Below header

ଲକଡାଉନରେ ଘରେ ଅଛନ୍ତି ତେଣୁ ବନାନ୍ତୁ କିଛି ନୂଆ, ପ୍ରସ୍ତୁତ କରନ୍ତୁ ବେସନ ପାମ୍ପୁଡି

ବେସନ ପାମ୍ପୁଡି ପାଇଁ ସାମଗ୍ରୀ

  • ୫୦୦ ଗ୍ରାମ – ବେସନ
  • ୨ ଟେବୁଲ ଚାମଚ – କସ୍ତୁରୀ ମେଥି
  • ସ୍ୱାଦାନୁସାରେ ଲୁଣ
  • ୨ ଚାମଚ – ଚିଲ୍ଲି ଫ୍ଲେକ୍ସ
  • ଏକ ଚାମଚ – ଜୁଆଣୀ
  • ତେଲ – ଛାଣିବା ପାଇଁ
  • ପାଣି – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସବୁ ସୁଖିଲା ସାମଗ୍ରୀକୁ ଏକା ସାଥିରେ ମିଶାଇ ଏଥିରେ ଏକ ଚାମଚ ତେଲ ଏବଂ ପାଣି ମିଶାଇ ଅଟା ଭଳି ଚକଟି ଦିଅନ୍ତୁ। ଏହି ଚକଟାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ।

୧୦ ମିନିଟ୍‌ ପରେ ଏହାକୁ ବେସନ ଦେଇ ପତଳା ପାମ୍ପୁଡି ଭଳି ବେଲି ଦିଅନ୍ତୁ। ଏହାକୁ ପୂରା ପତଳା ଗୋଲ କରି ବେଲି ଦିଅନ୍ତୁ।
ଏବେ ଏକ କଡାରେ ତେଲ ଗରମ କରନ୍ତୁ ଏବଂ ପାମ୍ପୁଡିକୁ ଗରମ ତେଲରେ ଛାଣି ଦିଅନ୍ତୁ।

ଯେତେବେଳେ ଏହା କ୍ରିସପି ହୋଇଯିବ ଏହାକୁ ବାହାରକୁ ବାହାର କରିଦିଅନ୍ତୁ। ଏଥିରୁ ଏକ୍ସଟ୍ରା ତେଲ ବାହାରିଗଲା ପରେ ଖାଇବାକୁ ଦିଅନ୍ତୁ।
ଅଧିକ ଦିନ ରଖିବା ପାଇଁ ଆପଣ ଏହାକୁ ଏୟାର ଟାଇଟ୍‌ କଣ୍ଟେନରରେ ରଖି ମଧ୍ୟ ଷ୍ଟୋର କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.