Below header

ମୁଲତାନି ମାଟି ସହିତ ଏହି ୨ଟି ଫଳ ମିଶାଇ ପ୍ରସ୍ତୁତ କରନ୍ତୁ ଫେସ୍‌ ପ୍ୟାକ୍‌, ସ୍କିନ୍‌ରୁ ବ୍ରଣ ଏବଂ ଟ୍ୟାନିଂ ସମସ୍ୟା ହେବ ଦୂର

ଗ୍ରୀଷ୍ମ ଋତୁରେ ଲୋକମାନେ ପ୍ରାୟତଃ ଖରା ଏବଂ ଟ୍ୟାନିଂର ଶିକାର ହୁଅନ୍ତି । ଏହି ଋତୁରେ ନିଜ ତ୍ୱଚା ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ତେବେ ଏଥିପାଇଁ ବାରମ୍ବାର ପାର୍ଲର ଏବଂ ସେଲୁନ୍ ଯିବା ପରିବର୍ତ୍ତେ, ଆପଣ ନିଜ ସ୍କିନ୍‌ର ଯତ୍ନ ନେବା ପାଇଁ ଏହି ଘରୋଇ ଉପଚାର ମଧ୍ୟରୁ କିଛି ଟ୍ରାଏ କରିପାରିବେ ।

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ସ୍କିନ୍‌ରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ । ବିଶେଷକରି ଲୋକମାନେ ଖରା ଏବଂ ଟ୍ୟାନିଂର ଶିକାର ହୁଅନ୍ତି । ଏହି ଋତୁରେ ନିଜ ତ୍ୱଚା ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ତେବେ ଏଥିପାଇଁ ବାରମ୍ବାର ପାର୍ଲର ଏବଂ ସେଲୁନ୍ ଯିବା ପରିବର୍ତ୍ତେ, ଆପଣ ନିଜ ସ୍କିନ୍‌ର ଯତ୍ନ ନେବା ପାଇଁ ଏହି ଘରୋଇ ଉପଚାର ମଧ୍ୟରୁ କିଛି ଟ୍ରାଏ କରିପାରିବେ । ଆପଣମାନେ ଜାଣିଥିବେ ଯେ ପୂର୍ବକାଳରୁ ଲୋକମାନେ ଏହି ଘରୋଇ ଉପଚାର ବ୍ୟବହାର କରି ଅନେକ ସ୍କିନ୍‌ ସମସ୍ୟାରୁ ରକ୍ଷା ପାଇଥାନ୍ତି । ତେବେ ମୁଲତାନି ମାଟି ସ୍କିନ୍‌ ପାଇଁ ବହୁତ ଭଲ ହୋଇଥାଏ । ଏହାକୁ ବ୍ୟବହାର କରି ଆପଣ ନିଜ ତ୍ୱଚାକୁ ବହୁତ ଭଲ ରଖିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ମୁଲତାନି ମାଟି ସ୍କିନ୍‌ ପାଇଁ କେତେ ଭଲ ଏବଂ ଏହାର ଫେସ୍ ପ୍ୟାକ୍ କିପରି ତିଆରି କରିବେ ।?

ଜାଣନ୍ତୁ ମୁଲତାନି ମାଟିର ଫେସ୍ ପ୍ୟାକ୍ ତିଆରି ପାଇଁ ଉପାଦାନ କ’ଣ ଦରକାର ହୋଇଥଏ :

ମୁଲତାନି ମାଟି : ମୁଲତାନି ମାଟି ଫେସ୍‌ରେ ଲଗାଇବା ଦ୍ୱାରା ସ୍କିନ୍‌ର ସମସ୍ତ ମଇଳା ସଫା ହୋଇଯାଏ ଏବଂ ତ୍ୱଚାରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଏହା ସହ ସ୍କିନ୍‌ରେ ଚମକ ଆସିଥାଏ ଏବଂ ବ୍ରଣ ଏବଂ ଟ୍ୟାନିଂ ସମସ୍ୟା ଦୂର ହୋଇଥାଏ । ତେବେ ଆପଣ ମୁଲତାନି ମାଟି ସହିତ ଆହୁରି ଅନେକ ଜିନିଷ ମିଶାଇ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ମୁଲତାନି ମାଟି ସହିତ ଆଉ କ’ଣ ସବୁ ଜିନିଷ ମିଶାଇ ପାରିବେ ।

