ପିଲାଙ୍କୁ ପସନ୍ଦ ଆସିବ ସ୍ବାଦିଷ୍ଟ ଆଳୁ ଚିଲ୍ଲା, ଦରକାର ମାତ୍ର ୧ ଚାମଚ ତେଲ

ଆଳୁ ଚିଲ୍ଲା ଖାଇବାକୁ ବେଶ ସ୍ବାଦିଷ୍ଟ। ଏହାକୁ ଆପଣ ମଧ୍ୟ ଚଟାପଟ ବନାଇପାରିବେ। ଆଳୁ ଏମିତି ଏକ ପରିବା ଯାହାକୁ ସବୁଥିରେ କରାଯାଏ। ଏମିତିରେ ଆପଣ ଆଳୁରେ ଚିଲ୍ଲା କରି ସକାଳୁ ଖାଇପାରିବେ। ଆଳୁ ଚିଲ୍ଲାକୁ ଅଧିକ ସ୍ବାଦିଷ୍ଟ କରିବା ପାଇଁ ଗାଜର, କୋବି ଭଳି ପରିବାକୁ ଏକଦମ ଛୋଟ ଛୋଟ କରି ଏଥିରେ ମିଶାନ୍ତୁ।

ଆଳୁ ଚିଲ୍ଲା କରିବା ସବୁଠାରୁ ସହଜ। ଏହାକୁ ଆପଣ କମ୍ ତେଲରେ ବହୁତ ସହଜରେ ମଧ୍ୟ କରିପାରିବେ। ଏହାଛଡା ଆପଣ ଏଥିରେ ପିଆଜ, ଟମାଟର, ଲୁଣ, ଗୋଲମରିଚ ପାଉଡର, ଲଙ୍କା, ରସୁଣ ପେଷ୍ଟ, ଧନିଆ ପାଉଡର, ଜିରା ପାଉଡର, ବେସନ ଏବଂ ମକା ଅଟା ମିଶାଇ କରିପାରିବେ। ପିଲାମାନଙ୍କୁ ଏହି ରେସିପି ବହୁତ ପସନ୍ଦ ଆସିବ।

ଆବଶ୍ଯକ ସାମଗ୍ରୀ: ଆଳୁ, ରସୁଣ ପେଷ୍ଟ, ଜିରା ପାଉଡର, ଗୋଲମରିଚ, କନଫ୍ଲୋର, ତେଲ, ପିଆଜ, କଞ୍ଚାଲଙ୍କା, ଧନିଆ ପାଉଡର, ବେସନ, ଆବଶ୍ଯକତା ଅନୁସାରେ ଲୁଣ ମିଶାଇ କରିପାରିବେ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ଚୋପା ଚଡାଇ ଦିଅନ୍ତୁ। ଏବେ ଏହାକୁ ଭଲଭାବେ କଦୁକସ୍ ବା ଗ୍ରେଟରେ ଗ୍ରେଟ କରିଦିଅନ୍ତୁ। ଏବେ ଏକ ପାତ୍ରରେ ପାଣିରେ ଏହି ଆଳୁକୁ ୧୫ ମିନିଟ ପର୍ଯ୍ଯନ୍ତ ଭିଜାଇ ରଖନ୍ତୁ। ୧୫ ମିନିଟ ପରେ ପାଣିରୁ ଭଲଭାବେ ଚିପୁଡି ଦେଇ ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ କଟା ହୋଇଥିବା ପିଆଜ, କଞ୍ଚାଳଙ୍କା, ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, ଲୁଣ, ଧନିଆ ପାଉଡର, ଜିରା ପାଉଡର, ବେସନ, କନଫ୍ଲୋର ପକାଇ ଭଲଭାବେ ମିଶାଇ ଦିଅନ୍ତୁ।

ଏବେ ଏକ ନନଷ୍ଟିକ ପ୍ଯାନରେ କିଛି ତେଲ ପକାଇ ସେଥିରେ ପତଳା ଏବଂ ଗୋଲ ଆକାରର ଚିଲ୍ଲା ତିଆରି କରନ୍ତୁ। ଭଲଭାବେ ଏହାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ଯନ୍ତ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆଳୁ ଚିଲ୍ଲା। ଆପଣ ଏହାକୁ ଟମାଟେ କ୍ଯାଚଅପ୍ କିମ୍ବା ଚଟଣୀ ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.