ଆପଣ ସବୁଦିନେ ଗରମ ପାଣି ପିଉଛନ୍ତି କି ? ହୋଇ ଯାଆନ୍ତୁ ସତର୍କ, ହୋଇପାରନ୍ତି ଏହି ସବୁ ରୋଗର ଶିକାର

କୋଭିଡ ଆସିବା ପରେ ଖାସ କରି ସମସ୍ତେ ଗରମପାଣି ପିଇବା ଆରମ୍ଭ କରିଦେଇଛନ୍ତି । ଏମିତିକି କିଛି ଲୋକେ ଏହାକୁ ନିତିଦିନିଆ ଅଭ୍ୟାସ କରି ସାରିଲେଣି । ବର୍ତ୍ତମାନ ଯେହେତୁ ଶୀତ ଦିନ ସମସ୍ତେ ଅଧିକ ମାତ୍ରାରେ ଗରମ ପାଣି ପିଉଛନ୍ତି । ଗରମ ପାଣି ମଣିଷ ଶରୀର ପାଇଁ ଯେତେଲାଭ ଦାୟକ ହୋଇଥାଏ ଏହାକୁ ଅଧିକ ପିଇବା ଦ୍ୱାରାଏହା ଆମ ଶରୀର ପାଇଁ ତାଠାରୁ ଅଧିକ କ୍ଷତିକାରକ ହୋଇଥାଏ । ଯାହାକି ମଣିଷ ଶରୀରରେ ଅନେକ ବଡ ବଡ ରୋଗ ମଧ୍ୟ ସୃଷ୍ଟି କରାଇଥାଏ । ତେଣୁ ଏହାକୁ ଆବଶ୍ୟକତା ଅନୁଯାୟୀ ପିଇବା ଦରକାର ।
ଜାଣନ୍ତୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ :
କିଡନୀ ଉପରେ ପକାଇଥାଏ ପ୍ରଭାବ :
ଆମ କିଡନୀରେ ଏକ ସ୍ୱତନ୍ତ୍ର କ୍ୟାପିଲାରୀ ସିଷ୍ଟମ ଅଛି, ଯାହା ଶରୀରରୁ ଅଧିକପାଣି ଏବଂ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ ଅଧିକ ଗରମ ପାଣି ଆପଣଙ୍କ କିଡନୀ ଉପରେ ସାଧାରଣ ଅପେକ୍ଷା ଅଧିକ ଚାପ ପକାଇଥାଏ, ଏହା କିଡନୀର କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଯେଉଁ କାରଣରୁ କିଡନୀ ଖରାପ ହେବାରେ ଆଶଂକା ମଧ୍ୟ ରହିଥାଏ ତେଣୁ ଅଧିକ ଗରମ ପାଣି ପିଇବା ଅନୁଚିତ ।
ରାତି ଅନିଦ୍ରା :

ରାତିରେ ଶୋଇବା ସମୟରେ ଗରମ ପାଣି ପିଇବା ଦ୍ୱାରା ଶୋଇବାରେ ସମସ୍ୟା ହୋଇପାରେ । ରାତିରେ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କୁ ଅଧିକ ପରିସ୍ରା ଲାଗିଥାଏ ଏବଂ ଆପଣଙ୍କ ରକ୍ତରେ ଖିବା କୋଷ ଉପରେ ଚାପ ପଡିଥାଏ । ଯାହା ପାଇଁ ବ୍ଲଡ ପ୍ରେସର ଭଲି ରୋଗ ଆପଣଙ୍କୁ ହୋଇପାରେ । ତେଣୁ ଶୋଇବା ପୂର୍ବରୁ ଗରମ ପାଣି ପିଅନ୍ତୁ ନାହିଁ ।
ଶରୀର ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପଡିଥାଏ ପ୍ରଭାବ :

