ଘରେ ପ୍ରସ୍ତୁତ କରନ୍ତୁ ବହୁତ ଟେଷ୍ଟୀ କୁକିଜ୍‌, ଚା ସହିତ ଆସିଯିବ ମଜା

ଆବଶ୍ୟକ ସାମଗ୍ରୀ

ମଇଦା – ୧, ୧/୨ କପ୍‌
କ୍ଷୀର – ୧/୪ କପ୍‌
ଭିନେଗାର – ୧ ଛୋଟ ଚାମଚ
ବଟର – ୧ କପ୍‌
ଚିନି ପାଉଡର – ୧/୨ କପ୍‌
ଭାନିଲା ଆସେନ୍ସ – ୧/୨ ଛୋଟ ଚାମଚ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପାତ୍ରରେ ଅଟା, କ୍ଷୀର, ଭିନେଗାର, ବଟର, ଚିନି ଏବଂ ଭାନିଲା ଆସେନ୍ସ ପକାନ୍ତୁ।
  • ଏହି ସବୁକୁ ମିଶାଇ ଏକ ଚକଟା ପ୍ରସ୍ତୁତ କରନ୍ତୁ।
  • ଏଥିରେ ଛୋଟ ଛୋଟ ଗୋଲା ବନାଇ ଏହାକୁ କଣ୍ଟା ଚାମଚରେ ଚେପଟା କରିଦିଅନ୍ତୁ।
  • ନଚେତ ହାତରେ ଚାପି ବିସ୍କୁଟର ଆକାର ଦିଅନ୍ତୁ।
  • ଏବେ ଏହିସବୁକୁ ନେଇ ବେକିଙ୍ଗ ଟ୍ରେରେ ରଖି ୧-୨ ମିନିଟ୍‌ ପର୍ଯ୍ୟନ୍ତ ମାଇକ୍ରୋେଓ୍ଵଭ କରନ୍ତୁ।
  • ଆବଶ୍ୟକ ପଡିଲେ ଏହାକୁ ୧ ମିନିଟ ଅଧିକ ବେକ କରିଦିଅନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କୁକିଜ୍‌। ଏହାକୁ ଥଣ୍ଡା କରି ଆପଣ ଚା କିମ୍ବା କଫି ସହିତ ସର୍ଭ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.