କରୋନା କାଢ଼ା : କରୋନା ଓ ସର୍ଦ୍ଦି ଠାରୁ ରହିବେ ଦୂରରେ, ପିଅନ୍ତୁ ଏହି ୩ ପ୍ରଭାବୀ କାଢ଼ା

ଶୀତ ଦିନେ ଥଣ୍ଡା-କାସ ସହ ବହୁ ପ୍ରକାର ସଂକ୍ରମଣ ହୋଇଥାଏ । ଏହାଛଡ଼ା ଶୀତ ଦିନେ ଲୋକଙ୍କ ଇମ୍ୟୁନିଟି ମଧ୍ୟ କମିଯାଇଥାଏ । ଫଳରେ ବହୁ ପ୍ରକାର ରୋଗ ଶରୀରରେ ପ୍ରବେଶ କରିଥାଏ । ବେଶୀ ଅସୁବିଧା ସୃଷ୍ଟି ହୋଇଥାଏ ଯେବେ କଫ ଜମା ହୋଇଥାଏ । ବିଶେଷକରି ଏବେ କରୋନା ସମୟରେ ଥଣ୍ଡା ଓ କାସ ମନରେ ଅଧିକ ଆତଙ୍କ ସୃଷ୍ଟି କରିଥାଏ ।

ଏହି ସମୟରେ କାଢ଼ା ପିଇବା ଦ୍ୱାରା ବହୁ ପ୍ରକାର ସୁବିଧା ମିଳିଥାଏ । କାଢ଼ା ପିଇବା ଦ୍ୱାରା ଶରୀରର ଇମ୍ୟୁନିଟି ବଢ଼ାଇବା ସହ କରୋନା ଆଶଙ୍କା ମଧ୍ୟ କମ କରାଯାଇପାରେ । ଆଜି ଆମେ ଆପଣଙ୍କୁ ୩ ପ୍ରକାର କାଢ଼ା ଓ ଏହାର ପ୍ରସ୍ତୁତ ବିଷୟରେ କହିବୁ । ଯାହା ଥଣ୍ଡା,କାସ ଓ ବିଭିନ୍ନ ପ୍ରକାର ସମସ୍ୟାକୁ ରୋକି ପାରିବ ।

୧. ଡାଲଚିନି କଢ଼ା – ଡାଲଚିନି ଏକ ଏମିତି ମସଲା ଯାହାକୁ ବହୁ ପ୍ରକାର ଘରୋଇ ନୁସ୍କା ଭାବେ ପ୍ରୟୋଗ କରାଯାଇଥାଏ । କାସ ଓ କଫ ଦୂର କରିବା ପାଇଁ ଏହି କାଢ଼ା ବହୁତ ଲାଭକାରୀ ହୋଇଥାଏ । ପ୍ରଥମେ ୧ ଗ୍ଲାସ ପାଣି ନିଅନ୍ତୁ । ଏଥିରେ ଡାଲଚିନି ପାଉଡର, ଅଦା, ତୁଳସୀ ଓ କଳାମରିଚ ପକାନ୍ତୁ । ଏହାକୁ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏବେ ଏହାକୁ ଛାଣି ଏଥିରେ ଅଳ୍ପ ମହୁ ମିଶା ଗରମ ଗରମ ପିଅନ୍ତୁ । ଏହା କଫ ଓ କାଶ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।

୨. ଅଦାରେ ପ୍ରସ୍ତୁତ କାଢ଼ା – ଅଦାରେ ପ୍ରସ୍ତୁତ କାଢ଼ା ବହୁତ ଗରମ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାର ବ୍ୟବହାର ଦ୍ୱାରା ସର୍ଦ୍ଦି, କାସ ଓ ଜର ଭଳି ସମସ୍ୟା ଦୂର ହୋଇଥାଏ । ଏହାର କାଢ଼ା ତିଆରି କରିବା ପାଇଁ ପ୍ରଥମେ ପାଣି, ଅଦା, ତୁଳସୀ, କଳା ମରିଚ, ଜୁଆଣି ଓ ହଳଦୀ ମିଶାଇ ଫୁଟାନ୍ତୁ । ଏଥିରେ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ । ଶେଷରେ ମହୁ ମିଶାଇ ଗରମ ଗରମ ପିଅନ୍ତୁ । କଫ ସମସ୍ୟା ତୁରନ୍ତ ଦୂର ହେବ ।

୩. ଜୁଆଣି କାଢ଼ା – ଜୁଆଣି ମଧ୍ୟ ଶରୀର ପାଇଁ ବହୁତ ଗରମ ହୋଇଥାଏ । ଏହା ସର୍ଦ୍ଦି ଓ କାଶ ଭଲ କରିବାରେ ଲାଭକାରୀ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଛାତିରେ ଜମା ହୋଇଥିବା କଫ ବାହାରି ଯାଇଥାଏ । ଏହାର କାଢ଼ା ତିଆରି କରିବା ପାଇଁ ପ୍ରଥମେ ୧ ଚାମଚ ଜୁଆଣି ପାଣିରେ ଫୁଟାଇ ଦିଅନ୍ତୁ । ଏଥିରେ ଗୁଡ଼ ପକାନ୍ତୁ । ୧୦ ମିନିଟ ସିଝାଇବା ପରେ ଛାଣି କରି ପିଅନ୍ତୁ । ଏହାକୁ ଦିନରେ ଅତି କମରେ ଦୁଇଥର ପିଅନ୍ତୁ । କିଛି ଦିନ ମଧ୍ୟରେ ଆପଣଙ୍କ କଫ ସମସ୍ୟା ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.