ୱିକେଣ୍ଡର ମଜା ନେବାପାଇଁ ଆଜିହିଁ ଘରେ ବନାନ୍ତୁ ମୁଗ ସ୍ପ୍ରାଉଟସ ଦୋସା

ୱିକେଣ୍ଡ ଆସିବା ମାତ୍ରେ ସମସ୍ତଙ୍କୁ କିଛି ନା କିଛି ଟେଷ୍ଟି ଖାଇବା ଖାଇବାକୁ ଇଛା ହୋଇଥାଏ କିନ୍ତୁ ଏହାସହିତ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ମଧ୍ୟ ନିହାତି ଆବଶ୍ୟକ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣି ଦେଇଛୁ ମୁଗ ସ୍ପ୍ରାଉଟସ ଦୋସା ଯାହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟର ମଧ୍ୟ ଖିଆଲ ରଖିଥାଏ । ପ୍ରୋଟିନରେ ଭରପୁର ଏହି ଖାଦ୍ୟକୁ ଆପଣ ବ୍ରେକଫାଷ୍ଟ ଠୁ ନେଇ ଲଞ୍ଚ ପର୍ଯ୍ୟନ୍ତ ସବୁଥିରେ ଖାଇପାରିବେ । ତାହେଲେ ଆସନ୍ତୁ ଜାଣିବା ମୁଗ ସ୍ପ୍ରାଉଟସ ଦୋସା ପ୍ରସ୍ତୁତ କରିବାର ବିଧି ।

Related image

ଆବଶ୍ୟକୀୟ ସାମଗ୍ରୀ

ଗଜାମୁଗ ପେଷ୍ଟ ୧ କପ, ଚାଉଳ ଅଟା ୪ ଚାମଚ, ସିଝାଆଳୁ ୧ଟି, ଗାଜର ୨ ଚାମଚ, ବିଟ ୨ ଚାମଚ, ଟମାଟୋ ଗୋଟିଏ, ପିଆଜ ୧ଟି, ନଡିଆକୋରା ୨ ଚାମଚ, ଧନିଆପତ୍ର, ଭୃଷଙ୍ଗପତ୍ର, ହଳଦୀ ପାଉଡର, ହେଙ୍ଗୁ, ସୋରିଷ, ତେଲ ଓ ଲୁଣ ସ୍ୱାଦ ଅନୁସାରେ ।

Image result for moong sprouts dosa

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନରେ ମୁଗ ପେଷ୍ଟ ଓ ଚାଉଳ ଗୁଣ୍ଡ (ଆପଣ ଚାହିଁଲେ ସେଥିରେ ଅଳ୍ପ ଦହି ମଧ୍ୟ ଆଡ଼ କରିପାରିବେ)ରେ ଟିକିଏ ଲୁଣ ମିଶାଇ ଅଳ୍ପ ପାଣି ଦେଇ ଭଲଭାବେ ଗୋଳାଇ 15 ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ତାପରେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ପ୍ରଥମେ ସୋରିଷ ଫୁଟାନ୍ତୁ ଓ ତାପରେ ସେଥିରେ ଭୃଷଙ୍ଗପତ୍ର, ହଳଦୀ ପାଉଡର, ହେଙ୍ଗୁ ଏବଂ ବାକି ଇନଗ୍ରୀଡେଣ୍ଟସ ଗୁଡିକ ପକାଇ ଭଲଭାବେ ଗୋଳାଇ ମିଡିୟମ ଆଁଚରେ ଦୁଇ ମିନିଟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ ।

Image result for moong sprouts dosa

ଏବେ ଗୋଟିଏ ନନଷ୍ଟିକ ପ୍ୟାନ ଗରମ କରି ସେଥିରେ ଭଲଭାବେ ତେଲ ଦିଅନ୍ତୁ । ଆଉ ତପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବ୍ୟାଟର ପକାଇ ଚାରିପଟେ ପତଳା ଭାବେ ବୁଲାଇ ଦିଅନ୍ତୁ । ଦୁଇ ମିନିଟ ପରେ ସସେଥିରେ ଷ୍ଟଫିଙ୍ଗ ଦେଇ ଦୋସାକୁ ମୋଡ଼ି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମୁଗ ସ୍ପ୍ରାଉଟସ ଦୋସା । ଏହାକୁ ଆପଣ ନଡ଼ିଆ ଚଟଣି ସହିତ ଗରମ ଗରମ ମଜା ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.