ଘରେ ଲାଗିଥିବା ଦର୍ପଣକୁ ସଫା କରିବା ପାଇଁ ଆପଣାନ୍ତୁ ଏହି ସହଜ ଘରୋଇ ଟିପ୍‌ସ

କେନ୍ୟୁଜ୍‌ ବ୍ୟୁରୋ: ଏହି ପାର୍ବଣ ଋତୁରେ ସମସ୍ତେ ଚାହାଁନ୍ତି ନିଜ ଘରକୁ ସଜେଇବାକୁ। ଆଗକୁ ଆସୁଛି ମହାପର୍ବ ଦୀପାବଳି । ସମସ୍ତେ ଘର ସହିତ ଘରର ଆସବାବପତ୍ର ପରିଷ୍କାର ପରିଚ୍ଛନ କରୁଛନ୍ତି। ବେଳେ ବେଳେ ଆମର ଅଜାଣତରେ ହେଉ କିମ୍ବା ବ୍ୟସ୍ତତା ଭିତରେ ଆମେ ଆମ ଘରେ ଥିବା ଦର୍ପଣକୁ ଭୁଲି ଯାଇଥାଉ। ବେଳେ ବେଳେ ଏମିତି ବି ହୋଇଥାଏ ଆମେ ସଫା କରିଥିବା କିନ୍ତୁ ଅନେକ ଦାଗ ରହିଥାଏ ଏବଂ କଦର୍ଯ୍ୟ ଦେଖାଯାଉଥାଏ। ଏହାକୁ କିପରି ଆପଣ ସଫାକରି ଚିକ୍କଣ କରିପାରିବେ,ସେହି ବିଷୟରେ କିଛି ଟିପ୍‌ସ ଜଣାଇବୁ।

କପଡ଼ା ବ୍ୟବହାର କରନ୍ତୁ ନାହିଁ:

ଦର୍ପଣ ସଫା କରିବା ସମୟରେ ଭୁଲରେ ବି କପଡ଼ା ବ୍ୟବହାର କରନ୍ତୁ ନାହିଁ। କପଡ଼ା ବ୍ୟବହାର କରିବା ଦ୍ୱାରା କପଡ଼ାରେ ଥିବା ଛୋଟ ଛୋଟ ଅଂଶ ବା ସୂତା ଦର୍ପଣରେ ଲାଗି ରହିଯାଇଥାଏ। ଯାହା ଫଳରେ ଦର୍ପଣ ଭଲ ଭାବରେ ସଫା ହୋଇ ନଥାଏ। ଦର୍ପଣକୁ ଭଲ ଭାବରେ ସଫା କରିବା ପାଇଁ ଆପଣ ନ୍ୟୁଜ୍‌ ପେପର ବ୍ୟବହାର କରିପାରିବେ। ଏହି ଉପାୟରେ ଆପଣ ପ୍ରଥମେ ଦର୍ପଣ ଉପରେ ପାଣି ପକେଇଦେବେ ତା ପରେ ପେପର ମାଧ୍ୟମରେ ସଫା କରିବେ।

ବ୍ୟବହାର କରନ୍ତୁ ଟେଲ୍‌କମ୍‌ ପାଉଡର:
ଦର୍ପଣରେ ଲାଗିଥିବା ଦାଗକୁ ସହଜରେ ଛଡ଼ାଇବା ପାଇଁ ଟେଲ୍‌କମ୍‌ ପାଉଡର(Talcum Powder for Mirror Cleaning)ବ୍ୟବହାର କରନ୍ତୁ । ମିରର୍‌ ନୂଆ ପରି ଦେଖା ଯିବ। ପ୍ରଥମେ ପାଉଡରକୁ କାଚ ଉପରେ ପକେଇ କିଛି ସମୟ ପାଇଁ ଛାଡ଼ି ଦେବେ। ତା ପରେ କପଡ଼ା କିମ୍ବା ପେପର ମାଧ୍ୟମରେ ସଫା କରିବେ । ଦେଖିବେ କାଚ ଏକଦମ ଚକ୍‌ ଚକ୍‌ ଦେଖାଯିବ।

mirrorଭିନେଗାର ବ୍ୟବହାର କରନ୍ତୁ:

ବାଥ୍‌ ରୁମ୍‌ କିମ୍ବା ଓ୍ଵାସ୍‌ ବେସିନ୍‌ ପାଖରେ ଲାଗିଥିବା ଦର୍ପଣରେ ପାଣିରେ ଦାଗ ହୋଇଯାଇଥାଏ । ଏହାକୁ ସଫା କରିବା ସହଜ ହୋଇନଥାଏ । ଏଥି ପାଇଁ ଆପଣ ଭିନେଗାରକୁ ବ୍ୟବହାର କରିପାରିବେ। ଗୋଟିଏ କପ୍‌ ପାଣି ସହିତ ୨ ଚାମଚ ଭିନେଗାରକୁ ଗୋଳେଇ ମିରର୍‌ ଉପରେ ସିଞ୍ଚନ କରି କିଛି ସମୟ ଅପେକ୍ଷା କରନ୍ତୁ ଏବଂ ତା ପରେ କପଡ଼ାରେ ସଫା କରିଦିଅନ୍ତୁ।

ଲେମ୍ବୁରେ କରନ୍ତୁ ମିରର୍‌ ସଫା:

ମିରର୍‌ କୁ ସଫା କରିବା ପାଇଁ ଆପଣ ଲେମ୍ବୁକୁ ମଧ୍ୟ ବ୍ୟବହାର କରିପାରିବେ। ଗୋଟେ କପ୍‌ ପାଣିରେ ଲେମ୍ବୁ ରସକୁ ମିଶେଇ ରଖନ୍ତୁ। ତାପରେ କାଚ ଉପରେ ସ୍ପ୍ରେ କରନ୍ତୁ ଏବଂ ସଫା କରନ୍ତୁ। ତାପରେ କାଚ ପୁରା ସଫା ହୋଇଯିବ।

ଲୁଣ ଏବଂ ବେକିଂ ସୋଡାରେ ବି କରିପାରିବେ ସଫା:
କାଚକୁ ସଫା କରିବା ପାଇଁ ଲୁଣ କିମ୍ବା ବେକିଂ ସେଡ଼ାର ବ୍ୟବହାର ମଧ୍ୟ କରିପାରିବେ। ଗୋଟେ କପ୍‌ ପାଣିରେ ୪ ଚାମଚ ଲୁଣ ପକେଇ ସଫା କରି ପାରିବେ। ପାଣିରେ ବେକିଂ ପାଉଡର ମିଶାଇ ମିରର୍‌କୁ ସଫା ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.