ରାତିରେ ଡେରିରେ ଖାଉଥିଲେ ସାବଧାନ୍, ନଚେତ କମ୍ ବୟସରେ ହୋଇଯିବେ ବୃଦ୍ଧ

ବିଳମ୍ବରେ ଡିନର କରୁଥିଲେ ହୋଇଯାନ୍ତୁ ସତର୍କ

କଣ ଆପଣମାନେ ରାତିରେ ଅଧିକ ଡେରିରେ ଖାଦ୍ୟ ଖାଉଛନ୍ତି କି? ଯଦି ଆପଣ ବିଳମ୍ବ ରାତିରେ ଖାଦ୍ୟ ଖାଉଛନ୍ତି ତେବ ହୋଇ ଯାଆନ୍ତୁ ଏବେ ଠାରୁ ସାବଧାନ।  ରାତିରେ ଡେରିରେ ଖାଇବା ଦ୍ବାରା ଆପଣଙ୍କର ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ଉପୁଜିପାରେ। ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହାର ପରିଣାମ କଣ ହୁଏ ।

ସାଧାରଣତଃ ଅନେକ ଲୋକ ରାତିରେ ଡେରିରେ ଖାଦ୍ୟ ଖାଇବାର ଦେଖା ଯାଇଥାଏ । କାର୍ଯ୍ୟ ବ୍ୟସ୍ତ ହେଉ ବା ଅନ୍ୟ କୌଣସି କାରଣ ପାଇଁ ହେଉ ଯଦି ଆପଣ ଠିକ ସମୟରେ ଆହାର ବା ଖାଦ୍ୟ ଗ୍ରହଣ ନ କରିବେ ତେବେ ଏହା ଦ୍ଵାରା ଆପଣଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

ଏପରିକି ଡେରିରେ ଖାଇବା ଦ୍ଵାରା ଖାଦ୍ୟ ହଜମ ନ ହେବା କାରଣରୁ ଅନେକଙ୍କ କ୍ଷେତ୍ରରେ ମେଟାବୋଲିଜିୟମ ସ୍ତରରେ ଅନିୟନ୍ତ୍ରଣ ଦେଖାଦେଇଥାଏ। ଆଉ ଶରୀରରେ ଅଧିକ କ୍ୟାଲୋରୀ ଜମା ହେବା କାରଣରୁ ମେଦବହୁଳତା ଦେଖା ଯାଇଥାଏ।

ସେହିପରି ପରବର୍ତ୍ତୀ ସମୟରେ ଡାଇବେଟିସ, ଉଚ୍ଚ ରକ୍ତଚାପ ଆଦି ସମସ୍ୟାର କାରଣ ପାଲଟିଥାଏ ଏହି ଅଭ୍ୟାସ। ରାତିରେ ଡେରିରେ ଖାଇଲେ ହଜମ କ୍ରିୟା ବାଧା ପ୍ରାପ୍ତ ହୁଏ। ଯଦି ଖାଦ୍ୟ ଠିକ ଭାବେ ହଜମ ନ ହୁଏ ତେବେ ଛାତିରେ ଜଳାପୋଡା ହେବା, ଏସିଡିଟି ହେବା, ଆମ୍ବିଳା ହେକୁଟି ଭଳି ସମସ୍ୟା ଦେଖାଯାଏ।

ତେଣୁ ଯେତେ ସମ୍ଭବ ରାତିରେ ଜଲଦି ଖାଇବାକୁ ଚେଷ୍ଟା କରନ୍ତୁ। ଏକ ଗବେଷଣା ରିପୋର୍ଟ ଅନୁଯାୟୀ ରାତି ଭୋଜନ ବିଳମ୍ବରେ କରିବା ଦ୍ଵାରା ବଦ ହଜମି, ଗ୍ୟାସ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ।

ତେବେ ଠିକ ସମୟରେ ନ ଖାଇବା କାରଣରୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ଓ ଠିକ ଭାବେ ନିଦ ନ ହେବା କାରଣରୁ ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଆଉ ରାତିରେ ନିଦରେ ବାଧା ମଧ୍ୟ ପ୍ରାପ୍ତ ହୋଇଥାଏ। କେବଳ ଏତିକି ନୁହେଁ ବରଂ ରାତିରେ ମସ୍ତିସ୍କ ଠିକ ଭାବେ ନିଦ ନ ପାଇବାରୁ କେତେକଙ୍କ ଠାରେ ଅଜବ ସ୍ଵପ୍ନ ମଧ୍ୟ ଆସିଥାଏ।

ବାରମ୍ବାର ଏପରି ହେଲେ ଚିଡିଚିଡା ଲାଗିବା ସହ ଡିପ୍ରେସନ ହୋଇ ମାନସିକ ସାମସ୍ୟା ଦେଖା ଯାଇଥାଏ। ତେବେ ରାତିରେ ୮ଟା ରୁ ୧୦ ଟା ମଧ୍ୟରେ ଖାଦ୍ୟ ଖାଇବା ଚେଷ୍ଟା କରନ୍ତୁ। ଏପରି କରିଲେ ସ୍ୱାସ୍ଥ୍ୟ ସୁସ୍ଥ ରହିବା ସହ ଜୀବନଶୈଳୀରେ କିଛି ବି ପରିବର୍ତ୍ତନ ଦେଖାଯିବ ନାହି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.