ଲାଉକୁ ଏମିତି ବ୍ୟବହାର କଲେ ପାଚିଲା କେଶ ହେବ କଳା, ଆଉ ଚନ୍ଦାପଣରୁ ବି ମିଳିବ ମୁକ୍ତି

ସମସ୍ତଙ୍କୁ କଳା କେଶ ଭଲ ଲାଗିଥାଏ। କିନ୍ତୁ ଯେତେବେଳେ ଏହା ବୃଦ୍ଧାବସ୍ଥାରେ ଧଳା ହେବାକୁ ଲାଗିଥାଏ, ତ ବହୁତ ଖରାପ ଦିଶିଥାଏ। ସେହିପରି ସମୟ ପୂର୍ବରୁ ଚନ୍ଦାପଣର ଶିକାର ହେବା ବି ଭଲ ଲାଗି ନ ଥାଏ। ଯେତେବେଳେ କେଶରେ ମିଲେନିନ୍‌ ପିଗ୍‌ମେଣ୍ଟେଶନର ଅଭାବ ଦେଖାଦିଏ, ସେତେବେଳେ କେଶ ନିଜର କଳା ରଙ୍ଗ ହରାଇ ବସିଥାଏ ଏବଂ ଧଳା ହୋଇଯାଇଥାଏ। ଯଦିଓ କେଶ ପାଚିଯିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି, କିନ୍ତୁ ଏମିତିରେ ଆପଣ ଲାଉ ରସ ବ୍ୟବହାର କରିପାରିବେ।

ଲାଉରେ ଫାଇବର, ଫସ୍‌ଫରସ୍‌, ଭିଟାମିନ୍ସ, ସୋଡିୟମ, ଆୟରନ ଏବଂ ପୋଟାସିୟମ ଭଳି ନ୍ୟୁଟ୍ରିଏଣ୍ଟସ୍‌ ଭରି ରହିଥାଏ। ଏହାକୁ ଲଗାଇବା ଦ୍ୱାରା କେଶର ଅନେକ ସମସ୍ୟା ଦୂର ହୋଇଯାଇଥାଏ। କେଶକୁ ସୁସ୍ଥ ରଖିବା ପାଇଁ ଆପଣ ଲାଉ ପ୍ରୟୋଗ କରିପାରିବେ, ଏହାଦ୍ୱାରା କେଶ ଲମ୍ବା, କଳା ଓ ଘନ ହୋଇଥାଏ।

ଏମିତି ବନାନ୍ତୁ ଲାଉ ତେଲ

ପ୍ରଥମେ ଏକ ଛୋଟ ଆକାରର ଲାଉକୁ ଛୋଟ ଛୋଟ କରି କାଟି ନିଅନ୍ତୁ। ଏହାପରେ ଏହାକୁ ଖରାରେ ଶୁଖାଇ ଦିଅନ୍ତୁ। ଏହା ଭଲ ଭାବେ ଶୁଖିଯିବା ପରେ ଏକ କଡ଼େଇରେ ନଡ଼ିଆ ତେଲ ନିଅନ୍ତୁ ଏବଂ ଏହାକୁ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଶୁଖି ଯାଇଥିବା ଲାଉ ଖଣ୍ଡଗୁଡ଼ିକୁ ପକାନ୍ତୁ ଏବଂ ଧିମା ଆଞ୍ଚରେ ରାନ୍ଧନ୍ତୁ। ଯେତେବେଳେ ତେଲର ରଙ୍ଗ ବଦଳିଯିବ, ତ ଗ୍ୟାସ୍‌ ବନ୍ଦ କରି ଏହାକୁ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଛାଣି ବୋତଲରେ ଭର୍ତ୍ତି କରନ୍ତୁ। ସପ୍ତାହରେ ଅତି କମ୍‌ରେ ଦୁଇଥର ଏହାକୁ ବ୍ୟବହାର କରନ୍ତୁ।

ପ୍ରଥମେ ଅଳ୍ପ ଅଳ୍ପ ତେଲ ନେଇ ମୁଣ୍ଡ ତାଳୁରେ ଲଗାନ୍ତୁ ଏବଂ ହାଲୁକା ହାତରେ ମସାଜ କରନ୍ତୁ। ପାଖାପାଖି ୧/୨ ଘଣ୍ଟା କିମ୍ବା ରାତିସାରା ରଖିବା ପରେ ପରଦିନ କେଶକୁ ଶାମ୍ପୁରେ ଧୋଇ କଣ୍ଡିଶନର ଲଗାନ୍ତୁ। କିଛି ଦିନ ଏମିତି କରିବା ପରେ ଆପଣଙ୍କୁ ଫରକ ନିଶ୍ଚୟ ନଜର ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.