ସବୁ ସହରାଞ୍ଚଳରେ ଲାଗିଲା ନାଇଟ୍‌ କର୍ଫ୍ୟୁ:୯ଟାରୁ କଡ଼ାକଡ଼ି ହୋଇଛି କଟକଣା

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟର ସବୁ ସହରାଞ୍ଚଳରେ ଲାଗିଲା ନାଇଟ୍‌ କର୍ଫ୍ୟୁ । ରାତି ୯ଟାରୁ କଡ଼ାକଡ଼ି ହୋଇଛି କଟକଣା । ବିଭିନ୍ନ ଜନଗହଳି ସ୍ଥାନ ଏବଂ ଟ୍ରାଫିକ୍‌ ଛକ ମାନଙ୍କରେ ପୋଲିସ ଯାଞ୍ଚ କରୁଛି । ଟ୍ଵିନ ସିଟିର ବିଭିନ୍ନ ଗଳି କନ୍ଦିରେ ପୋଲିସ ପାଟ୍ରୋଲିଂ ଗାଡ଼ି ପଇଁତରା ମାରୁଛି ।
ଦୋକାନ ବଜାର ବନ୍ଦ କରିବାକୁ ପୋଲିସ ଆଗୁଆ ସତର୍କ କରିଛି ।

ନାଇଟ କର୍ଫ୍ୟୁ ସମୟରେ ବନ୍ଦ ରହିବ ହୋଟେଲ, ଦୋକାନ ଓ ରେଷ୍ଟୁରାଣ୍ଟ। ନିୟମ ଖିଲାପ କଲେ ଅତି କମ୍‌ରେ ୭ଦିନ ବନ୍ଦ ରଖାଯିବ। ଟ୍ଵିନସିଟିର ବିଭିନ୍ନ ସ୍ଥାନରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ପୂର୍ବରୁ ସତର୍କ କରାଯାଇଛି ।

 

 

You might also like