ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ, ରାୟ ଶୁଣାଇଲେ କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଜଜ୍‌

କାମାକ୍ଷାନଗର(କେନ୍ୟୁଜ୍):ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ।ଏକ ଲକ୍ଷ ଟଙ୍କା ଜରିମାନା। ଜରିମାନା ନଦେଲେ ଅଧିକ ଏକ ବର୍ଷ ଜେଲଦଣ୍ଡ।୨୦୧୭ ଡିସେମ୍ବର ୨ରେ ପରଜଙ୍ଗ ଥାନା ସାଆନ୍ଦା ଚାନ୍ଦପୁର ଗାଁରେ ଘଟିଥିବା ହତ୍ୟାକାଣ୍ଡର ରାୟ ଶୁଣାଣି କରିଛନ୍ତି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଜଜ୍‌ ସତ୍ୟନାରାୟଣ ପାତ୍ର ।

ମୋଟଗାଁ ଥାନା ହାଣ୍ଡିଫୁଟା ଗାଁର ଗୌତମ ନାଏକ । ଶ୍ୱଶୁର ଘର ପରଜଙ୍ଗ ଥାନା ସାଆନ୍ଦା ଚାନ୍ଦପୁର ଗାଁରେ ପତ୍ନୀ ରଂଜିତା ନାଏକଙ୍କୁ ଈଟା ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଥିବା ଗୌତମଙ୍କ ପୁଅ ରଞ୍ଜନ ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ଗୌତମଙ୍କୁ ଗିରଫ କରିଥିଲା। ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ଗୌତମଙ୍କୁ ଆଜୀବନ କାରାଦଣ୍ଡ ସହ ୧ଲକ୍ଷ ଟଙ୍କା ଜରିମାନା ,ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି କୋର୍ଟ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.