ଆଜି ଘରେ ଆଳୁକୁ ନେଇ ବନାନ୍ତୁ କିଛି ହଟକେ, ‘ଗାର୍ଲିକ ପଟାଟୋ’ ଯାହାକୁ ଖାଇବା ପରେ ସମସ୍ତେ କହିବେ ବାଃ..

ଭାରତୀୟ ରୋଷେଇ ଘରେ ଆଳୁର ଏକ ବିଶେଷ ସ୍ଥାନ ରହିଛି । ଏହାକୁ ଆମେ ସାଧାରଣତଃ ତରକାରୀ, ଭଜା କିମ୍ବା ପକୋଡା ଭାବେ ବ୍ୟବହାର କରିଥାଉ । ତେବେ ଆଜି ଆମେ ଆପଣଙ୍କୁ ଆଳୁରେ ତିଆରି ଏକ ସ୍ନାକ୍ସ ‘ଗାର୍ଲିକ ପଟାଟୋ’ ପ୍ରସ୍ତୁତ କରିବାର ରେସିପି ବିଷୟରେ । ଯାହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ଗାର୍ଲିକ ପଟାଟୋ ।

ଆବଶ୍ୟକୀୟ ସାମଗ୍ରୀ

  • ଆଳୁ- ୪/୫ଟି
  • ରସୁଣ ପେଷ୍ଟ ୨ ଚାମଚ
  • ରିଫାଇନ ତେଲ ନଚେତ ଅଲିଭ ଅଏଲ
  • ସିଲଭର ଫଏଲ୍
  • ଗାର୍ଲିକ ବଟର
  • ଗୋଲମରିଚ ଗୁଣ୍ଡ – ଅଧା ଚାମଚ
  • ଧନିଆ ପତ୍ର
  • ଆବଶ୍ୟକ ଅନୁସାରେ ଲୁଣ

Image result for garlic potato recipe

 

ପ୍ରସ୍ତୁତି ପ୍ରଣାଳୀ

ମାଇକ୍ରୋୱେଭକୁ ପ୍ରଥମେ ପ୍ରିହିଟ କରି ରଖିଦିଅନ୍ତୁ । ଏହପରେ ଆଳୁରୁ ଚୋପା ଛଡାଇ ଏହାକୁ ଲମ୍ବା ଲମ୍ବା କରି କାଟିଦିଅନ୍ତୁ । ବର୍ତ୍ତମାନ ଆଳୁରେ ଗୋଲମରିଚଗୁଣ୍ଡ, ଲୁଣ, ରସୁଣ ପେଷ୍ଟ, ଧନିଆ ପତ୍ର ଓ ଅଲିଭ ଅଏଲ ମିଶାଇ କିଛି ସମୟ ପାଇଁ ରଖିଦିଅନ୍ତୁ । ବର୍ତ୍ତମାନ ଏହାକୁ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ଏକ ସିଲଭର ଫଏଲ୍ ନେଇ ତା ଭିତରେ କିଛି ରସୁଣ ପେଷ୍ଟ ୧ ଚାମଚ ଅଲିଭ ଅଏଲ ପକାଇ ଏହାକୁ ପ୍ୟାକ କରିଦିଅନ୍ତୁ । ତାପରେ ଏକ ବେକିଙ୍ଗ ଟ୍ରେ ନେଇ ସେଥିରେ ଗୋଟେ ପଟେ ପୂର୍ବରୁ ମ୍ୟାରିନେଟ କରି ରଖିଥିବା ଆଳୁ ଓ ପ୍ୟାକଡ଼ ରସୁଣ ରଖିଦିଅନ୍ତୁ । ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ସିଝିବାକୁ ଛାଡ଼ିଦିଅନ୍ତୁ । ଯଦି ସମ୍ଭବ ତାହେଲେ ମଝିରେ ମଝିରେ ଏହାକୁ ଓଲଟାଉଥାନ୍ତୁ ଏବଂ ଅଧଘଣ୍ଟା ପରେ ଏହାକୁ ମାଇକ୍ରୋୱେଭ ଭିତରୁ ବାହାର କରିଦିଅନ୍ତୁ । ଏବେ ଏହା ଉପରେ ଗାର୍ଲିକ ବଟର ଢାଳି ଗରମ ଗରମ ସର୍ଭ କରନ୍ତୁ ପଟାଟୋ ଗାର୍ଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.