ପାଇଲ୍ସ ସମସ୍ୟାକୁ ନେଇ ବ୍ୟତିବ୍ୟସ୍ତ ହୋଇଗଲେଣିକି, ତେବେ ଟିକେ ଫଲୋ କରନ୍ତୁ ଏହି ଟିପ୍ସ

ପାଇଲସ ଏକ ଖୁବ କଷ୍ଟ ଦାୟକ ରୋଗ । ଏହା ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ । ଏମଧ୍ୟରୁ ଗୋଟିଏରେ ଗୁପ୍ତାଙ୍ଗରୁ କେବଳ ରକ୍ତ ବାହାରୁଥିବା ବେଳେ ସେପରି କୌଣସି କଷ୍ଟ ହୋଇନଥାଏ । ଅନ୍ୟଟି ଅର୍ଥାତ ବାଦି ପାଇଲସ ହେଲେ ପେଟ ଖରାପ ରହିଥାଏ । ଏହା ସହିତ କୋଷ୍ଠକାଠିନ୍ୟ ପରି ସମସ୍ୟା ବି ହୋଇଥାଏ । ଆଉ ଏହା ସହ ପାଇଲସ ଧାରୀ ଲୋକଙ୍କୁ ଖୁବ ଗ୍ୟାସ ମଧ୍ୟ ହୋଇଥାଏ । ଅଧୁକାଂଶ ସମୟରେ ପେଟ ଖରାପ ହୋଇଥାଏ । ଆଉ ଏହି କାରଣରୁ ଜ୍ବଳନ, ଦରଜ, ଶରୀର ପୀଡା ହେବା, କାମରେ ମନ ନ ଲାଗିବା ପରି ସମସ୍ୟା ମାନ ମଧ୍ୟ ଦେଖାଦିଏ । ମେଡିକାଲ ଭାଷାରେ ଏହାକୁ Fistula ବୋଲି କୁହାଯାଏ । ଆନସର କୋଷିକା ଗୁଡିକରେ ଦରଜ ହେବା କାରଣରୁ ହିଁ ପାଇଲ୍ସ ପରି ସମସ୍ୟା ଦେଖାଦିଏ । ଏହା ଆନସର ଭିତର କିମ୍ବା ବାହାର ଭାଗରେ ଦେଖାଦେଇପାରେ । ଏହା ପଛରେ ମଧ୍ୟ ଅନେକ କାରଣ ରହିଛି । ଖାଦ୍ୟ-ପେୟରେ ଅନିୟମିତତା , ଲମ୍ବା ସମୟ ଧରି ପାଇଖାନାରେ ବସିବା, ପାଚନ କ୍ରିୟାରେ ଅସୁବିଧା ଆଦି ହେଉଛି ପାଇଲସର ପ୍ରମୁଖ ଲକ୍ଷଣ ।

ଆପଣ ବି ପାଇଲସର ଶିକାର ହୋଇଛନ୍ତି ଆଉ ଏହା ଠାରୁ ଯେତେ ଶୀଘ୍ର ସମ୍ଭବ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ବାବା ରା଼ମଦେବ କହିଥିବା କିଛି ଟିପ୍ସ ଗୁଡିକୁ ପାଳନ କରନ୍ତୁ । ନିଜ ଡାଏଟରେ କିଛିଟା ପରିବର୍ତ୍ତନ ଆଣନ୍ତୁ । ରାମଦେବଙ୍କ ଅନୁଯାୟୀ କିଛି ଆୟୁର୍ବେଦୀୟ ଜଡିବୁଟି ଆଦି ବ୍ୟବହାର କରି ଆପଣ ମାତ୍ର ୩ ରୁ ୭ ଦିନ ଭିତରେ ପାଇଲସ ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଜାଣନ୍ତୁ ବାବା ରାମଦେବ ଦେଇଥିବା କେତେ ଗୁଡିଏ ଟିପ୍ସ:

ଥଣ୍ଡା କ୍ଷୀର ଓ ଲେମ୍ବୁପାଣି:

ପାଇଲାସ ସମସ୍ୟା ଥିଲେ ଥଣ୍ଡା କ୍ଷୀରରେ କିଛି ଲେମ୍ବୁ ମିଶାଇ ତାହାକୁ ଖାଲି ପେଟରେ ପିଅନ୍ତୁ ।  ୩ ରୁ ୭ ଦିନ ଭିତରେ ଫରକ ଅନୁଭବ କରିବେ ।

ନାଗଦୋନ ପତ୍ର ଖାଆନ୍ତୁ:

ପ୍ରତିଦିନ ୩ ରୁ ୭ ଟି ନାଗଦୋନ ପତ୍ର ଖାଆନ୍ତୁ । ଏହି ପତ୍ର ଖାଇବାର ପ୍ରଥମ ଦିନରେ ରକ୍ତଶ୍ରାବ ବନ୍ଦ ହୋଇଯିବ । ଔଷଧୀୟ ଗୁଣରେ ଭରପୁର ଏହି ପତ୍ର ଖାଇବା ଦ୍ୱାରା ପାଇଲସ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଦେଶୀ କପୁର ସେବନ କରନ୍ତୁ:

ଦେଶୀ କର୍ପୁରରେ କେମିକାଲ ନଥାଏ । ଗୋଟିଏ କଦଳୀରେ ମାତ୍ର କିଛି କର୍ପୁର ମିଶାଇ ଦିଅନ୍ତୁ । ଏହାକୁ ଖାଇବାର ମାତ୍ର ତିନି ଦିନ ଭିତରେ ଆପଣ ଫରକ ଜାଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.