ବ୍ରଣ ସମସ୍ୟାକୁ ଦୂର କରିବା ସହ ତ୍ୱଚାକୁ ସଫା ରଖିଥାଏ ଭେଣ୍ଡି, ଜାଣନ୍ତୁ ଲଗାଇବା ବିଧି

ଭେଣ୍ଡି ଏପରି ଏକ ପରିବା ଯାହା ଖୁବ କମ ଲୋକଙ୍କୁ ପସନ୍ଦ ଆସିଥାଏ । ତେଣୁ ଏହାକୁ ଭିନ୍ନ ଭିନ୍ନ ଉପାୟରେ ତିଆରି କରି ଖାଇବା ପ୍ରସ୍ତୁତ କରାଯାଏ। ତେବେ ଏହି ପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । କିନ୍ତୁ ଆଜି ଆମେ ଭେଣ୍ଡିର ବିୟୁଟି ଟିପ୍ସ ସମ୍ପର୍କରେ କହିବାକୁ ଯାଉଛୁ । ଯାହା ଖୁବ କମ ଲୋକଙ୍କୁ ଜଣା । ତେବେ ଜାଣନ୍ତୁ ଏହା ଚେହେରାରେ ସୌନ୍ଦର୍ଯ୍ୟ ଆଣିବାରେ କିପରି ସାହାହ୍ୟ କରେ ।

ଭେଣ୍ଡିରେ ଭିଟାମିନ ସି ଏବଂ ମାଗ୍ନେସିୟମ ପ୍ରଚୁର ପରିମାଣରେ ରହିଥାଏ । ଗୋଟିଏ ଗ୍ଲାସ ଭେଣ୍ଡି ରସରେ ୬ ଗ୍ରାମ କାର୍ବୋହାଇଡ୍ରେଟ, ୮୦ ମାଇକ୍ରୋଗ୍ରାମ ଫୋଲେଟ, ୩ ଗ୍ରାମ ଫାଇବର ଏବଂ ୨ ଗ୍ରାମ ପ୍ରୋଟିନ ରହିଛି ।

ବ୍ୟବହାର:

୨ଟି ମଧ୍ୟମ ଧରଣର ଭେଣ୍ଡି ନିଅନ୍ତୁ । ଏହାକୁ ଛୋଟ ଛୋଟ ଖଣ୍ଡ କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ପାଣି ମିଶାନ୍ତୁ ନାହିଁ । ଏବେ ପ୍ରସ୍ତୁତ ପେଷ୍ଟକୁ ନିଜ ମୁହଁରେ ଲଗାନ୍ତୁ ।ଏହାକୁ ଆପଣ ବ୍ରଣ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରିପାରିବେ । ଏଥିପାଇଁ ଆପଣ କେବଳ ବ୍ରଣରେ ମଧ୍ୟ ଏହାକୁ ଲଗାଇ ପାରିବେ ।

ଏହାକୁ ଆପଣ ଅନ୍ୟପ୍ରକାରେ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ୨ରୁ୩ ଟି ଭେଣ୍ଡି ନେବାକୁ ହେବ । ଏହାକୁ ସଫା କରି ଏହାକୁ ଭଲ ଭାବେ ସିଝାଇ ଦିଅନ୍ତୁ । ପରେ ଏହାକୁ ଥଣ୍ଡା କରି ପେଷ୍ଟ ତିଆରି କରନ୍ତୁ । ଏଥିରେ ୨ ରୁ ୩ ବୁନ୍ଦା ଲେମ୍ବୁ ରସ ପକାନ୍ତୁ । ଏହାକୁ ଭଲ ଭାବେ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ । ଶୁଖିଗଲା ପରେ ଏହାକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.