ପ୍ରତିଦିନ ୬ ରୁ ୭ ଗ୍ଲାସ ପାଣି ପିଇବା ଉଚିତ୍ କିନ୍ତୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଆମର ଆଭ୍ୟନ୍ତରୀଣ ଅଙ୍ଗ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ । ତେଣୁ ଅଧିକ ଗରମ ପାଣି ପିଅନ୍ତୁ ନାହିଁ। ଆମ ଶରୀରର ନର୍ମାଲ ଟେମ୍ପ୍ରେଚର ଠାରୁ ମଧ୍ୟ ଗରମ ପାଣିର ତାପମାତ୍ରା ଅଧିକ ଥାଏ । ତେଣୁ ଗରମ ପାଣୀଅଧିକ ପିଇବା ଉଚୁତ ନୁହେଁ । ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକର ଟିସୁ ଅଧିକ ସେନ୍ସିଟିଭ୍ । ଯଦି ଆପଣ ବାରମ୍ବାର ଗରମ ପାଣି ପିଅନ୍ତି ତେବେ ଇଣ୍ଟରନାଲ ଟିଶୁ ମରିଯାଆନ୍ତି । ଯାହାକି ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।ଗରମ ପାଣି ଦ୍ୱାରା ପ୍ରଭାବିତ ହେଉଥିବା ପ୍ରଥମ ଅଂଶଗୁଡ଼ିକ ହେଉଛି ଓଠ, ପାଟିର ଭିତର ଅଂଶ, ଜିଭ ଏବଂ ବେକ। ତେଣୁ ପାଣିକୁ ହାଲୁକା ଉଷୁମ କରି ପିଅନ୍ତୁ, ଅଧିକ ଗରମ ପାଣି ପିଅନ୍ତୁ ନାହିଁ ।
ରକ୍ତ ସଞ୍ଚାଳନ ଉପରେ ପଡିଥାଏ ପ୍ରଭାବ :
ଅତ୍ୟଧିକ ଗରମ ପାଣି ପିଇବା ମଧ୍ୟ ରକ୍ତ ପରିମାଣ ପାଇଁ ବିପଦଜନକ ହୋଇପାରେ । ଆବଶ୍ୟକତାଠାରୁ ଅଧିକ ଗରମ ପାଣି ଖାଇବା ଦ୍ୱାରା ଆପଣଙ୍କ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ । ଏହା ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କାର୍ଡିଓ ସମସ୍ୟା ସୃଷ୍ଟି କରିପାରେ ।
ଶିରା ଉପରେ ପ୍ରକାଇ ଥାଏ ପ୍ରଭାବ :
ଅନେକ ଲୋକ ଅଛନ୍ତି ଯେଉଁମାନେ ପାଣି ପିଇବାକୁ ଇଚ୍ଛା କରୁନଥିଲେ ମଧ୍ୟ ଗରମ ପାଣି ପିଇଥାଆନ୍ତି । କିନ୍ତୁ ଏପରି କରିବା ଦ୍ୱାରା ମସ୍ତିଷ୍କ ସ୍ନାୟୁରେ ଥିବା ଶିରା ଫୁଲି ଯିବା ସହିତ ଶରୀରର ଶିରା ମଧ୍ୟ ଫୁଲି ଯାଇଥାଏ । ଯାହା ଦ୍ୱାରା ବାରମ୍ବାର ମୁଣ୍ଡ ବିନ୍ଧିଥାଏ । ତେଣୁ କମ୍ ମାତ୍ରାରେ ଗରମ ପାଣି ପିଅନ୍ତୁ । ଯଦି ଆପଣ ଦିନସାରା ଅନେକ ଥର ଗରମ ପାଣି ପିଉଛନ୍ତି, ହୋଇଯାଆନ୍ତୁ ସାବଧାନ। କାରଣ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପହଞ୍ଚାଇଥାଏ । ଓଜନ ହ୍ରାସ ଏବଂ ମେଟାବୋଲିଜିମ୍ ସଠିକ୍ ରଖିବା ପାଇଁ ଉଚିତ ପରିମାଣର ପାଣି ପିଇବା ଜରୁରୀ ଅଟେ, କିନ୍ତୁ ଆପଣଙ୍କୁ ଗରମ ପାଣି ପିଇବାର ଠିକ ଉପାୟ ମଧ୍ୟ ଜାଣିବା ଦରକାର ।