ଆରଆଇ ନେଉଥିଲେ ୧୫ ହଜାର ଲାଞ୍ଚ, ଧରିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍): ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ବୌଦ୍ଧ ଜିଲ୍ଲା ଦହ୍ୟା ଆରଆଇ ଗଜିନ୍ଦ୍ର ଦିଗାଲ । ବାଉଁଶୁଣି ଥାନା ପୁଡୁଗପଥର ଗାଁ ସୁଶାନ୍ତ ଥାଟିଙ୍କ ଘରବାରୀ ଡିମାର୍କେସନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଫଳରେ ୨୦୧୯ରୁ ସୁଶାନ୍ତଙ୍କ ଘରବାରୀ ଡିମାର୍କେସନ ଅଟକି ରହିଥିଲା । ଏନେଇ ସୁଶାନ୍ତ ଭିଜିଲାନ୍ସକୁ ଅବଗତ କରିଥିଲେ ।

ଯୋଜନା ମୁତାବକ ବୌଦ୍ଧ ଭିଜିଲାନ୍ସ ଗଜିନ୍ଦ୍ରଙ୍କୁ ଲାଞ୍ଚ ନେବା ବେଳେ ରେଡ୍‌ ହ୍ୟାଣ୍ଡ ଧରିଥିଲେ । ତେବେ ଗଜିନ୍ଦ୍ର ଦ୍ୱିତୀୟ ଥର ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡିଛନ୍ତି । ୨୦୧୭ରେ ପ୍ରଥମ ଥର ପାଇଁ ବଘିଆପଡା ଆରଆଇ ଥିବା ସମୟରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.