ଏକଦମ୍ ବଜାର ଭଳି ଆଳୁ କଷା ବନାନ୍ତୁ ଘରେ, ବାସ୍ନା ଏମିତି ପାଟିରେ ଆସିଯିବ ପାଣି

ଆଜି ଆମେ ଶୁଦ୍ଧ ଦେଶୀ ଆଳୁ କଷା ନେଇ ଆସିଛୁ। ଏକଦମ୍ ବଜାର ଷ୍ଟାଇଲରେ ଆପଣ ଆଳୁ କଷା ବନାଇପାରିବେ। ବେଶି କିଛି ସମୟ ନୁହେଁ ମାତ୍ର କେଇ ମିନିଟରେ ଆପଣ ଏହି ଆଳୁ କଷା ବନାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

  • ଆଳୁ – ୩୦୦ ଗ୍ରାମ (ସିଝା ଆଳୁ)
  • ପିଆଜ – ଗୋଟିଏ
  • ଧନିଆ ପତ୍ର – ୧/୨ କପ୍
  • ଅଦା ରସୁଣ ପେଷ୍ଟ – ୧ ବଡ ଚାମଚ
  • ଜିରା ଗୁଣ୍ଡ – ୧/୨ ଛୋଟ ଚାମଚ
  • ଧଣିଆ ଗୁଣ୍ଡ – ୧/୨ ଛୋଟ ଚାମଚ
  • କାଶ୍ମୀର ଲଙ୍କା ଗୁଣ୍ଡ – ୧ ଛୋଟ ଚାମଚ
  • ହଳଦୀ ଗୁଣ୍ଡ – ୧/୨ ଛୋଟ ଚାମଚ
  • ଶୁଖିଲା ଲଙ୍କା ଗୁଣ୍ଡ – ୧/୩ ଛୋଟ ଚାମଚ
  • ଲୁଣ – ସ୍ୱାଦ ଅନୁସାରେ
  • ତେଜ ପତ୍ର – ୨ଟି
  • ରିଫାଇନ ତେଲ – ୨ ବଡ ଚାମଚ
  • ପାଣି ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ ଅନ୍ କରି ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ ତେଜପତ୍ର ଏବଂ ପିଆଜ ପକାଇ ମଧ୍ୟମ ଆଞ୍ଚରେ ଫ୍ରାଏ କରନ୍ତୁ। ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ। ଏବେ ଗ୍ୟାସକୁ ସ୍ଲୋ କରି ଏହି ମସଲାରେ ସୁଖିଲା ମସଲା ଯେମିତିକି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦି ଗୁଣ୍ଡ, କାଶ୍ମୀର ଲଙ୍କା ଗୁଣ୍ଡ ଏବଂ ସୁଖିଲା ଲଙ୍କା ଗୁଣ୍ଡ ଏବଂ ଅଧା କପ୍ ପାଣି ଦେଇ ଭଲଭାବେ ଚାମଚରେ ଚଲାନ୍ତୁ। ଏବେ ସବୁ ମସଲାକୁ ଭଲଭାବେ ଫ୍ରାଏ କରନ୍ତୁ। ମସଲା କଷି ଆସିଲେ ସେଥିରେ ସିଝ ଆଳୁ ଏବଂ ଲୁଣ ପକାଇ ଟିକେ ପାଣି ଦେଇ ଚଲାନ୍ତୁ। ଏବେ ଏହାକୁ ସ୍ଲୋ ଫ୍ଲେମରେ କିଛି ସମୟ ଘୋଡାଇ ରଖନ୍ତୁ। କିଛି ସମୟ ପରେ ଦେଖିବେ ଆପଣଙ୍କର ଆଳୁ କଷା ପ୍ରସ୍ତୁତ ହୋଇଯାଇଥିବ। ଏଥିରେ ଧନିଆ ପତ୍ର ପକାଇ ଏହାକୁ ଆପଣ ପରାଟା କିମ୍ବା ରାଇସ୍ ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.