ବାଲେଶ୍ୱର ସିଂଲା ବଜାର ନିକଟରେ ନକଲି ମଦ କାରଖାନା ଉପରେ ଚଢଉ, ୪ଶହରୁ ଅଧିକ ବୋତଲ ବିଦେଶୀ ମଦ ଜବତ

ଜଳେଶ୍ବର(କେନ୍ୟୁଜ୍): ନକଲି ମଦ କାରଖାନା ଉପରେ ଅବକାରୀ ବିଭାଗ ଚଢଉ। ବାଲେଶ୍ୱର ଜିଲ୍ଲା ସିଂଲା ବଜାର ନିକଟରେ ନକଲି ମଦ କାରଖାନାରେ ହୋଇଛି ଚଢଉ। ୪ଶହରୁ ଅଧିକ ବୋତଲ ବିଦେଶୀ ମଦ ସହ ମଦ ତିଆରିରେ ବ୍ୟବହାର ହେଉଥିବା ୪୦ଲିଟର ସ୍ପିରିଟ ମଧ୍ୟ ଜବତ କରାଯାଇଛି।

ହଜାରେରୁ ଉର୍ଦ୍ଧ୍ୱ ଠିିପି ଓ ଷ୍ଟିକର ଜବତ କରିଛି ଅବକାରୀ ବିଭାଗ। ଏନେଇ ନକଲି ମଦ କାରଖାନା ମାଲିକ ତାରାଶଙ୍କର ଜେନାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଦୀର୍ଘ ଦିନକୁ ଏହି କାରଖାନା ଚାଲୁଥିବା ବେଳେ ବିଭିନ୍ନ ସ୍ଥାନକୁ ନକଲି ମଦ ସପ୍ଲାଇ ହେଉଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.