ଅଧା କପ୍ ଅମୃତଭଣ୍ଡା : ତେବେ ଅମୃତଭଣ୍ଡା ବିଟା କାରୋଟିନରେ ଭରପୂର ହୋଇଥାଏ । ଏହା ସହ ଅମୃତଭଣ୍ଡା ସ୍କିନ୍‌ରେ ଆଣ୍ଟି-ଏଜିଂ ଭଳି କାମ କରେ । ସେଥିପାଇଁ ଆପଣ ଏହାକୁ ବ୍ୟବହାର କରି ବ୍ରଣ ଏବଂ ଟ୍ୟାନିଂ ସମସ୍ୟାରୁ ରକ୍ଷା ପାଇପାରିବେ ।

୧ କଦଳୀ : କଦଳୀ ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ, ଏହା ସ୍କିନ୍‌ ପାଇଁ ମଧ୍ୟ ସେତିକି ଭଲ ହୋଇଥାଏ । ଏହା ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ହୋଇଥାଏ । ତେବେ କଦଳୀ ତ୍ୱଚାକୁ କୋମଳ କରିଥାଏ ଏବଂ ଚମକାଇଥାଏ ।

୩ ଚାମଚ ଦହି : ଦହ ସ୍କିନ୍‌ ପାଇଁ ବହୁତ ଭଲ ହୋଇଥାଏ । ଆପଣ ଏହାକୁ ବ୍ୟବହାର କରି ସ୍କିନ୍‌ର ଅନେକ ସମସ୍ୟାର ମୁକ୍ତି ପାଇପାରିବେ । ଏଥିରେ ଥିବା ଇଲାସ୍ଟିସିଟି ସ୍କିନ୍‌କୁ ବହୁତ ସୁନ୍ଦର କରିଥାଏ ।

୧ ଛୋଟ ଚାମଚ ହଳଦୀ : ହଳଦୀ ମଧ୍ୟ ସ୍କିନ୍‌ ପାଇଁ ବହୁତ ଭଲ ହୋଇଥାଏ । ଆପଣ ଏହାକୁ ବ୍ୟବହାର କରି ଡ୍ରାଏ ସ୍କିନ୍‌ ଏବଂ ଫ୍ରେକ୍ଲେସ୍ ଏବଂ ରିଙ୍କସ୍ଲକୁ ଦୂର କରିପାରିବେ ।

ଅଧା ଚାମଚ ମହୁ : ପ୍ରତିଦିନ ମହୁ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

ଜାଣନ୍ତୁ ଏହି ଫେସ୍ ପ୍ୟାକ୍ ତିଆରି କରିବାର ପଦ୍ଧତି :

ମୁଲତାନି ମାଟି ଫେସ୍ ପ୍ୟାକ୍ ତିଆରି କରିବାକୁ ପ୍ରଥମେ ମୁଲତାନି ମାଟିକୁ ପାଣିରେ ମିଶାଇ ଏହାକୁ ଭିଜାଇ ଦିଅନ୍ତୁ । ଏହା ପରେ ଅଧା କପ୍ ଅମୃତଭଣ୍ଡ, ୧ କଦଳୀ, ୩ ଚାମଚ ଦହି, ଏକ ଚାମଚ ହଳଦୀ, ଅଧା ଚାମଚ ମହୁକୁ ଏକ ଗ୍ରାଇଣ୍ଡର ପାତ୍ରରେ ରଖନ୍ତୁ ଏବଂ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରିଦିଅନ୍ତୁ । ତାପରେ ଗ୍ରାଇଣ୍ଡ ହୋଇଥିବା ଜିନିଷକୁ ମୁଲତାନି ମାଟିରେ ଭଲ ଭାବେ ମିଶାଇ ଦିଅନ୍ତୁ । ତାପରେ ଏହି ଫେସ୍ ପ୍ୟାକ୍ କୁ ଏକ ପାତ୍ରରେ ରଖନ୍ତୁ । ତେବେ ଆପଣ ଏହି ଫେସ୍ ପ୍ୟାକ୍ କୁ ଫ୍ରିଜରେ ରଖି ଏକ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହା ପରେ ସେହି ପ୍ୟାକ୍‌କୁ ମୁହଁ ଏବଂ ବେକରେ ଭଲ ଭାବରେ ଲଗାନ୍ତୁ । ପ୍ରାୟ ୧୫ ମିନିଟ୍ ପରେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହି ଫେସ୍ ପ୍ୟାକ୍ ପ୍ରୟୋଗ କରିବା ପରେ, ଆପଣଙ୍କ ସ୍କିନ୍‌ କୋମଳ ରହିବ ଏବଂ ଟ୍ୟାନିଂରୁ ସମସ୍ୟାରୁ ମଧ୍ୟ ଆରାମ ମିଳିବ । ତେବେ ଏହି ଫେସ୍ ପ୍ୟାକ୍ ସପ୍ତାହରେ ୩ ଥର ଲଗାନ୍ତୁ । ଦେଖିବେ ସ୍କିନ୍‌ର ଅନେକ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.