ଆଜି ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ମସୁର ଡାଲି କଟଲେଟ୍‌, ଚା ସହିତ ଆସିଯିବ ମଜା

ଆବଶ୍ୟକ ସାମଗ୍ରୀ

  • ୧୦୦ ଗ୍ରାମ ଭିଜା ମସୁର ଡାଲି
  • ୨ଟି ସିଝା ଆଳୁ
  • ୧୦୦ ଗ୍ରାମ ପନୀର
  • କଟା ପୋଦିନା ପତ୍ର
  • କଟା ଧନିଆ ପତ୍ର
  • ଅଧା ଛୋଟ କପ୍‌ ଭଜା ଚଣା
  • ତେଲ (ଆବଶ୍ୟକ ଅନୁସାରେ)
  • ଅଧା ଛୋଟ ଚାମଚ ଗରମ ମସଲା
  • ଅଧା ଛୋଟ ଚାମଚ ଲାଲ ଲଙ୍କା ପାଉଡର
  • ଅଧା ଛୋଟ ଚାମଚ ଆମଚୁର
  • ୧ ଛୋଟ ଚାମଚ ଧନିଆ ପାଉଡର
  • ଲୁଣ (ସ୍ୱାଦ ଅନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଅଧା କପ୍‌ ମସୁର ଡାଲି ନେଇ କୁକର ଡାଲିର ମାତ୍ରା ଠାରୁ କମ୍‌ ପାଣି ଦେଇ ଗ୍ୟାସରେ ବସାନ୍ତୁ। କୁକରରେ ଗୋଟେ ସିଟି ମାରିବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। କୁକରରୁ ବାଷ୍ପ ବାହାରିଗଲା ପରେ ଡାଲିକୁ ବଳକା ପାଣିରୁ ଛାଣି ଦିଅନ୍ତୁ। ଏହାପରେ ଏହି ଡାଲିକୁ ହାଲକା ସୁଖାଇ ଦିଅନ୍ତୁ। ଗ୍ରାଇଣ୍ଡର ଜାରରେ ଏହି ଡାଲିକୁ ରଖି ପେଶି ଦିଅନ୍ତୁ। ଏବେ ଏଥିରେ ସିଝା ଆଳୁକୁ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ପନୀରକୁ କଦ୍ଦୁକସ୍‌ କରିଦିଅନ୍ତୁ ଏବଂ ଏହାକୁ ଡାଲିରେ ପକାଇ ଦିଅନ୍ତୁ।

ଏବେ ଏଥିରେ କାଟି ରଖିଥିବା ପୋଦିନା, ଧନିଆ ପତ୍ର, କଞ୍ଚା ଲଙ୍କା, କଦ୍ଦୁକସ୍‌ ହୋଇଥିବା ଅଦା, ଗରମ ମସଲା, ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ଆମଚୁର ପାଉଡର, ଭଜା ଜିରା ଗୁଣ୍ଡ, ଲୁଣ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଏହି ମିଶ୍ରଣରେ ଟିକ୍କୀ ବନାଇ ଦିଅନ୍ତୁ। ଏହାକୁ ଗରମ ତେଲରେ ଛାଣି ଦିଅନ୍ତୁ। ଏହିଭଳି ଭାବେ ସମସ୍ତ କଟଲେଟ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଆପଣଙ୍କର କ୍ରିସପି କଟଲେଟ୍‌ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ଚଟପଟା ଚଟଣୀ କିମ୍ବା ମିଠା ଚଟଣୀ ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.