ପାର୍ବଣ ସମୟରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା କଡ଼ା ନିୟମ, ଜାଣନ୍ତୁ

ଆସିଛି ପାର୍ବଣ ସମୟ। ଏହି ଅବସରରେ ପୁଣି ଥରେ ଆସିଯାଇଛି ସରକାରଙ୍କ ନୂଆ ନିୟମ। ଖାସ କରି ଡ୍ରାଇଭିଂ କରୁଥିବା ଲୋକଙ୍କ ପାଇଁ ଏହି ନିୟମ ବାହାର କରାଯାଇଛି। ଏବେ ବିପଦପୂର୍ଣ୍ଣ ଭାବେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଉପରେ ପୁଣି ଥରେ ଲାଗୁ ହେବ କଡ଼ା ନିୟମ। ଏଥର ନିୟମ ଭାଙ୍ଗିଲେ ଭୋଗିବେ କଠିନ ଦଣ୍ଡ। ଅତ୍ୟଧିକ ସ୍ପିଡରେ ଗାଡ଼ି ଚଲାଇବା ସହ ଟ୍ରାଫିକ ରୁଲକୁ ଭାଙ୍ଗିବା ଏବେ ଡ୍ରାଇଭରଙ୍କ ଉପରେ ପଡ଼ିବ ମହଙ୍ଗା । ଆସନ୍ତା ମୁଖ୍ୟ ଦୁଇଟି ପର୍ବକୁ ଧ୍ୟାନରେ ରଖି ଏହି ନିୟମ କରାଯାଇଛି। ବିଶେଷ କରି ୨ ନଭେମ୍ବର ଧନତେରସ୍‌ ଏବଂ ୪ ନଭେମ୍ବର ଦିପାବଳୀକୁ ନେଇ ସରକାରଙ୍କ ତରଫରୁ କଡ଼ା ଦୃଷ୍ଟି ରଖା ଯିବ ।

ଆପଣଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସରକାର ଏହି ରୁଲ ବାହାର କରିଛନ୍ତି। ଲୋକମାନେ କିପରି ରାସ୍ତାରେ ସୁରକ୍ଷିତ ଭାବେ ଗାଡ଼ି ଚଲାଇବେ ସେଥିପାଇଁ ଦେଶରେ ନୂଆ ମୋଟର ଭେଇକିଲ୍ସ ଆମେଡମେଣ୍ଟ ଆକ୍ଟ ପ୍ରଣୟନ କରାଯାଇଛି। ଏହାପରେ ବି ଯଦି ନିୟମ ଉଲଂଘନ ହେଉଛି ତେବେ ଅଧିକ ଫାଇନ ଦେବାର ବ୍ୟବସ୍ଥା ରହିଛି। ଏବେ ପୂଜା ସମୟରେ ଏହାକୁ ନେଇ ଅଧିକ ସଚେତନ ହୋଇଛନ୍ତି ସରକାର। ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଏବେ ପେନାଲ୍ଟି ରାଶିକୁ ବଢ଼ାଇଦିଆଯାଇଛି। କଡା ନିୟମ ଲାଗୁ କରିବା ସହ ଡ୍ରାଇଭିଂ ଲାଇସେନ୍ସ ସହିତ RC ଓ ମୋଟର ଇନସୁରାନ୍ସ ଭଳି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଯଦି ଆପଣ ରାସ୍ତାରେ ଗାଡ଼ି ନିୟମକୁ ଭାଙ୍ଗୁଛନ୍ତି ତେବେ ଏଥିପାଇଁ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ସଙ୍ଗେ ସଙ୍ଗେ ରଦ୍ଦ କରାଯିବ। ଏଥିପାଇଁ ମୁଖ୍ୟତଃ ଏହି ରୁଲକୁ ମାନନ୍ତୁ ..

– ଯଦି ଆପଣଙ୍କ ଡା୍ରଇଭିଂ ଲାଇସେନ୍ସ ଏକ୍ସପାରୀ ହୋଇଯାଇଛି। ତେବେ ଭୁଲରେ ବି ସେହି ଗାଡ଼ିକୁ ଚଳାନ୍ତୁ ନାହିଁ। ଏହାସହ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। କଡ଼ା ଯାଞ୍ଚ ହେଉଥିବାରୁ ଡ୍ରାଇଭର ସମେତ ଏବେ ଦୁଇ ଚକିଆ ବାହନରେ ସମସ୍ତେ ହେଲମେଟ ପିନ୍ଧିବା ମଧ୍ୟ ଜରୁରୀ।

– ପୋଲିସ କିମ୍ବା ଅନ୍ୟ ଅଧିକାରୀଙ୍କ ସହ ଖରାପ ବ୍ୟବହାର କଲେ, ଗାଡ଼ି ନରୋକିଲେ, ଟ୍ରକ ପଛରେ ଲୋକଙ୍କୁ ବସାଇବା ଆଦିକୁ ଖରାପ ବ୍ୟବହାର ଅନ୍ତର୍ଗତ ନିଆଯିବ। ଏହାକଲେ ଆପଣଙ୍କ ଲାଇସେନ୍ସ ସଙ୍ଗେ ସଙ୍ଗେ ରଦ୍ଦ ହୋଇଯିବ। ଏହା ସହ ଆପଣଙ୍କୁ ମୋଟା ଅଙ୍କର ଫାଇନ ମଧ୍ୟ ଭରିବାକୁ ପଡିବ।

– ଅନ୍ୟପକ୍ଷରେ ଡ୍ରାଇଭର ଯଦି ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରୁଥାଏ ତେବେ ମଧ୍ୟ ଫାଇନ ଦେବା ସହ ଲାଇସେନ୍ସକୁ ରଦ୍ଦ କରାଯିବ।

– ନୂଆ ରୁଲରେ ଆପଣ ଡକ୍ୟୁମେଣ୍ଟକୁ ସାଥିରେ ନେଇ ଯିବାର ସମସ୍ୟା ନଥିଲା ବେଳେ ନୂଆ ନିୟମ ଅନୁଯାୟୀ ପୋଲିସ ଏବଂ ଆରଟିଓର ଫାଇନ ସହ ପ୍ରମାଣ ପତ୍ରକୁ ଅଫିସିଆଲ ପୋର୍ଟାଲରେ ଜମା କରିବାକୁ ହେବ।

ଖାସ କରି ପୂଜା ପାଇଁ ଏହିସବୁ ରୁଲକୁ ଏବେ କଡ଼ାକାଡ଼ି କରାଯାଇଛି। ଏହାର ଅବମାନନା କଲେ ଆପଣଙ୍କୁ ମୋଟା ଅଙ୍କ ଦେବା ସହ ଆପଣଙ୍କ ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯିବ। ତେଣୁ ଏହି ଜରୁରି ସୂଚନାକୁ ନିଶ୍ଚିତ ରୂପେ ମାନନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.