ପ୍ରସ୍ତୁତ କରନ୍ତୁ ବ୍ରେଡ ଘେବର, ନୂଆ ସ୍ୱାଦ ସହିତ ନୂଆ ରେସିପି

ଆଜି ସୋମବାର। ଯଦି ଆପଣ ଓଷା କରିଛନ୍ତି। ତେବେ ଆଜି ଆପଣଙ୍କୁ ନିଜ ହାତରେ ତିଆରି ବ୍ରେଡ୍‌ ଘେବର ବିଷୟରେ କହିବୁ। ଯାହା ଖାଇବାକୁ ବହୁତ ସ୍ୱାଦିଷ୍ଟ ଏବଂ ଜବାବ। ଏହାକୁ ବନାଇବା ଯେତିକି ସହଜ ଖାଇବାକୁ ମଧ୍ୟ ସେତିକି ଟେଷ୍ଟୀ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବ୍ରେଡ ଚାରି ସ୍ଲାଇସ୍‌
  • ୪ ବଡ ଚାମଚ୍‌ କଷ୍ଟାର୍ଡ ପାଉଡର
  • ୧ ଚାମଚ ଚିନି
  • କଟା ପିସ୍ତା ବାଦାମ୍‌ ଏକ ଚାମଚ
  • ୧ କିଲୋ କ୍ଷୀର

ପ୍ରସ୍ତୁତି ପ୍ରଣାଳୀ

  • ବ୍ରେଡ ସ୍ଲାଇସ ଉପରେ ଏକ ପାତ୍ର ରଖି ତାକୁ ଗୋଲ କରି କାଟି ଦିଅନ୍ତୁ।
  • ଏବେ ଏକ ପ୍ୟାନରେ କ୍ଷୀର ଫୁଟିବା ପାଇଁ ରଖନ୍ତୁ।
  • ଏକ ପାତ୍ରରେ କ୍ଷୀରକୁ ଅଲଗା ରଖି କଷ୍ଟାର୍ଡ ପାଉଡର ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।
  • ଅବଶିଷ୍ଟ କ୍ଷୀର ଫୁଟାନ୍ତୁ ଏବଂ ଏହି କଷ୍ଟାର୍ଡ ପାଉଡରକୁ ଢ଼ାଳି କ୍ଷୀରକୁ ଚଲାନ୍ତୁ।
  • ୨-୩ ଘଣ୍ଟା କ୍ଷୀରକୁ ଲୋ ଫ୍ଲେମରେ ଫୁଟାନ୍ତୁ।
  • ଏବେ କ୍ଷୀରକୁ ଥଣ୍ଡା କରି ଫ୍ରିଜରେ ରଖିଦିଅନ୍ତୁ।
  • ଏବେ ବ୍ରେଡକୁ ତାଓ୍ଵାରେ କୁରକୁରା ହେବା ପର୍ଯ୍ୟନ୍ତ ସେକନ୍ତୁ।
  • ଏବେ ପ୍ଲେଟରେ ବ୍ରେଡ୍‌ ପିସ୍‌ ରଖନ୍ତୁ। ଏହା ଉପରେ କଷ୍ଟାର୍ଡର ଏକ ଲେୟାର ଲଗାନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ବ୍ରେଡ ଘେବର ରେସିପି।
  • ଏହାକୁ ଡ୍ରାଏ ଫ୍ରୁଟ୍ସରେ ସଜାଇ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.