆପଣ ଅନୁଭବ କରିଛନ୍ତି ତେବେ ବିନା ସମୟର ଭାବନାରେ ନପଡି ସିଧା ଆପଣ ଆପଣଙ୍କ ସାଥୀଙ୍କୁ ପ୍ରେମର ସେହି ଅଢେଇ ଅକ୍ଷରକୁ ପରସି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.