ପ୍ରତିଦିନ ଠାରୁ ଟିକେ ଅଲଗା ଆଜି ଘରେ ପ୍ରସ୍ତୁତ କରନ୍ତୁ କ୍ରିସପି ପୋହା କଟଲେଟ

ଆବଶ୍ୟକୀୟ ସାମଗ୍ରୀ
- ଚୁଡା ୧୦୦ ଗ୍ରାମ
- ସିଝା ଆଳୁ ୩ଟି
- ଚାଉଳ ଗୁଣ୍ଡ ୪ ଚାମଚ
- କ୍ୟାପ୍ସିକମ ୧ ଟି
- ପିଆଜ ୧ ଟି
- କଞ୍ଚାଲଙ୍କା
- ଧନିଆପତ୍ର
- ଆମଚୁର୍ ପାଉଡର
- ଲଙ୍କା ଗୁଣ୍ଡ
- ହଳଦୀ ଗୁଣ୍ଡ
- ଧନିଆ ଗୁଣ୍ଡ
- ଗରମ୍ ମସଲା
- ଲୁଣ
- ଅଟା ୨ ଚାମଚ
- ବ୍ରେଡ ଗୁଣ୍ଡ ଅଳ୍ପ
- ତେଲ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଚୁଡ଼ାକୁ ଭଲଭାବେ ଧୋଇ ୫ ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ ତାପରେ ସେଥିରେ ସିଝା ଆଳୁ ପକାଇ ଭଲଭାବେ ଚକଟି ଦିଅନ୍ତୁ । ତାପରେ ସେଥିରେ କଟା କ୍ୟାପ୍ସିକମ, ପିଆଜ, କଞ୍ଚାଲଙ୍କା, ଧନିଆପତ୍ର, ଲୁଣ, ହଳଦୀଗୁଣ୍ଡ ଲଙ୍କାଗୁଣ୍ଡ, ଆମଚୁର୍ ପାଉଡର, ଧନିଆ ଗୁଣ୍ଡ ଓ ଗରମ୍ ମସଲା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ୍ ଏକ ଥାଳିରେ ତେଲ ଲଗାଇ ଏହାକୁ ଆଉଟିକେ ଚକଟନ୍ତୁ ଏବଂ ଛୋଟ ଛୋଟ ଗୁଳା କରି ତାକୁ ହାତରେ କଟଲେଟର ଆକାରର ବନାନ୍ତୁ । ବର୍ତ୍ତମାନ୍ ଆଉ ଏକ ପାତ୍ରରେ ୨ ଚାମଚ ଅଟା ନେଇ ଅଳ୍ପ ପାଣି ଦେଇ ଏକ ପତଳା ଘୋଳ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି କଟଲେଟକୁ ପ୍ରଥମେ ଅଟାରେ ବୁଡାଇ ତାପରେ ବ୍ରେଡ ଗୁଣ୍ଡରେ ଗୋଳାଇ ତେଲରେ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର କ୍ରିସପି ପୋହା କଟଲେଟ । ଏହାକୁ ଆପଣ ଗରମ୍ ଗରମ୍ ଟମାଟୋ କ୍ୟାଚପ୍ ନଚେତ୍ ଚଟଣି ସହିତ ଖାଇ ପାରିବେ ।