Below header

ଗ୍ଵାଁର ର ଚମତ୍କାରୀ ଫାଇଦା, ପେଟ ଠୁ ହାର୍ଟ ଯାଏ କରେ ବହୁତ ଲାଭକାରୀ

ନୂଆଦିଲ୍ଲୀ :  ପ୍ରତ୍ୟେକ ପରିବାରେ ରହିଛି କିଛି ନା କିଛି ପୋଷକ ତତ୍ତ୍ୱ । ଆଜି ଆମେ ଜାଣିବା ଗ୍ଵାଁର ର କିଛି ଲାଭକାରୀ ଗୁଣ ସମ୍ପର୍କରେ । ଏହା ସ୍ୱାଦରେ ଭଲ ହେଉ ବା ନହେଉ ସ୍ୱାସ୍ଥ୍ୟ ପାଇଁ କିନ୍ତୁ ବହୁତ ଉପକାରୀ । ଏହାକୁ କ୍ଲଷ୍ଟର ବିନ୍ସ ମଧ୍ୟ କୁହାଯାଏ ।

ଏହାକୁ ନିୟମିତ ଖାଇବା ଦ୍ୱାରା ବଢ଼ୁଥିବା ଓଜନକୁ କମା ଯାଇପାରିବ । ଏହା ହାର୍ଟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । କେହି କେହି ଭଜା ଓ ତରକାରୀ କରିବା ସହ ଏହାକୁ ସଲାଡ୍‌ରେ ମଧ୍ୟ ବ୍ୟବହାର କରିଥାନ୍ତି ।

ଗ୍ଵାଁର ର ଲାଭକାରୀ ଗୁଣ :

ଆର୍ୟୁବେଦ ବିଶେଷଜ୍ଞଙ୍କ ମତରେ ଗ୍ଵାଁରରେ ଡାଏଟାରୀ ଫାଇବର ମିଳିଥାଏ । ଯାହା କୋଲେଷ୍ଟରାଲ୍‌ କମ୍‌ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ । ଏହା ହାର୍ଟ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । କାରଣ ଏହା ଏଲ୍‌ଡିଏଲ୍‌ ବା ଖରାପ କୋଲେଷ୍ଟରାଲ୍‌ ମାତ୍ରା କମ୍‌ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଫୋଲେଟ,ପୋଟାସିୟମ ହୃଦୟ ସମ୍ବନ୍ଧୀୟ ସମସ୍ୟାରୁ ସୂରକ୍ଷା ପ୍ରଦାନ କରିଥାଏ ।

ଏଥିରେ ଥିବା କ୍ୟାଲସିୟମ୍‌ ଭଣ୍ଡାର ହାଡ଼କୁ ମଜଭୁତ କରିଥାଏ । ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁତ ଉପକାରୀ । ଏହାକୁ ଖାଇବା ଦ୍ୱାରା ବ୍ଲଡ୍‌ ସୁଗାର ବଢ଼ିନଥାଏ । ଯଦି ଆପଣ କୋଷ୍ଠ କାଠିନ୍ୟରେ ପୀଡ଼ିତ ତେବେ ଗ୍ଵାଁର ବହୁତ ଲାଭକାରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.