ଆମ୍ବୁଲାନ୍ସକୁ ରାସ୍ତା କଢ଼େଇ ନେବା ପାଇଁ ନିଜ ନିଜ କାର୍‌ରୁ ଓହ୍ଲାଇଲେ ଲୋକେ ଓ କଲେ ଏମିତି କାମ…; ଦେଖିଲେ ଆପଣ ବି କହିବେ ବାଃ ବାଃ

ଜଣେ ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବା ବେଳେ ପ୍ରତି ସେକେଣ୍ଡ ଗୁରୁତ୍ୱ ବହନ କରେ। ତେବେ ବେଳେବେଳେ ଆମ୍ବୁଲାନ୍ସରେ ମଧ୍ୟ ରାସ୍ତାରେ ଦ୍ରୁତ ଗତିରେ ଯିବା ଅନୁକୂଳ ହୋଇନଥାଏ। କାରଣ ରାସ୍ତାରେ ଅନ୍ୟ ଗାଡ଼ିଗୁଡ଼ିକ ଥାନ୍ତି। କିନ୍ତୁ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ରେ କିଛି ଲୋକ ଏମିତି କାମ କରିଦେଖାଇଛନ୍ତି, ଯେଉଁଥିପାଇଁ ଏବେ ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏହି ଲୋକମାନେ ରାସ୍ତାରେ ଆମ୍ବୁଲାନ୍ସକୁ ଯାଉଥିବା ଦେଖି ପୂରା ରାସ୍ତାକୁ ଖାଲି କରିଦେଇଥିଲେ। ଫଳରେ ଆମ୍ବୁଲାନ୍ସଟି କୌଣସି ଜାଗାରେ ନ ଅଟକି ମେଡିକାଲରେ ପହଞ୍ଚିଥିଲା। ଏହି ଘଟଣାକୁ କ୍ୟାମେରାରେ କଏଦ କରାଯାଇଥିଲା। ଫଳରେ ଲୋକମାନେ ତାଙ୍କୁ ପ୍ରଶଂସା କରିଛନ୍ତି।

 

View this post on Instagram

 

A post shared by Nextdoor (@nextdoor)

ଆମ୍ବୁଲାନ୍ସ ଭିତରୁ ଏହି ଭିଡିଓକୁ ଉତ୍ତୋଳନ କରାଯାଇଥିଲା। ଭିଡିଓରେ ଦେଖାଯାଇଛି ଯେ ରାସ୍ତା କଡ଼ରେ ଥୁଆ ହୋଇଥିବା ବୋର୍ଡ ଓ ଷ୍ଟପରଗୁଡ଼ିକୁ ଲୋକମାନେ କାରରୁ ଓହ୍ଲାଇ ଆସି କଡ଼େଇ ଦେଉଛନ୍ତି। ଫଳରେ ରାସ୍ତା ଫାଙ୍କା ହୋଇଯାଉଛି ଓ ଆମ୍ବୁଲାନ୍ସଟି ବିନା କୌଣସି ପ୍ରତିବନ୍ଧକରେ ମେଡିକାଲ ଯାଇପାରୁଛି। ଟିକ୍‌ଟକ୍‌ରେ ସେୟାର କରାଯାଇଥିବା ଏହି କ୍ଲିପ୍‌ ଖୁବ୍‌ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସେହିପରି ଲୋକମାନେ ଏହି ଭିଡିଓକୁ ଦେଖି ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଭିଡିଓଟି  Nextdoor ନାମକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓକୁ ଏବେ ଯାଏଁ ୨୧ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.