ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ସ୍ଵାଦିଷ୍ଟ ଫିସ୍ ଟିକ୍କା ମସଲା, ସନଡେରେ ଆସିଯିବ ମଜା

ଆବଶ୍ୟକୀୟ ସାମଗ୍ରୀ

ମାଛ ୫/୬ ପିସ୍ , ଅଦା ରସୁଣ ପେଷ୍ଟ ୩ ଚାମଚ, ପିଆଜ ଗୋଟିଏ, ଟମାଟୋ ଗୋଟିଏ, କାଜୁ, ଜୀରା, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରାଗୁଣ୍ଡ, ଗରମ୍ ମସଲା, ଫ୍ରେସ୍ କ୍ରିମ ୧ ଚାମଚ, ମେଥି ପତ୍ର, ଧନିଆପତ୍ର, ଲେମ୍ବୁ,ବଟର, ଗୁଜୁରାତି, ଡାଲଚିନି, ଲବଙ୍ଗ, ତେଲ,ସ୍ଵାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ଫିସ୍ ଟିକ୍କା ମସଲା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ଦେଢ ଚାମଚ ଅଦା ରସୁଣ ପେଷ୍ଟ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ୍ ମସଲା ଗୁଣ୍ଡ, ଲୁଣ ଓ ଲେମ୍ବୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ଏହି ମସଲାରେ ମାଛକୁ ପକାଇ ଗୋଳାଇ ଭଲଭାବେ ମ୍ୟାରୀନେଟ୍ କରି ୧୫ ମିନିଟ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନରେ ତେଲ ଗରମ୍ କରି ଏହାକୁ ଭାଜି ଦିଅନ୍ତୁ । ମାଛ ଭାଜି ସରିଲା ପରେ ଆଉ ଏକ ପ୍ୟାନରେ ଅଳ୍ପ ତେଲ ଗରମ୍ କରି ସେଥିରେ ଜୀରା, ଗୁଜୁରାତି, ଡାଲଚିନି, ଲବଙ୍ଗ ଓ ପିଆଜ ପକାଇ ଭାଜନ୍ତୁ । ଟିକେ ଭାଜି ହୋଇଗଲା ପରେ ସେଥିରେ ଗୋଟେ ମୁଠା କାଜୁ ପକାଇ ଦିଅନ୍ତୁ ଏବଂ ତାପରେ ସେଥିରେ ଟମାଟୋ ପକାଇ ୪ ରୁ ୫ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ । ଏହା ଟିକେ ଭାଜି ହୋଇଗଲା ପରେ ତାକୁ କାଢ଼ି ଥଣ୍ଡା କରି ଭଲଭାବେ ପେଷ୍ଟ ବନାଇ ଦିଅନ୍ତୁ ।

ବର୍ତ୍ତମାନ୍ ଏକ ପ୍ୟାନରେ ବଟର ଗରମ କରି ସେଥିରେ ଏକ ଚାମଚ ଅଦା ରସୁଣ ପେଷ୍ଟ ପକାଇ କଷନ୍ତୁ । ତାପରେ ଏଥିରେ ପେଷ୍ଟ କରି ରଖିଥିବା ମସଲା ପକାଇ ଧିମା ଆଞ୍ଚରେ କିଛି ସମୟ ପର୍ଯ୍ୟନ୍ତ ଗୋଳାନ୍ତୁ । ବର୍ତ୍ତମାନ୍ ଏଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଓ ଅଳ୍ପ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଆଉ ତାପରେ ମସଲାରେ ଫ୍ରେସ୍ କ୍ରିମ ଓ ମେଥି ପତ୍ର ପକାଇ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ୍ ଏଥିରେ ଅଧ ଗ୍ଲାସ୍ ପାଣି ଦେଇ ଫୁଟାନ୍ତୁ । ଏହା ଟିକିଏ ଫୁଟିଗଲା ପରେ ସେଥିରେ ମାଛକୁ ଧୀରେ ଧୀରେ ପକାଇ ଫ୍ରାଏ କରନ୍ତୁ । କିଛି ସମୟ ଫ୍ରାଏ କଲାପରେ ସେଥିରେ ଧନିଆପତ୍ର ଓ ଆପଣ ଚାହିଁଲେ ଅଳ୍ପ ଲେମ୍ବୁ ମଧ୍ଯ ଚିପୁଡ଼ି ପାରିବେ । ବର୍ତ୍ତମାନ୍ ପ୍ରସ୍ତୁତ ହୋଇଗଲା ଆପଣଙ୍କର ରେଷ୍ଟୁରାଣ୍ଟ ଷ୍ଟାଇଲ୍ ସ୍ଵାଦିଷ୍ଟ ଫିସ୍ ଟିକ୍କା ମସଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.