ଋତୁସ୍ରାବ ଯନ୍ତ୍ରଣାକୁ ଆହୁରି ବଢ଼ାଇଦିଏ ଏସବୁ ଖାଦ୍ୟ

ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ସହିବା କଷ୍ଟକର। ଏହି ଯନ୍ତ୍ରଣା ପାଇଁ କାମ କରିବା ଯେତିକି କଷ୍ଟକର ହୋଇଥାଏ, ବାହାରକୁ ବାହାରିବା ମଧ୍ୟ ଆହୁରି କଷ୍ଟସାଧ୍ୟ ହୋଇଥାଏ। ଏହି ଯନ୍ତ୍ରଣାକୁ କମ୍‌ କରିବା ଲାଗି ମା’ ମାନେ ଏବଂ ଡାକ୍ତର ଗରମ ଗରମ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଗରମ ପାଣି, ଚା’ କଫି ସେବନ ଏବଂ ପେଟରେ ହଟ୍‌ ୱାଟର ବ୍ୟାଗ୍ ରଖିବା ଲାଗି ପରାମର୍ଶ ଦେଇଥାନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ସମୟରେ କ’ଣ ଖାଇଲେ ଯନ୍ତ୍ରଣା ଆହୁରି ବଢ଼ିଯିବ।

ମିଠା ଏବଂ ଲୁଣିଆ ଖାଦ୍ୟ

ଋତୁସ୍ରାବ ସମୟରେ ସୁଆଦିଆ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ମାତ୍ର ଏହି ସମୟରେ ମାତ୍ରାଧିକ ଚିନି ଖାଇବା ଦ୍ବାରା ଏହା ଶରୀର ଅଧିକ ଫୁଲାଇଥାଏ। ସେହିପରି ଲୁଣ ଶରୀରରେ ପାଣି ଅବଧାରଣର କାରଣ ପାଲଟିଥାଏ। ଯାହାଫଳରେ ଯନ୍ତ୍ରଣା ଆହୁରି ବଢ଼ିଯାଏ। ତେଣୁ ଏହି ସମୟରେ ଫିକା ଖାଦ୍ୟ ଖାଇବା ସହିତ ମିଠା ଏବଂ ଲୁଣିଆ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।

salt sugar

ନିଦ

ହରମୋନ୍‌ର ଉତ୍ତମ ନିୟନ୍ତ୍ରଣ ରଖିବା ଲାଗି ସବୁଠାରୁ ଜରୁରୀ ହେଉଛି ପର୍ଯ୍ୟପ୍ତ ନିଦ ହେବା। ଯଦି ଠିକ୍‌ ଭାବେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବେ ନାହିଁ, ତେବେ ଶରୀରରେ ଦରଜ ରହିବ। ଏବଂ ଋତୁସ୍ରାବ ସମୟରେ ଏହି ଯନ୍ତ୍ରଣା ଆହୁରି ବଢ଼ିଯିବ।

sleep

ମାତ୍ରାଧିକ କଫିନ୍‌

ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ସମସ୍ତେ ଚା’ କିମ୍ବା କଫି ପିଅନ୍ତି। ମାତ୍ର ମାତ୍ରାଧିକ କଫିନ୍‌ ଆପଣଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇଦେବ। କଫିନ୍‌ ସେବନ କରିବା ଦ୍ବାରା ବାରମ୍ବାର ପରିସ୍ରା ଲାଗିବ। ଏହାଦ୍ବାରା ରକ୍ତ ବାହିକା ସଙ୍କୁଚିତ ହେବା ସହ ଯନ୍ତ୍ରଣା ବଢ଼ିଯିବ। ତେଣୁ ଏସବୁ ସେବନଠାରୁ ଦୂରେଇ ରହନ୍ତୁ।

ମଦ ଏବଂ ସିଗାରେଟ୍‌

ମଦ ଓ ସିଗାରେଟ୍‌ ସବୁବେଳେ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହାକୁ ସେବନ କରିବାଠାରୁ ଦୂରେଇ ରହିବା ଉଚିତ। ଏହାବ୍ୟତୀତ ଏହାର ମାତ୍ରାଧିକ ସେବନ କରିବା ଦ୍ବାରା ଋତୁସ୍ରାବରେ ଅନିୟମିୟତା ଦେଖାଯାଏ। ସିଗାରେଟ୍‌ ସେବନ କରୁଥିବା ମହିଳାଙ୍କର ଋତୁସ୍ରାବ ସମୟରେ ଅଧିକ ଯନ୍ତ୍ରଣା ହୁଏ ବୋଲି ଗବେଷଣାରୁ ଜଣାପଡ଼ିଛି।

excercise

ବ୍ୟାୟାମ ନକରିବା

ଋତୁସ୍ରାବ ସମୟରେ ସାରା ଦିନ ବିଛଣାରେ ପଡ଼ି ରହିବାକୁ ପଡ଼େ। ଯାହାଫଳରେ ଅଧିକ ସମୟ ଯାଏଁ କଷ୍ଟ ଅନୁଭୂତ ହୁଏ। ତେଣୁ ଶରୀରରେ ଉତ୍ତମ ରକ୍ତ ପ୍ରବାହ ପାଇଁ ବ୍ୟାୟାମ କରନ୍ତୁ। ଏହାଦ୍ବାରା ଯନ୍ତ୍ରଣାରୁ ଉପଶମ ମିଳିବା ସହ ଆପଣ କ୍ରିୟାଶୀଳ ରହିବେ। ଆପଣ ଚାହିଲେ ଘରେ ଯୋଗ ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.