ଅଧିକ ଲୁଣିଆ ଖାଦ୍ୟ ଖାଉଥିଲେ ଏବେଠୁ ହୁଅନ୍ତୁ ସାବଧାନ! ଦେଖାଦେଇପାରେ ଏସବୁ ମାରାତ୍ମକ ରୋଗ

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଲୁଣ ବ୍ୟବହାର କରୁ। ଏହା ଖାଦ୍ୟକୁ ସ୍ଵାଦିଷ୍ଟ କରିଥାଏ। କିନ୍ତୁ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର କ୍ଷତି ହୁଏ। ଲୁଣରେ ସୋଡିୟମ ଓ କ୍ଲୋରାଇଡ୍ ରହିଛି, ଯାହାକୁ ଅଧିକ ସେବନ କଲେ ବିଭିନ୍ନ ରୋଗ ଦେଖାଦିଏ। ତେବେ ଆସନ୍ତୁ ଜାଣିବା ଅଧିକ ଲୁଣ ଖାଇଲେ କି କି ସମସ୍ୟା ଦେଖାଦିଏ…

ଅଧିକ ଲୁଣ ଖାଇବା ହାର୍ଟ ପାଇଁ ହାନିକାରକ ହୋଇଥାଏ। ଏହା ଦ୍ୱାରା ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ଓ ଷ୍ଟ୍ରୋକ ଆଦିର ଆଶଙ୍କା ରହିଛି।

ଲୁଣିଆ ଖାଦ୍ୟ ଖାଇଲେ ଆପଣଙ୍କୁ ଅଶ୍ୱସ୍ତି ଲାଗିପାରେ। କାରଣ କିଡନୀ ଅଧିକ ପରିମାଣର ସୋଡିୟମ ଓ ଜଳର ଅନୁପାତକୁ ସମାନ ରଖିପାରିନଥାଏ। ଫଳରେ ୱାଟର ରିଟେନ୍ସନ ହୋଇଥାଏ।

ଅଧିକ ଲୁଣ ଖାଇଲେ ଶରୀରରେ ରକ୍ତ ଚାପ ବୃଦ୍ଧି ପାଏ।

ମାତ୍ରାଧିକ ଲୁଣ ଖାଉଥିବା ଲୋକଙ୍କୁ ଅଧିକ ଶୋଷ ଲାଗେ। ଫଳରେ ଆପଣ ଅଧିକ ପାଣି ପିଇଥାନ୍ତି। ଏହା ଦ୍ୱାରା କିଡନୀ ଶରୀରକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରେ ଓ ଅଧିକ କାମ କରିବାକୁ ପଡ଼େ। ଏହା ଦ୍ୱାରା ପରେ କିଡନୀ ଫଙ୍କସନିଂରେ ସମସ୍ୟା ଉପୁଜି ପାରେ।

Leave A Reply

Your email address will not be published.