ଏମିତି ବ୍ୟକ୍ତି ତୁରନ୍ତ ଛାଡ଼ି ଦିଅନ୍ତୁ ଏହି ସବୁ ଖରାପ ଅଭ୍ୟାସ, ଯାହା ଆପଣଙ୍କୁ ବନାଇଥାଏ ରାଗି ଓ ଚିଡ୍‌ଚିଡା

ଏମିତି ବ୍ୟକ୍ତି ପାଖରେ କେହି ବି ରହିବାକୁ ପସନ୍ଦ କରି ନ ଥାଆନ୍ତି, ଯିଏ ସବୁବେଳେ ଚିଡ୍‌ଚିଡ଼ା ଏବଂ ରାଗରେ ରହିଥାଏ। କାହିଁକିନା, ମୁଡି ଏବଂ ରାଗି ବ୍ୟକ୍ତି ନା କେବଳ ନିଜର କ୍ଷତି ପହଞ୍ଚାଇ ଥାଆନ୍ତି, ବରଂ ନିଜ ଆଖପାଖରେ ଉପସ୍ଥିତ ଲୋକଙ୍କ ପାଇଁ ମଧ୍ୟ ଭୟଙ୍କର ହୋଇଥାଆନ୍ତି। ବାସ୍ତବରେ, ଆପଣଙ୍କର ଏହି ରାଗି ଏବଂ ଚିଡଚିଡ଼ା ସ୍ୱଭାବ ପଛରେ ଆପଣଙ୍କର ହିଁ କିଛି ଅଭ୍ୟାସ ଥାଇପାରେ। ଆସନ୍ତୁ ଜାଣିବା ଏହା ବିଷୟରେ।

୧. ଯେଉଁ ଲୋକ ସକାଳ ଜଳଖିଆ କରି ନ ଥାଆନ୍ତି, ସେମାନଙ୍କଠାରେ ପୂରା ଦିନ ଶକ୍ତିର ଅଭାବ ଲାଗି ରହିଥାଏ। ଥକ୍କା ଏବଂ ଦୁର୍ବଳ ଯୋଗୁ ଏମିତି ଲୋକ ଚିଡଚିଡ଼ା ଏବଂ ରାଗରେ ରହିଥାଆନ୍ତି।

୨. ଯେଉଁ ଲୋକଙ୍କର ଅଧିକ ମିଠା ଖାଇବାର ଅଭ୍ୟାସ ଥାଏ, ସେମାନେ ମଧ୍ୟ ଚିଡଚିଡ଼ା ଓ ରାଗି ହେବାର ଆଶଙ୍କା ରହିଥାଏ। କାହିଁକି ନା, ଚିନି ସେବନ ଦ୍ୱାରା ଶରୀରରେ ପ୍ରୋଟିନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱର ଅବଶୋଷଣ ଧିମା ହୋଇଯାଇଥାଏ। ଏହି କାରଣରୁ ସେମାନଙ୍କ ମସ୍ତିଷ୍କ ସବୁବେଳେ ଥକ୍କା ଅନୁଭବ କରିଥାଏ।

୩. ମସ୍ତିଷ୍କକୁ ରିଲାକ୍ସ ଏବଂ ରିଫ୍ରେଶ କରିବା ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ। ତେଣୁ ଯେଉଁ ଲୋକ ଦୈନିକ ୮ରୁ ୯ ଘଣ୍ଟା ଶୋଇ ନ ଥାଆନ୍ତି, ସେମାନଙ୍କଠାରେ ଥକ୍କାପଣ, ମୁଣ୍ଡବିନ୍ଧା ଓ ଚିନ୍ତା ଲାଗି ରହିଥାଏ, ଯଦ୍ଦ୍ଵାରା ରାଗ ଆସିବା ସ୍ୱାଭାବିକ।

୪. ଯେଉଁ ଲୋକଙ୍କଠାରେ ଧୌର୍ଯ୍ୟର ଅଭାବ ରହିଥାଏ, ସେମାନେ ମଧ୍ୟ ଜଲ୍‌ଦି ରାଗି ଯାଇଥାଆନ୍ତି। କାହିଁକିନା, ପ୍ରତ୍ୟେକ ଛୋଟ କଥାରେ ସେମାନେ ଓଭରରିଆକ୍ଟ କରି ଦିଅନ୍ତି, କିନ୍ତୁ ପରେ ପଶ୍ଚାତାପ କରିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.